Advertisment

କେହି ଛୁଇଁଲେନି, ଶେଷରେ କରୋନା ମୃତକଙ୍କୁ ଶ୍ମଶାନ ନେଲେ ଡାକ୍ତର

ହାଇଦ୍ରାବାଦ: ଭୟରେ କେହି ଛୁଇଁଲେନି। ଶେଷରେ କରୋନା ମୃତକଙ୍କୁ ଶ୍ମଶାନ ନେଲେ ଡାକ୍ତର। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ପେଡ୍ଡାପଲୀ ଜିଲ୍ଲାରେ। ଜିଲ୍ଲାର ସରକାରୀ ହସ୍ପିଟାଲରେ ଜଣେ କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ ତାଙ୍କର ମୃତଦେହ ସେଠାରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା। ତାଙ୍କ ମୃତଦେହକୁ ନେବା ପାଇଁ କେହିବି ଆସିଲେ ନାହିଁ। ଏପରିକି ନଗର ନିଗମର ଡ୍ରାଇଭର୍ ମଧ୍ୟ ମୃତଦେହକୁ ଶ୍ମଶାନ ନେବା ପାଇଁ ଅରାଜି ହୋଇଥିଲେ। ତେବେ ଏହା […]

author-image
Ranjeet Kumar Jena
କେହି ଛୁଇଁଲେନି, ଶେଷରେ କରୋନା ମୃତକଙ୍କୁ ଶ୍ମଶାନ ନେଲେ ଡାକ୍ତର

doctor

ହାଇଦ୍ରାବାଦ: ଭୟରେ କେହି ଛୁଇଁଲେନି। ଶେଷରେ କରୋନା ମୃତକଙ୍କୁ ଶ୍ମଶାନ ନେଲେ ଡାକ୍ତର। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ପେଡ୍ଡାପଲୀ ଜିଲ୍ଲାରେ। ଜିଲ୍ଲାର ସରକାରୀ ହସ୍ପିଟାଲରେ ଜଣେ କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ ତାଙ୍କର ମୃତଦେହ ସେଠାରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା।

Advertisment

ତାଙ୍କ ମୃତଦେହକୁ ନେବା ପାଇଁ କେହିବି ଆସିଲେ ନାହିଁ। ଏପରିକି ନଗର ନିଗମର ଡ୍ରାଇଭର୍ ମଧ୍ୟ ମୃତଦେହକୁ ଶ୍ମଶାନ ନେବା ପାଇଁ ଅରାଜି ହୋଇଥିଲେ। ତେବେ ଏହା ମଧ୍ୟରେ ହସ୍ପିଟାଲର ଜଣେ ଡାକ୍ତର ଆଗକୁ ଆସିଥିଲେ। ଖୋଦ୍ ଡାକ୍ତର ଏକ ଟ୍ରାକ୍ଟରରେ ସେହି ମୃତଦେହକୁ ରଖିଲେ ଏବଂ ନିଜେ ଟ୍ରାକ୍ଟର ଚଲାଇ ଶ୍ମଶାନ ଅଭିମୁଖେ ବାହାରିଲେ।

ଏହି ଡାକ୍ତର ଜଣକ ମଧ୍ୟ ଜଣେ ମେଡିକାଲ୍ ଅଫିସର୍। ନଗର ନିଗମର ଡ୍ରାଇଭର୍ ମୃତଦେହକୁ ନେବାକୁ ମନା କରିବାରୁ ଡାକ୍ତର ଜଣକ ନିଜ ଜୀବନକୁ ବାଜି ଲଗାଇ ପିପିଇ କିଟ୍ ପିନ୍ଧି ମୃତଦେହକୁ ଶ୍ମଶାନଘାଟ ପର୍ଯ୍ୟନ୍ତ ନେଇଥିଲେ। ଶ୍ମଶାନରେ ସେ ମଧ୍ୟ ଯଥାରୀତିରେ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିବା କୁହାଯାଉଛି।

Advertisment

ଏ ନେଇ ସେହି ଡାକ୍ତର ଜଣକ କହିଛନ୍ତି, "ଜଣେ ମେଡିକାଲ୍ ଅଫିସର୍ ଭାବେ ମୃତଦେହକୁ ଯଥାରୀତିରେ ଅନ୍ତିମ ସଂସ୍କାର କରିବା ମୋର ନୈତିକ ଦାୟିତ୍ୱ। ମୁଁ ଏଥିପାଇଁ ଚଲାଇଲି, ଯେପରି ଡ୍ରାଇଭରଙ୍କୁ ଲାଗିବ ଯେ କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ସାମିଲ୍‌ ହେବା ପ୍ରଶାସନର ଦାୟିତ୍ୱ ଏବଂ ଏହାର ପାଳନ ମଧ୍ୟ କରାଯିବା ଦରକାର।"

Advertisment
Advertisment