Advertisment

ସାମ୍ନାକୁ ଆସିଲା ଉତ୍ତରାଖଣ୍ଡର ସେହି ପ୍ରଳୟଙ୍କାରୀ ଦୃଶ୍ୟର ଭିଡ଼ିଓ...

ବିପନ୍ନଙ୍କ ସହ ଉଦ୍ଧାରକାରୀଙ୍କର ବି ନିଦ ହଜାଇଦେଇଛି ଉତ୍ତରାଖଣ୍ଡ ଚମୋଲି ବିପର୍ଯ୍ୟୟ। ଦିନରାତି ଏକ କରି ତପୋବନ ଟନେଲ୍ ଭିତରୁ ପଙ୍କ କାଦୁଅ କାଢ଼ିବାକୁ ଚେଷ୍ଟା ଚାଲିଥିଲେ ବି, କାମ ସରିବାର ନାଁ ନେ‌ଉନାହିଁ। ବିପର୍ଯ୍ୟୟକୁ ୭୨ ଘଣ୍ଟା ବିତି ସାରିଥିବାରୁ ପରବର୍ତ୍ତୀ ପଦକ୍ଷେପ କଣ ନିଆଯିବ ସେ ନେଇ ଆଜି ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି

author-image
Sarbeswar
ସାମ୍ନାକୁ ଆସିଲା ଉତ୍ତରାଖଣ୍ଡର ସେହି ପ୍ରଳୟଙ୍କାରୀ ଦୃଶ୍ୟର ଭିଡ଼ିଓ...

uttrakhand

ଡେରାଡୁନ: ବିପନ୍ନଙ୍କ ସହ ଉଦ୍ଧାରକାରୀଙ୍କର ବି ନିଦ ହଜାଇଦେଇଛି ଉତ୍ତରାଖଣ୍ଡ ଚମୋଲି ବିପର୍ଯ୍ୟୟ। ଦିନରାତି ଏକ କରି ତପୋବନ ଟନେଲ୍ ଭିତରୁ ପଙ୍କ କାଦୁଅ କାଢ଼ିବାକୁ ଚେଷ୍ଟା ଚାଲିଥିଲେ ବି, କାମ ସରିବାର ନାଁ ନେ‌ଉନାହିଁ। ବିପର୍ଯ୍ୟୟକୁ ୭୨ ଘଣ୍ଟା ବିତି ସାରିଥିବାରୁ ପରବର୍ତ୍ତୀ ପଦକ୍ଷେପ କଣ ନିଆଯିବ ସେ ନେଇ ଆଜି ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି। ଏବେ ସୁଦ୍ଧା ୩୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଓ ୨୦୦ରୁ ଅଧିକ ଏବେବି ନିଖୋଜ ଅଛନ୍ତି। ଏପଟେ ଓଡ଼ିଶାର ଜଣେ ନୁହେଁ, ୨ ଜଣ ନିଖୋଜ ଥିବା ସାମ୍ନାକୁ ଆସିଛି। ଆଉ ଏହାରି  ମଧ୍ୟରେ ସାମ୍ନାକୁ ଆସିଛି ପ୍ରଳୟ ବେଳର ଛାତିଥରା ଭିଡିଓ। ଯାହାକୁ ଦେଖିଲେ ଆପଣ ବି ସ୍ତବ୍ଧ ହୋଇଯିବେ।

Advertisment

ଯେତିକି ଦାରୁଣ, ସେତିକି ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ। ବିଚଳିତ କଲା ଭଳି, ଛାତି ଥରାଇ ଦେଲା ଭଳି ୭ ତାରିଖ ଦିନ ୧୦ଟାରେ ପଙ୍କକାଦୁଅର ବିଶାଳ ସ୍ରୋତ କିଭଳି ଭୀମ ଗର୍ଜନ କରି ପାହାଡ଼ ଉପରୁ ମାଡ଼ି ଆସିଥିଲା, ଆଉ ତା ଆଗରେ ମଣିଷର ସ୍ଥିତି କେତେ ତୁଚ୍ଛ ଥିଲା, ପ୍ରତ୍ୟକ୍ଷଦର୍ଶୀଙ୍କ ମୋବାଇଲରେ ରେକର୍ଡ ହୋଇଥିବା  ଭିଡିଓ ଏବେ ସାମ୍ନାକୁ ଆସିଛି। ତପୋବନ ଜଳବିଦ୍ୟୁତ୍ ପ୍ରକଳ୍ପର ପଥର, ବରଫ ଓ କାଦୁଅର ବିଶାଳ ସୁଅ ରାକ୍ଷସ ଭଳି ମାଡ଼ି ଆସିବା ବେଳକୁ, ସେଠାରେ କାର୍ଯ୍ୟରତ କିଛି ଶ୍ରମିକ ଜୀବନ ବିକଳରେ ଛାତ ଉପରେ ଚଢ଼ିଯାଇଥିଲେ। ହେଲେ ପ୍ରକୃତିର କୋପ ଆଗରେ ନା ବଳ କାମ କରିଥିଲା, ନା ବୁଦ୍ଧି? ଜଳସୁଅରେ ଶୁଖିଲା ପତ୍ର ଭଳି, ସେମାନେ ବି ଚାହୁଁଚାହୁଁ ଭାସିଯାଇଥିଲେ ପ୍ରଳୟର ଆଁ ଭିତରେ। ପ୍ରକୋପ ଥମିବା ବେଳକୁ ନିଶ୍ଚିହ୍ନ ହୋଇସାରିଥିଲା  ନିର୍ମାଣାଧୀନ ପ୍ରକଳ୍ପ। ଆଉ ନିରୁଦ୍ଦିଷ୍ଟ ହୋଇସାରିଥିଲେ ଏହାର ଶେଷ ସାକ୍ଷୀ।

ଉତ୍ତରାଖଣ୍ଡ ଚମୋଲି ବିପର୍ଯ୍ୟୟକୁ ୪ ଦିନ ପୁରିବ। ଏବେବି ୨୦୦ ଲୋକ ନିଖୋଜ ଅଛନ୍ତି, ଅଧିକାଂଶ ପାଓ୍ୱାର୍ ପ୍ଲାଣ୍ଟ୍ ଶ୍ରମିକ ମୃତ୍ୟୁର ଟନେଲ୍ ଭିତରୁ ଜୀବନ ଉଦ୍ଧାରକୁ ନେଇ ଆଶା କ୍ଷୀଣ ହୋଇ ଆସୁଛି। ତଥାପି କ୍ଳାନ୍ତ ହୋଇନାହାନ୍ତି ଉଦ୍ଧାରକାରୀ । ସେପଟେ ପ୍ରଳୟ ବେଳର ଅନୁଭୂତି ବଖାଣୁଛି ବିପର୍ଯ୍ୟସ୍ତ ଘରର କାନ୍ଥ ଓ ବିପନ୍ନ ମଣିଷଙ୍କ କାନ୍ଦ। ଘରଦ୍ୱାର ଓ ପ୍ରିୟଜନଙ୍କୁ ହରାଇ ଅନେକଙ୍କ ଆଖିରୁ ଲୁହ ଶୁଖିବାର ନାଁ ନେଉନି।

Advertisment

ଆଉ ଏପଟେ ଭଦ୍ରକ ଜିଲ୍ଲା ଚାନ୍ଦବାଲି କୁଦ ଗାଁର ନାଗାର୍ଜୁନ ଦାସଙ୍କ ଖୋଜଖବର ଏବେବି ମିଳିନି। କ୍ରେନ୍ ଅପରେଟର୍ ଭାବେ କାର୍ଯ୍ୟ କରୁଥିବା ନାଗାର୍ଜୁନଙ୍କୁ ଖୋଜିବାକୁ ଆସନ୍ତାକାଲି ତାଙ୍କ ବଡ଼ଭାଇ ଉତ୍ତରାଖଣ୍ଡ ଯିବେ ବୋଲି ସୂଚନା ରହିଛି। ତେବେ ଉଦ୍ଧାର ହୋଇଥିବା ଲୋକଙ୍କ ଭିତରେ ନାଗାର୍ଜୁନ ନଥିବା ସ୍ଥାନୀୟ ବାଁଶଡ଼ା ଥାନା ପୋଲିସ ପରିବାର ଲୋକଙ୍କୁ ସୂଚନା ଦେଇଛି। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ସାତପଉଟି ଗାଁର ପର୍ଶୁରାମ ହାଁଜଦା ମଧ୍ୟ ୨ ବର୍ଷ ହେଲା ଋଷିଗଙ୍ଗ ପ୍ରକଳ୍ପରେ ମେସିନ୍ ଅପରେଟର୍ ଥିଲେ। ରବିବାର ଠାରୁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହେଉନଥିବାରୁ ପୋଲିସ ଓ ଜିଲ୍ଲାପାଳଙ୍କ ସହାୟତା ଲୋଡ଼ିଛନ୍ତି ପରିବାର।

ବାସୁଦେବ ଦାସ ଓ ଉଦଳାରୁ ମାନସ ପାଣିଙ୍କ ରିପୋର୍ଟ

Uttarakhand Glacial Burst
Advertisment
Advertisment