Advertisment

ଏହି ଦିନ ରିଲିଜ୍‌ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗ ପରଠାରୁ ତାଙ୍କର ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଦେଖିବାକୁ ପ୍ରଶଂସକମାନେ ଆଗ୍ରହୀ ଥିଲେ। ପୂର୍ବରୁ ଖବର ଥିଲା ଯେ ଏହି ଫିଲ୍ମଟି ଓଟିଟି(OTT) ଫ୍ଲାଟଫର୍ମରେ ମୁକ୍ତିଲାଭ କରାଯିବ। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଫିଲ୍ମଟି ଆସନ୍ତା ଜୁଲାଇ ୨୪ରେ ରିଲିଜ୍‌ କରାଯିବ। ସୁଶାନ୍ତଙ୍କ ଶେଷ ଫିଲ୍ମ‘ଦିଲ୍‌ ବେଚାରା’କୁ ଡିଜନି ପ୍ଲସ୍ ହଟଷ୍ଟାର୍‌ରେ ରିଲିଜ୍‌ କରାଯିବ। ସୁଶାନ୍ତଙ୍କ ଶେଷ ଫିଲ୍ମକୁ ନେଇ ଡିଜନି […]

author-image
Mahasweta Baral
ଏହି ଦିନ ରିଲିଜ୍‌ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ

susanta33333

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗ ପରଠାରୁ ତାଙ୍କର ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଦେଖିବାକୁ ପ୍ରଶଂସକମାନେ ଆଗ୍ରହୀ ଥିଲେ। ପୂର୍ବରୁ ଖବର ଥିଲା ଯେ ଏହି ଫିଲ୍ମଟି ଓଟିଟି(OTT) ଫ୍ଲାଟଫର୍ମରେ ମୁକ୍ତିଲାଭ କରାଯିବ। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଫିଲ୍ମଟି ଆସନ୍ତା ଜୁଲାଇ ୨୪ରେ ରିଲିଜ୍‌ କରାଯିବ। ସୁଶାନ୍ତଙ୍କ ଶେଷ ଫିଲ୍ମ‘ଦିଲ୍‌ ବେଚାରା’କୁ ଡିଜନି ପ୍ଲସ୍ ହଟଷ୍ଟାର୍‌ରେ ରିଲିଜ୍‌ କରାଯିବ।publive-image

Advertisment

ସୁଶାନ୍ତଙ୍କ ଶେଷ ଫିଲ୍ମକୁ ନେଇ ଡିଜନି ପ୍ଲସ୍ ହଟଷ୍ଟାର୍‌ କହିଛି, ‘ପ୍ରେମ, ଆଶା ଓ ଅନେକ ସ୍ମୃତିକୁ ନେଇ ଫିଲ୍ମର କାହାଣୀ’। ଏହି ଫିଲ୍ମଟି ଜୁଲାଇ ୨୪ରେ ଆପଣଙ୍କ ପାଖରେ ପହଁଞ୍ଚିବ। ଏହି ଫିଲ୍ମଟିକୁ  ସବ୍‌ସ୍କ୍ରାଇବର ଓ ନନ୍‌ସ୍କ୍ରାଇବର ସମସ୍ତ ବ୍ୟକ୍ତି ଏହାକୁ ଦେଖିପାରିବେ।

ସୂଚନାଥାଉକି, ‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ବାୟୋପିକ୍‌ ‘ଏମ୍.ଏସ୍ ଧୋନି: ଦ ଅନ୍‌ଟୋଲ୍ଡ‌ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍‌ ଚମତ୍କାର ଥିଲେ। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍‌ରେ ହିଟ୍‌ କରିଥିଲା। କ୍ରିକେଟର ଏମ୍‌.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ତିଆରି ହୋଇଥିଲା।

Advertisment
Advertisment
Advertisment