/odishatv-khabar/media/post_attachments/uploadimage/library/16_9/16_9_0/suicide-3_1626687783.jpg)
suicide
ଅହମଦାବାଦ : କର୍ମକ୍ଷେତ୍ରରେ ମାଲିକର ଚାପ ସହି ନପାରି ଆତ୍ମହତ୍ୟା କରିଛି ଏକ ଭେଣ୍ଡିଆ ପୁଅ। ମୃତ୍ୟର ୫ ମାସ ପରେ ସେହି ଯୁବକର ମୋବାଇଲ ଖୋଲିଛି ଆତ୍ମହତ୍ୟାର ରହସ୍ୟ। ଯାହାକି ଏବେ ଆମ ସଭ୍ୟ ସମାଜର ସ୍ଥିତି ବାବଦରେ ବଖାଣିଛି।
ଗୁଜରାଟ ଗୋମତିପୁରର ବାସିନ୍ଦା ଅଶୋକ ପାର୍ମାର ଏବଂ ତାଙ୍କ ପରିବାର। ପୁଅ ନିଖିଳ ପାର୍ମାର (୧୯)। ରୋଜଗାର ଆଶାରେ ବାସନାରେ ଏକ ବାହାଘର ଡେକୋରେସେନ ଦୋକାନରେ ଅକ୍ଟୋବର ୨୦୧୮ରେ ଯୋଗ ଦେଇଥିଲେ। ଡେକୋରେସନ ଦୋକାନରେ କିଛି ମାସ କାମ କରିବା ପରେ ଦୋକାନର ମାଲିକ(୪୫) ତାଙ୍କର ସ୍ତ୍ରୀ(୨୫)ଙ୍କ ସହ ସମ୍ପର୍କ ରଖିବା ପାଇଁ ନିଖିଳକୁ ବାଧ୍ୟ କରିଥିଲା। ଯଦି ସମ୍ପର୍କ ରଖିବ ତାହେଲେ ଦରମା ମିଳିବ ବୋଲି କହିଥିଲା ଦୋକାନର ମାଲିକ।
ଏହାପରେ ରୋଜଗାର ଆଶାରେ ଦୋକାନୀର ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖିଥିଲା ନିଖିଳ। ମହିଳା ଜଣଙ୍କ ମଧ୍ୟ ଏ ନେଇ ସହମତି ପ୍ରକାଶ କରିଥିଲେ। ତେବେ ଉଭୟ ନିଖିଳ ଓ ସେହି ମହିଳାଙ୍କ ସହ ସମ୍ପର୍କ ସେତୁ ନିବିଡ଼ ହେବା ପରେ ହଠାତ୍ ସମ୍ପର୍କରେ ରୋକ୍ ଲଗାଇବା ପାଇଁ ନିଖିଳର ମାଲିକ କହିଥିଲା।
ଏହାପରେ ନିଖିଳ ମାନସିକ ଚାପଗ୍ରସ୍ତ ହୋଇଥିଲା। ଏହା ପରେ ନିଖିଳ ତାଙ୍କ ବାପା ଅଶୋକକୁ କହିଥିଲା ଆଉ ସେହି ଦୋକାନରେ କାମ କରିବ ନାହିଁ। ଅଶୋକ ମଧ୍ୟ ପୁଅର କଥାରେ ରାଜି ହୋଇଥିଲେ। ଜୁଲାଇ ୧୪, ୨୦୧୯ରେ ନିଖିଳର ମାଲିକ ଫୋନ୍ କରି କହିଥିଲା ଦରମା ଆସି ନେଇ ଯିବାକୁ। ଜୁଲାଇ ୧୫ରେ ସେ ଓ ତା’ର ମାଲିକ ରାଜସ୍ଥାନ ବୁଲିବାକୁ ଯାଉଛନ୍ତି ବୋଲି ନିଖିଳ ତା’ର ବାପାଙ୍କୁ କହିଥିଲା।
ତେବେ ଜୁଲାଇ ୨୦ରେ ନିଖିଳ ଆତ୍ମହତ୍ୟା କରିଛି ବୋଲି ଅଶୋକଙ୍କୁ ଫୋନ୍ କରି କହିଥିଲା ନିଖିଳଙ୍କ ମାଲିକ। ନିଖିଳର ମାଲିକ ଅଫିସରେ ନିଖିଳ ଆତ୍ମହତ୍ୟା କରିଥିବା ଅଶୋକ ଦେଖିବାକୁ ପାଇଥିଲେ।
ଏହି ଘଟଣାର ତିନି ମାସ ପରେ ନିଖିଳର ମୋବାଇଲ ଫୋନ୍ ଚେକ କରିଥିଲେ ଭାଇ ସଞ୍ଜୟ ଏବଂ ଭଉଣୀ ନିଶା। ଯେଉଁଥିରେ ନିଖିଳ ଏବଂ ତା’ର ମାଲିକର ମେସେଜ ରହିଥିଲା। ଗୋଟିଏ ମେସେଜରେ ଉଲ୍ଲେଖ ଥିଲା, ‘ତୁମେ ତମ ସ୍ତ୍ରୀ ସହ ସମ୍ପର୍କ ରଖିବା ପାଇଁ ପ୍ରଥମେ କହିଥିଲ, ମୁଁ ଏହାକୁ ମାନି ନିର୍ଦ୍ଦେଶ ଅନୁସାରେ ପ୍ରେମ କଲି। ଆପଣଙ୍କ ସ୍ତ୍ରୀ ମଧ୍ୟ ମୋତେ ଭଲ ପାଉଥିଲା। ଏହାପରେ ମୋତେ ଅଲଗା ରହିବା ପାଇଁ କହିଲ। ଏମିତିକି ଦରମା ଦେବନି ବୋଲି କହିଲ। ମୋ ସହିତ ଏମିତି କରିବା ଠିକ୍ ହେଲାନି’।
ବାସନା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ନିଖିଲ ଏବଂ ଦୋକାନ ମାଲିକର ସ୍ତ୍ରୀ ପରସ୍ପରକୁ ଭଲ ପାଉଥିଲେ। ହେଲେ ମାଲିକ ଜଣଙ୍କ ସମ୍ପର୍କରେ ରୋକ୍ ଲଗାଇବା ପାଇଁ କହିଥିଲେ। ଏହାପରେ ନିଖିଳ ଓ ସେହି ମହିଳା ଜଣଙ୍କ ମାନସିକ ଚାପଗ୍ରସ୍ତ ହୋଇଥିଲେ। ଏହାପରେ ନିଖିଳଙ୍କୁ ତାଙ୍କ ସ୍ତ୍ରୀଠୁ ଦୂରେଇ ରହିବାକୁ ଦୋକାନୀ ଜଣଙ୍କ କହିଥିଲେ। ଶେଷରେ ନିଖିଳ ମାନସିକ ଚାପ ସମ୍ଭାଳି ନପାରି ଆତ୍ମହତ୍ୟା କରିଛି ବୋଲି ପୁଲିସ କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)