Advertisment

ଅନ୍ତିମ ସଂସ୍କାର ପୂର୍ବରୁ ସୁଶାନ୍ତଙ୍କ କରାଯିବ କରୋନା ଟେଷ୍ଟ

ମୁମ୍ୱାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଅନ୍ତିମ ସଂସ୍କାର କରିବା ପୂର୍ବରୁ ତାଙ୍କର କରାଯିବ କରୋନା ଟେଷ୍ଟ। ସୁଶାନ୍ତଙ୍କର ପୋଷ୍ଟମର୍ଟମ ପୂର୍ବରୁ କରୋନା ପରୀକ୍ଷା ପାଇଁ ତାଙ୍କ ନମୂନା ନିଆଯାଇଛି।  ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ହେତୁ ପ୍ରତ୍ୟେକ ବ୍ୟକ୍ତିର ମୃତ୍ୟୁ ପରେ ସେମାନଙ୍କର କରୋନା ପରୀକ୍ଷା କରାଯାଉଛି। ଯଦି ରିପୋର୍ଟ ପଜିଟିଭ ଆସୁଛି ତେବେ ସରକାରୀ ନିୟମ ଅନୁସରଣ କରିବାକୁ ପଡିଥାଏ। ଖବର ଅନୁଯାୟୀ, ଗତକାଲି ୩୪ବର୍ଷୀୟ ସୁଶାନ୍ତ ମୁମ୍ୱାଇର ବାନ୍ଦ୍ରାସ୍ଥିତ ନିଜ […]

author-image
Mahasweta Baral
ଅନ୍ତିମ ସଂସ୍କାର ପୂର୍ବରୁ ସୁଶାନ୍ତଙ୍କ କରାଯିବ କରୋନା ଟେଷ୍ଟ

susanta5555

ମୁମ୍ୱାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଅନ୍ତିମ ସଂସ୍କାର କରିବା ପୂର୍ବରୁ ତାଙ୍କର କରାଯିବ କରୋନା ଟେଷ୍ଟ। ସୁଶାନ୍ତଙ୍କର ପୋଷ୍ଟମର୍ଟମ ପୂର୍ବରୁ କରୋନା ପରୀକ୍ଷା ପାଇଁ ତାଙ୍କ ନମୂନା ନିଆଯାଇଛି।  ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ହେତୁ ପ୍ରତ୍ୟେକ ବ୍ୟକ୍ତିର ମୃତ୍ୟୁ ପରେ ସେମାନଙ୍କର କରୋନା ପରୀକ୍ଷା କରାଯାଉଛି। ଯଦି ରିପୋର୍ଟ ପଜିଟିଭ ଆସୁଛି ତେବେ ସରକାରୀ ନିୟମ ଅନୁସରଣ କରିବାକୁ ପଡିଥାଏ।

Advertisment

ଖବର ଅନୁଯାୟୀ, ଗତକାଲି ୩୪ବର୍ଷୀୟ ସୁଶାନ୍ତ ମୁମ୍ୱାଇର ବାନ୍ଦ୍ରାସ୍ଥିତ ନିଜ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବଲିଉଡ ସମେତ ସବୁମହଲରେ ଆଲୋଡନ ସୃଷ୍ଟି ହୋଇଥିଲା। ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ସେଠାରେ ପ୍ରାଥମିକ ଅନୁସନ୍ଧାନ କରିବା ପରେ ସୁଶାନ୍ତଙ୍କ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ରିପୋର୍ଟରୁ ଜଣାପଡିଛି ଯେ, ସୁଶାନ୍ତଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ତଥାପି ଫାଇନାଲ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସୁଶାନ୍ତଙ୍କ ପୋଷ୍ଟମର୍ଟମ ମୁମ୍ବାଇର ଜୁହୁ ଠାରେ ଥିବା କପୁର୍ ହସ୍ପିଟାଲରେ କରାଯାଇଥିଲା। ପୋଷ୍ଟମର୍ଟମରୁ ଏହା ଜଣାପଡିଛି ଯେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ତଥାପି ଡାକ୍ତରମାନେ ସୁଶାନ୍ତ ସିଂ ରାଜପୁତଙ୍କ ଗୁରୁତ୍ୱପୂର୍ଣ୍ଣ ଅର୍ଗାନକୁ ଫୋରେନସିକ୍ ପରୀକ୍ଷା ପାଇଁ ଜେଜେ ହସ୍ପିଟାଲକୁ ପଠାଇଛନ୍ତି। ଯାହାଦ୍ୱାରା ଜଣାପଡିବ ଯେ ସୁଶାନ୍ତଙ୍କ ଶରୀରରେ କୌଣସି ପ୍ରକାରର ନିଶା ଔଷଧ କି ବିଷ ଅଛି କି ନାହିଁ।

Advertisment
Advertisment
Advertisment