Advertisment

ସ୍ୱଚ୍ଛ ସର୍ଭେକ୍ଷଣ ୨୦୨୦: ଏହି ସହର ହେଲା ଭାରତର ସବୁଠୁ ସ୍ୱଚ୍ଛ ସହର

ନୂଆଦିଲ୍ଲୀ: ଇନ୍ଦୋର ଦେଶର ସବୁଠାରୁ ସ୍ୱଚ୍ଛ ସହର। ଜାତୀୟ ସ୍ୱଚ୍ଛତା ସର୍ଭେ ‘ସ୍ୱଚ୍ଛ ସର୍ଭେକ୍ଷଣ୨୦୨୦’ର ପଞ୍ଚମ ପାଳିରେ ଇନ୍ଦୋରକୁ ସବୁଠାରୁ ସ୍ୱଚ୍ଛ ସହର ଭାବେ ଚିହ୍ନଟ କରାଯାଇଛି। ସେହିଭଳି ସ୍ୱଚ୍ଛ ସର୍ବେକ୍ଷଣରେ ଓଡ଼ିଶାକୁ ୨ଟି ବର୍ଗରେ ଶ୍ରେଷ୍ଠ ପୁରସ୍କାର ମିଳିଛି। ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଓଡ଼ିଶା। ତା ସହିତ ମଧ୍ୟମ ବର୍ଗରେ ବ୍ରହ୍ମପୁର ଶ୍ରେଷ୍ଠ ସହର ଭାବେ ବିବେଚିତ ହୋଇଛି। ଚତୁର୍ଥ ଥର ପାଇଁ ଇନ୍ଦୋର ଭାରତର ସବୁଠୁ ସ୍ୱଚ୍ଛ ସହର ତାଲିକାରେ […]

ଅଦ୍ୟତନ ହୋଇଛି
ସ୍ୱଚ୍ଛ ସର୍ଭେକ୍ଷଣ ୨୦୨୦: ଏହି ସହର ହେଲା ଭାରତର ସବୁଠୁ ସ୍ୱଚ୍ଛ ସହର

photo

Advertisment

ନୂଆଦିଲ୍ଲୀ: ଇନ୍ଦୋର ଦେଶର ସବୁଠାରୁ ସ୍ୱଚ୍ଛ ସହର। ଜାତୀୟ ସ୍ୱଚ୍ଛତା ସର୍ଭେ ‘ସ୍ୱଚ୍ଛ ସର୍ଭେକ୍ଷଣ୨୦୨୦’ର ପଞ୍ଚମ ପାଳିରେ ଇନ୍ଦୋରକୁ ସବୁଠାରୁ ସ୍ୱଚ୍ଛ ସହର ଭାବେ ଚିହ୍ନଟ କରାଯାଇଛି। ସେହିଭଳି ସ୍ୱଚ୍ଛ ସର୍ବେକ୍ଷଣରେ ଓଡ଼ିଶାକୁ ୨ଟି ବର୍ଗରେ ଶ୍ରେଷ୍ଠ ପୁରସ୍କାର ମିଳିଛି। ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଓଡ଼ିଶା। ତା ସହିତ ମଧ୍ୟମ ବର୍ଗରେ ବ୍ରହ୍ମପୁର ଶ୍ରେଷ୍ଠ ସହର ଭାବେ ବିବେଚିତ ହୋଇଛି।

Advertisment

ଚତୁର୍ଥ ଥର ପାଇଁ ଇନ୍ଦୋର ଭାରତର ସବୁଠୁ ସ୍ୱଚ୍ଛ ସହର ତାଲିକାରେ ସ୍ଥାନ ପାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟର କରିଥିବା ଏହି ସର୍ଭେ ରିପୋର୍ଟରେ ଇନ୍ଦୋର ତାଲିକାରେ ଏକ ନମ୍ବର ସ୍ଥାନରେ ଥିବା ବେଳେ ସୁରତ ଦ୍ୱିତୀୟ ଓ ନଭି ମୁମ୍ବାଇ ତୃତୀୟ ସ୍ଥାନରେ ରହିଛି। କେନ୍ଦ୍ର ଗୃହ ଓ ନଗର ଉନ୍ନୟ ମନ୍ତ୍ରାଳୟର ଦ୍ୱାରା ଆୟୋଜିତ ସ୍ୱଚ୍ଛ ମହୋତ୍ସବରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ହର୍‌ଦୀପ ସିଂହ ପୁରୀ।

କେଉଁ ସହର କେତେ ନମ୍ବର ସ୍ଥାନରେ ରହିଛି ଫଟୋରୁ ଜାଣନ୍ତୁ-

publive-image

ଇନ୍ଦୋର ଚତୁର୍ଥ ଥର ପାଇଁ ଏକ ନମ୍ବର ସ୍ୱଚ୍ଛ ସହର ହୋଇଥିବାରୁ ସେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହିତ ଅନ୍ୟ ସମସ୍ତ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

ସେହିଭଳି ଗଙ୍ଗାକୂଳରେ ଥିବା ବାରଣସୀ ସବୁଠାରୁ ସ୍ୱଚ୍ଛ ଟାଉନ୍‌ ଭାବେ ଚିହ୍ନଟ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଧାଇ ଜଣାଇଛନ୍ତି ହରଦୀପ। ସେହିଭଳି ଜଳନ୍ଧର କାଣ୍ଟକୁ ସ୍ୱଚ୍ଛ  କ୍ୟାଣ୍ଟନମେଣ୍ଟ ଭାବେ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ