Untitled-1
Advertisment
ବିଶାଖାପାଟଣା (ଯଶୋବନ୍ତ ନାରାୟଣ ପାଢ଼ୀ): ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଏମିତି ଏକ କାମ କରି ସାରା ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସରକାରୀ କାମରେ ଯାଉଥିବାବେଳେ ପ୍ରୋଟକଲ ଭାଙ୍ଗି ଜଣେ ମହିଳାଙ୍କ ଅଭିଯୋଗ ଶୁଣିବା ସହ ସହାୟତାର ହାତ ବଢାଇଛନ୍ତି। ତାଙ୍କର ଏହି ଭିଡିଓ ବେଶ ଭାଇରାଲ ହୋଇଛି।
ସାଧାରଣତଃ ଆମେ ଦେଖିଥାଉ, ଗରିବ ଲୋକଟିଏ ପ୍ରଶାସନ ପାଖରେ ପହଞ୍ଚି ପାରେ ନାହିଁ। ସେଠି ପହଞ୍ଚିବା ପାଇଁ ତା ସାମ୍ନାରେ ଅନେକ ପ୍ରତିବନ୍ଧକ। ହେଲେ ଏଇ ମହିଳାଜଣକ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଏବଂ ନିଜ ଅଭିଯୋଗ ଜଣାଇବେ। ହେଲେ କେମିତି ସମ୍ଭବ ହେବ ଜାଣି ପାରୁ ନ ଥିଲେ। ମହିଳା ଜଣକ ଗରିବ ଥିଲେ। ଏପରିକି ଚଳିବା ପାଇଁ ଅସମର୍ଥ ଥିଲେ।
ଏହି ସମୟରେ ମହିଳା ଜାଣିବାକୁ ପାଇଲେ ଯେ, ମୁଖ୍ୟମନ୍ତ୍ରୀ ନିଜ ଘର ନିକଟ ଦେଇ ଯିବେ। ଏହା ଜାଣିବା ପରେ ସେ ଏକ ଧଳା କାଗଜରେ ନିଜର ଅଭିଯୋଗ ଲେଖି ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ଉକ୍ତ ରାସ୍ତା ଦେଇ ଯାଉଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ କାରକୁ ହାତ ଠାରି ଅଟକିବା ପାଇଁ ଇଶାରା ଦେଇଥିଲେ। ଏହା ଷ୍ଟାଲିନଙ୍କ ନଜରରେ ଆସିଥିଲା। ସେ ଡ୍ରାଇଭରଙ୍କୁ ଗାଡି ଅଟକାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ମୁଖ୍ୟମନ୍ତ୍ରୀ ନିଜର ସୁରକ୍ଷା ପ୍ରୋଟୋକଲକୁ ଛାଡି ଦେଇ ତୁରନ୍ତ ଗାଡି ଅଟକାଇଥିଲେ। ଗାଡି ଅଟକିବା ଦେଖି ମହିଳା ଜଣକ ଡୋର ନିକଟକୁ ଆସି ଏକ ଧଳା କାଗଜ ବଢାଇଥିଲେ। ମୁଖ୍ୟମନ୍ତ୍ରୀ କାଚ ଖୋଲି ଅଭିଯୋଗପତ୍ର ଗ୍ରହଣ କରିଥିଲେ ଏବଂ ଅଭିଯୋଗ ପତ୍ରରେ ଦସ୍ତଖତ କରିଥିଲେ। ଏପରିକି ବିଭାଗୀୟ ଅଧିକାରୀମାନଙ୍କୁ ଏ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
କୁହାଯାଉଛି, ମହିଳା ଜଣକ ରୋଗାକ୍ରାନ୍ତ ଥିଲେ। ଏପରକି ତାଙ୍କ ପାଖରେ ଚିକିତ୍ସା ପାଇଁ ଅର୍ଥର ଘୋର ଅଭାବ ରହିଛି।
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଏହି ଭିଡିଓ ବର୍ତ୍ତମାନ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ବହୁଲୋକ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Untitled-1-56_1623757178.jpg)