/odishatv-khabar/media/post_attachments/uploadimage/library/16_9/16_9_0/sushant_1625478107.jpg)
sushant
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ତାଙ୍କ ବାପା କେକେ ସିଂହ ବିସ୍ଫୋରକ ବୟାନ୍ ଦେଇଛନ୍ତି। ସୁଶାନ୍ତଙ୍କ ବାପା କେକେ ସିଂହ କହିଛନ୍ତି, ମୋ ପୁଅ ନିଜ ଜୀବନ ପ୍ରତି ବିପଦ ଥିବା ଜାଣିପାରିଥିଲା ଏବଂ ଏଥିପାଇଁ ସେ ବାନ୍ଦ୍ରା ପୋଲିସକୁ ମଧ୍ୟ ସବୁ ସୂଚନା ଦେଇଥିଲେ।
ସୁଶାନ୍ତ ଫେବୃଆରୀ ୨୫ ତାରିଖରୁ ବାନ୍ଦ୍ରା ପୋଲିସକୁ ନିଜ ପ୍ରତି ଥିବା ଥିବା ବିପଦ ସମ୍ବନ୍ଧରେ ଅବଗତ କରାଯାଇଥିଲେ। କିନ୍ତୁ ପୋଲିସ୍ ମୋ ପୁଅ କଥା ଆଦୌ ଶୁଣିନଥିଲେ। ଜୁନ୍ ୧୪ ତାରିଖରେ ମୋ ପୁଅର ଜୀବନ ଚାଲିଯିବା ପରେ ବି ପୋଲିସ୍ ଏ ମାମଲାରେ କର୍ଣ୍ଣପାତ କରିନାହାନ୍ତି।
ମୋ ପୁଅ ଯିବାର ୪୦ ଦିନ ପରେ ବି ତଦନ୍ତ ଆଗକୁ ବଢ଼ୁନଥିବା ଦେଖି ମୁଁ ପାଟନା ପୋଲିସରେ ଅଭିଯୋଗ କରିଥିଲି। ତା'ପରେ ହିଁ ତଦନ୍ତ ଆଗକୁ ବଢ଼ିଥିବା ସୁଶାନ୍ତଙ୍କ ପିତା କହିଛନ୍ତି। ମୋ ପୁଅର ମୃତ୍ୟୁ ମାମଲାରେ ପାଟନା ପୋଲିସର ତଦନ୍ତ ସଠିକ୍ ଦିଶାରେ ଚାଲିଛି। ଏଥିପାଇଁ ମୁଁ ବିଶେଷ ଭାବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି।
ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁକୁ ଏହା ଭିତରେ ୫୦ ଦିନ ବିତିଯାଇଥିଲେ ହେଁ, କୌଣସି ଠୋସ୍ ପ୍ରମାଣ ମିଳିପାରିନାହିଁ। ଗୋଟିଏ ପଟେ ମୁମ୍ବାଇ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି। ସେପଟେ ମୁମ୍ବାଇ ପୋଲିସ୍ ତରଫରୁ ପାଟନା ପୋଲିସକୁ କୌଣସି ସହାୟତା ମିଳୁନଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ସୁଶାନ୍ତ ମାମଲା କେଉଁ ଆଡ଼େ ଗତି କରୁଛି, ତାହା ଦେଖିବାକୁ ବାକି ରହିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)