/odishatv-khabar/media/post_attachments/uploadimage/library/16_9/16_9_0/susa5555_1626697531.jpg)
susa5555
ନାଗପୁର: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏନେଇ ସୁଶାନ୍ତଙ୍କର ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଥିବା ଜଣାପଡିଛି।
ଖବର ଅନୁଯାୟୀ, ଆତ୍ମହତ୍ୟା କରିଥିବା ୧୪ବର୍ଷର ବାଳକ ନାଗପୁର ସ୍ଥିତ ଜରିପଟକା ଅଞ୍ଚଳର ବାସିନ୍ଦା। ଆତ୍ମହତ୍ୟା କରିଥିବା ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲା। ଆମେମାନେ ସର୍ବଦା ତା’ର ମନରୁ ସୁଶାନ୍ତଙ୍କ କଥାକୁ ଦୂରେଇବା ପାଇଁ ଚେଷ୍ଟା କରୁଥିଲୁ।
ପୋଲିସର ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିଥିବା ବାଳକର ଘରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ। ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି। ପରିବାର ସଦସ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ପରଠାରୁ ସେ ବହୁତ ଚାପରେ ଥିଲେ। ସେ କ୍ରମାଗତ ଭାବରେ ଟିଭିରେ ସୁଶାନ୍ତଙ୍କ ସହ ଜଡ଼ିତ ନ୍ୟୁଜ ଦେଖୁଥିଲେ। ସୁଶାନ୍ତଙ୍କ ଫିଲ୍ମ ମଧ୍ୟ ଦେଖୁଥିଲେ। ଏଥିସହିତ ସେ ସବୁବେଳେ ଦୁଃଖରେ ରହୁଥିଲେ।
ଏହାପୂର୍ବରୁ ବିହାରର ରାଜଧାନୀ ପାଟନା ସମେତ ଦୁଇଟି ଜିଲ୍ଲାରୁ ଅଲଗା ଅଲଗା ସ୍ଥାନରେ ଜଣେ ଯୁବତୀ ଓ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। ପ୍ରଥମ ଘଟଣା ପାଟନା ସହ ଜଡ଼ିତ। କାଦାମକୁଆନ ପୋଲିସ ଷ୍ଟେସନ ଅଞ୍ଚଳର ରାଜେନ୍ଦ୍ର ନଗର ଠାରେ ଥିବା ରୋଡ଼ ନଂ ୧୨ରେ ଜଣେ ୧୭ ବର୍ଷର ଯୁବତୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ପାଟନାରେ ଆତ୍ମହତ୍ୟା କରିଥିବା ଏହି ୧୭ ବର୍ଷର ଯୁବତୀ ପାଟନାସ୍ଥିତ ଏକ ସ୍କୁଲରେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ମଧ୍ୟ ଭଲ କରିନଥିବାରୁ ସେ ଡିପ୍ରେସନରେ ଥିଲେ। ଦ୍ୱିତୀୟ ଘଟଣାଟି ନାଲନ୍ଦା ଅଞ୍ଚଳର। ଏହି ଯୁବକର ମାମୁଁ କହିଥିଲେ ଯେ ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ସେ ବହୁତ ଭାଙ୍ଗି ପଡ଼ିଥିଲେ।
ସୂଚନାଥାଉକି, ‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ରେ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ବ୍ଲକବଷ୍ଟର୍ ଫିଲ୍ମ ‘ପିକେ’ରେ ମଧ୍ୟ ଅଭିନୟ କରିଥିଲେ। ବାୟୋପିକ୍ ‘ଏମ୍.ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀ’ରେ ସୁଶାନ୍ତ ସିଂଙ୍କ ଅଭିନୟ ବେଶ୍ ଚମତ୍କାର ଥିଲା। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍ରେ ହିଟ୍ କରିଥିଲା। କ୍ରିକେଟର ଏମ୍.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ତିଆରି ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)