Advertisment

ମୁକୁଳି ପାରନ୍ତି ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ

ତାମିଲନାଡୁ  : ତାମିଲନାଡୁ କ୍ୟାବିନେଟର ବଡ ନିଷ୍ପତ୍ତି। ମୁକ୍ତ ହୋଇପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ। ଏହି ମାମଲାରେ କାରାଦଣ୍ଡ ଭୋଗୁଥିବା ୭ ଦୋଷୀଙ୍କୁ ମୁକ୍ତ କରିବାକୁ ଅାଜି ତାମିଲନାଡୁ କ୍ୟାବିନେଟ୍‌ରେ ପ୍ରସ୍ତାବ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକର ଏଇ ନିଷ୍ପତ୍ତିକୁ ଖୁବ୍‌ଶୀଘ୍ର ରାଜ୍ୟପାଳଙ୍କ ପାଖକୁ ପଠାଯିବ ବୋଲି ମନ୍ତ୍ରୀ ଡି. ଜୟକୁମାର ସୂଚନା ଦେଇଛନ୍ତି। ରାଜୀବ ଗାନ୍ଧିଙ୍କ ହତ୍ୟା ଅଭିଯୋଗରେ ୭ ଜଣ ଗତ ୨୭ବର୍ଷ […]

author-image
Otv Khabar Bureau
ମୁକୁଳି ପାରନ୍ତି ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ

rajiv gandhi

ତାମିଲନାଡୁ  : ତାମିଲନାଡୁ କ୍ୟାବିନେଟର ବଡ ନିଷ୍ପତ୍ତି। ମୁକ୍ତ ହୋଇପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ। ଏହି ମାମଲାରେ କାରାଦଣ୍ଡ ଭୋଗୁଥିବା ୭ ଦୋଷୀଙ୍କୁ ମୁକ୍ତ କରିବାକୁ ଅାଜି ତାମିଲନାଡୁ କ୍ୟାବିନେଟ୍‌ରେ ପ୍ରସ୍ତାବ ପାରିତ ହୋଇଛି।

Advertisment

ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକର ଏଇ ନିଷ୍ପତ୍ତିକୁ ଖୁବ୍‌ଶୀଘ୍ର ରାଜ୍ୟପାଳଙ୍କ ପାଖକୁ ପଠାଯିବ ବୋଲି ମନ୍ତ୍ରୀ ଡି. ଜୟକୁମାର ସୂଚନା ଦେଇଛନ୍ତି। ରାଜୀବ ଗାନ୍ଧିଙ୍କ ହତ୍ୟା ଅଭିଯୋଗରେ ୭ ଜଣ ଗତ ୨୭ବର୍ଷ ଧରି ଜେଲ ଦଣ୍ଡ ଭୋଗୁଛନ୍ତି। ଏମାନେ ହେଲେ ନଳିନୀ ଶ୍ରୀହରନ୍, ମୁରୁଗାନ ଅାଲିଅାସ୍ ଶ୍ରୀହରନ୍, ପେରାରିଭେଲନା ଅାଲାସ୍ ଅାରିଭୁ, ରୋର୍ବଟ ପାୟସ, ରବିଚନ୍ଦ୍ରନ, ସନ୍ଥନ ଏବଂ ଜୟକୁମାର।

Advertisment

ପୂର୍ବରୁ ଜୟଲଳିତା ସରକାର ୨୦୧୪ରେ ସମସ୍ତ ଦୋଷୀଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ।

Advertisment
Advertisment