Advertisment

ପୂର୍ବତନ ମ୍ୟାନେଜରଙ୍କ ଅକାଳ ବିୟୋଗକୁ ନେଇ ଏମିତି କହିଲେ ସୁଶାନ୍ତ ସିଂ ରାଜପୁତ

ନୂଆଦିଲ୍ଲୀ: ବଲିଉଡ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ଅକାଳ ବିୟୋଗ ଘଟିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଗତ ସୋମ‍ଶଣ ଦିଶା ତାଙ୍କର ମୁମ୍ବାଇସ୍ଥିତ କୋଠାରୁ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦିଶା କାହିଁକି ଏପରି ଚରମ ପଦକ୍ଷେପ ନେଲେ ଜଣାପଡ଼ି ନାହିଁ। ତାଙ୍କର ମୃତ୍ୟୁ ଖବର ବଲିଉଡ ଅଭିନେତା ବରୁଣ ଶର୍ମା ତାଙ୍କ ଟ୍ୱିଟ୍‌ର […]

author-image
Mahasweta Baral
ପୂର୍ବତନ ମ୍ୟାନେଜରଙ୍କ ଅକାଳ ବିୟୋଗକୁ ନେଇ ଏମିତି କହିଲେ ସୁଶାନ୍ତ ସିଂ ରାଜପୁତ

disha44444

ନୂଆଦିଲ୍ଲୀ: ବଲିଉଡ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ଅକାଳ ବିୟୋଗ ଘଟିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଗତ ସୋମ‍ଶଣ ଦିଶା ତାଙ୍କର ମୁମ୍ବାଇସ୍ଥିତ କୋଠାରୁ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Advertisment

ଦିଶା କାହିଁକି ଏପରି ଚରମ ପଦକ୍ଷେପ ନେଲେ ଜଣାପଡ଼ି ନାହିଁ। ତାଙ୍କର ମୃତ୍ୟୁ ଖବର ବଲିଉଡ ଅଭିନେତା ବରୁଣ ଶର୍ମା ତାଙ୍କ ଟ୍ୱିଟ୍‌ର ଆକାଉଣ୍ଟରେ ଏହି ସୂଚନା ଦେଇଥିଲେ। ବରୁଣ ଶର୍ମା  ଦିଶାଙ୍କ ସହ ଫଟୋ ସେୟାର କରି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସୁଶାନ୍ତ ସିଂ ରାଜପୁତ ମଧ୍ୟ  ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ସେୟାର କରି ଦିଶାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଅଭିନେତା ସୁଶାନ୍ତ ସିଂ ରାଜପୁତ ଦିଶାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଲେଖିଛନ୍ତି,‘ଏହା ଅତ୍ୟନ୍ତ ଦୁଃଖଦାୟକ ଖବର। ଦିଶାଙ୍କ ପରିବାର ଓ ବନ୍ଧୁମାନଙ୍କୁ ଆନ୍ତରିକ ସମବେଦନା ଜଣାଇବା ସହ ଭଗବାନ ଦିଶାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ’। ସୁଶାନ୍ତ ସିଂଙ୍କ ଏହି ପୋଷ୍ଟକୁ ଫ୍ୟାନ୍ପମାନେ ଲାଇକ୍‌ କରିବା ସହ ମତାମତ ମଧ୍ୟ ଦେଉଛନ୍ତି।

Advertisment

Varun Sharma shares emotional post on former manager Disha ...

ଅଭିନେତା ବରୁଣ ଶର୍ମା ଦିଶାଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇ ଅତ୍ୟନ୍ତ ଭାବପ୍ରବଣ ପୋଷ୍ଟ ଲେଖିଥିଲେ। ‘ ମୋ ପାଖରେ କହିବାକୁ କିଛି ଶବ୍ଦ ନାହିଁ...ଏହି ଘଟଣା ବିଶ୍ୱାସ କରି ହେଉନାହିଁ।  ବହୁତ ଭଲ ମଣିଷ ଓ ଭଲ ବନ୍ଧୁ। ଆପଣଙ୍କ ମୁହଁରେ ସେହି ହସ ସବୁବେଳେ ଥିଲା, ଦୈନନ୍ଦିନ ସମସ୍ୟାକୁ ଅତି ସହଜରେ ସମାଧାନ କରିଦେଉଥିଲ। ତୁମ କଥା ବହୁତ ମନେ ପଡିବ। ତୁମ ପରିବାର ପାଇଁ ପ୍ରାର୍ଥନା କରୁଛି । ମୁଁ ତଥାପି ବିଶ୍ୱାସ କରିପାରୁନି , ଦିଶା ତୁମେ ଚାଲିଯାଇଛ। ତମେ ବହୁତ ଶୀଘ୍ର ଚାଲିଯାଇଛ ।’

Advertisment
Advertisment