Advertisment

ହ୍ରଦର ପାଣି କାହିଁକି ଗୋଲାପୀ ହେଲା, ଗବେଷଣା କରିବେ ବୈଜ୍ଞାନିକ

ମୁମ୍ବାଇ: ମହାରାଷ୍ଟ୍ର ଲୋନାର ହ୍ରଦର ପାଣି କାହିଁକି ଗୋଲାପୀ ରଙ୍ଗ ହେଲା ଏନେଇ ଗବେଷଣା କରିବ ନାଗପୁର ସ୍ଥିତ ଜାତୀୟ ପରିବେଶ ଗବେଷଣା ପ୍ରତିଷ୍ଠାନ। ଆସନ୍ତା ସପ୍ତାହରେ ବୁଲଧାନା ଜିଲ୍ଲା ଲୋନାର ହ୍ରଦ ପରିଭ୍ରମଣ କରି ନମୂନା ସଂଗ୍ରହ ହେବ। ଏବଂ କାହିଁକି ଏହାର ରଙ୍ଗ ଗୋଲାପୀ ହେଲା ଏନେଇ ଗବେଷଣା କରିବେ ସଂସ୍ଥାର ବୈଜ୍ଞାନିକ। ୫୦ ହଜାର ବର୍ଷ ତଳେ ପୃଥିବୀ ସହ ଏକ ଉଲ୍‌କା ପିଣ୍ଡ ବାଡ଼େଇ ହେବାରୁ ଏହି ଅଣ୍ଡାକୃତ୍ତିର ହ୍ରଦ ସୃଷ୍ଟି […]

ହ୍ରଦର ପାଣି କାହିଁକି ଗୋଲାପୀ ହେଲା, ଗବେଷଣା କରିବେ ବୈଜ୍ଞାନିକ

Lonar Lake

Advertisment

ମୁମ୍ବାଇ: ମହାରାଷ୍ଟ୍ର ଲୋନାର ହ୍ରଦର ପାଣି କାହିଁକି ଗୋଲାପୀ ରଙ୍ଗ ହେଲା ଏନେଇ ଗବେଷଣା କରିବ ନାଗପୁର ସ୍ଥିତ ଜାତୀୟ ପରିବେଶ ଗବେଷଣା ପ୍ରତିଷ୍ଠାନ। ଆସନ୍ତା ସପ୍ତାହରେ ବୁଲଧାନା ଜିଲ୍ଲା ଲୋନାର ହ୍ରଦ ପରିଭ୍ରମଣ କରି ନମୂନା ସଂଗ୍ରହ ହେବ। ଏବଂ କାହିଁକି ଏହାର ରଙ୍ଗ ଗୋଲାପୀ ହେଲା ଏନେଇ ଗବେଷଣା କରିବେ ସଂସ୍ଥାର ବୈଜ୍ଞାନିକ।

Advertisment

୫୦ ହଜାର ବର୍ଷ ତଳେ ପୃଥିବୀ ସହ ଏକ ଉଲ୍‌କା ପିଣ୍ଡ ବାଡ଼େଇ ହେବାରୁ ଏହି ଅଣ୍ଡାକୃତ୍ତିର ହ୍ରଦ ସୃଷ୍ଟି ହୋଇଥିବା କୁହାଯାଏ। ଲୋନାର ହ୍ରଦ ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାଏ। ଏହାସହ ବିଶ୍ୱର ଅନେକ ବୈଜ୍ଞାନିକ ଏଠାକୁ ଆସି ଗବେଷଣା କରିଥାନ୍ତି। ଲୁନାର ହ୍ରଦର ବ୍ୟାସ ପ୍ରାୟ ୧୨ ଶହ ମିଟର ହେବ।

Lonar lake turning reddish: Buldana collector asks NEERI to find ...

ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଏହି ଦ୍ରଦର ଜଳରେ ପ୍ରଥମ ଥର ପାଇଁ ଏପରି ପରିବର୍ତ୍ତନ ଆସିନାହିଁ, ଏହା ପୂର୍ବରୁ ମଧ୍ୟ ଅନେକଥର ରଙ୍ଗ ପରିବର୍ତ୍ତନ ହୋଇଛି। ତେବେ ଏଥର ଏହାର ଦୃଶ୍ୟ ଅଧିକ ଚମତ୍କାର ଥିଲା।

Advertisment

ପୂର୍ବ ବର୍ଷଗୁଡ଼ିକ ସହ ତୁଳନା କଲେ ବର୍ତ୍ତମାନ ଲୋନାର୍‌ ହ୍ରଦରେ ଜଳରାଶି ବହୁତ କମ୍‌ ରହିଛି। ବର୍ଷା ନ ହେବା ଯୋଗୁ ହ୍ରଦରେ ମଧୂର ଜଳରାଶିର ସ୍ତର ବୃଦ୍ଧି ପାଉନାହିଁ। ଜଳରାଶି କମ୍ ରହିଥିବାରୁ ଏଥିରେ ଲବଣତା ବୃଦ୍ଧି ପାଇଛି। ଏଥିପାଇଁ ଜଳରାଶିର ରଙ୍ଗରେ ପରିବର୍ତ୍ତନ ଘଟିଥାଇପାରେ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି।

Maharashtra Is Home To A 52,000-Year-Old Crater Lake | WhatsHot Pune

ସେପଟେ ମୌସୁମୀ ଆଗମନ ପୂର୍ବରୁ ମହାରାଷ୍ଟ୍ରର ନାସିକରେ ପ୍ରବଳ ବର୍ଷା ହୋଇଛି। ଲଗାତର ତିନିଦିନ ଧରି ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଭାଗରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଗତକାଲି ୫୦.୮ ଏମ୍ଏମ୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Advertisment

Rains in Mumbai: Mumbai Records Heaviest Rain In 24 Hours Since ...

ବର୍ଷା ପାଣିରେ ନାଳ ନର୍ଦ୍ଦମା ପୂରିଯିବାରୁ ନାସିକ ସହରରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଘରେ ପାଣି ପଶି ଯିବା ସହ କେତେକ ସ୍ଥାନରେ ଯାନବାହନ ଭାସି ଯାଇଥିବା ସୂଚନା ମିଳିଛି। ଆଜି ମଧ୍ୟ ନାସିକ, ଧୁଲେ, ନାନ୍ଦୁରବର, ଜଲଗାଁଓ ଓ ଅହମ୍ମଦନଗରରେ ବର୍ଷା ହେବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି।

Maharashtra Lonar Lake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ