/odishatv-khabar/media/post_attachments/uploadimage/library/16_9/16_9_0/police_1626760362.jpg)
police
ଶ୍ରୀନଗର: ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ପୁଲିସ ଅଧିକାରୀଙ୍କ ପରିବାର ଲୋକ। କାଶ୍ମୀର ଉପତ୍ୟକାର ୯ ଜଣ ପୁଲିସ କର୍ମଚାରୀଙ୍କ ଘରୁ ଆତ୍ମୀୟଙ୍କୁ ଉଠାଇନେଇଛନ୍ତି ଏହି ରକ୍ତ ପିପାଶୁ। ଗତ ତିନି ଦିନ ଭିତରେ ଏମାନଙ୍କ ପରିବାରର ୧୧ ଜଣ ସଦସ୍ୟକୁ ଅପହରଣ କରିନିଅାଯାଇଛି। କେବଳ ଗତକାଲି ରାତିରେ ସାତ ଜଣଙ୍କୁ ଅପହରଣ କରିଛନ୍ତି ଅାତଙ୍କୀ। ସୋପିଅାନ୍, କୁଲଗାମ, ଅନନ୍ତନାଗ ଏବଂ ଅୱନ୍ତିପୁରାରୁ ଯୋଜନାବଦ୍ଧ ଭାବେ ଏହି ଅପହରଣ କରାଯାଇଛି।
ଗତ କିଛି ମାସ ହେବ କାଶ୍ମୀର ଉପତ୍ୟକାରେ ଅାତଙ୍କବାଦୀଙ୍କ ବିରୋଧରେ ଅଭିଯାନକୁ ଭାରତୀୟ ସେନା ଜୋରଦାର କରିଛି । ଅାତଙ୍କୀବାଦୀଙ୍କ ଅାଡ୍ଡା ଉପରେ ଘନଘନ ଅାକ୍ରମଣ ସହ ଅନେକ ଅାତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ଅାତଙ୍କବାଦ କାର୍ଯ୍ୟରେ ଲିପ୍ତ କିଛି ଅାତଙ୍କୀଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହାକୁ କାଉଣ୍ଟର କରିବା ସହିତ ସ୍ଥାନୀୟ ଲୋକେ ଯେମିତି ପୋଲିସରେ ସାମିଲ ନହେବେ, ସେମାନଙ୍କ ମନରେ ଭୟ ସୃଷ୍ଟି କରିବାକୁ ଅାତଙ୍କବାଦୀ ଏଭଳି ଷ୍ଟ୍ରାଟେଜି ଅାପଣେଇଥିବା କୁହାଯାଉଛି।
କିଛି ଦିନ ଧରି ପୁଲିସ ଓ ସେନା କର୍ମଚାରୀଙ୍କୁ ଟାର୍ଗେଟ କରିବା ପରେ ଏବେ ସେମାନଙ୍କ ପରିବାର ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ଅାତଙ୍କବାଦୀ। ସେପଟେ ଅାତଙ୍କବାଦୀଙ୍କ ଏଭଳି କାଣ୍ଡକୁ ନେଇ ଟ୍ୱିଟ୍ ଯୋଗେ ଉଦ୍ବେଗ ପ୍ରକାଶ କରିଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)