/odishatv-khabar/media/post_attachments/uploadimage/library/16_9/16_9_0/sushant-1-2_1626697050.jpg)
sushant-1
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଙ୍କ ଦେହାନ୍ତ ପରଠାରୁ ତାଙ୍କ ସହ ଜଡ଼ିତ ଅନେକ କଥା ଅନେକ ଖବର ଶୁଣିବାକୁ ମିଳୁଛି। ସୋସିଆଲ ମିଡିଆରେ ବି ଭଳି ଭଳି ନୂଆ ଘଟଣା ଶେୟାର କରାଯାଉଛି। ଏହାରି ଭିତରେ ସମସ୍ତଙ୍କର ମୁହଁରେ ବଲିଉଡର ପ୍ରିୟାପ୍ରୀତି ତୋଷଣ କଥା ଉଠୁଛି। ସୁଶାନ୍ତଙ୍କ ଫ୍ୟାନ୍ସମାନେ ବଲିଉଡର ବଡ଼ ବଡ଼ ନିର୍ଦ୍ଦେଶଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି।
ଏହାରି ଭିତରେ ସୁଶାନ୍ତ ସିଂହଙ୍କୁ ନେଇ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ଆତ୍ମହତ୍ୟା କରିବାର ତିନି ଦିନ ପୂର୍ବରୁ ଘରର ସମସ୍ତ କର୍ମଚାରୀଙ୍କୁ ସେ ଦରମା ଦେଇଥିଲେ। ଏକଥା ନିଜେ ପୁଲିସ ଖୁଲାସା କରିଛି।
ସୁଶାନ୍ତ ମୃତ୍ୟୁର ତିନି ଦିନ ପୂର୍ବରୁ ତାଙ୍କ ଘରେ କାମ କରୁଥିବା ସମସ୍ତ କର୍ମଚାରୀ ଦରମା ପାଇଯାଇଥିଲେ ବୋଲି ପୁଲିସ ସୂଚନା ଦେଇଛି। ଦରମା ଦେବା ସମୟରେ ସୁଶାନ୍ତ ଘରର କର୍ମଚାରୀଙ୍କୁ କହିଥିଲେ, ଦରମା ସମସ୍ତେ ରଖ। ହୁଏତ ଆଗକୁ ତମକୁ ମୁଁ ଦରମା ଦେଇ ପାରିବି ନାହିଁ।
/odishatv-khabar/media/post_attachments/ommcom/wp-content/uploads/2020/06/14165152/sushant-singh-rajput-refuses-to-let-weekends-decide-his-future-0001.jpg)
ପୁଲିସ ଏହି ଘଟଣା ସାମ୍ନାକୁ ଆଣିବା ପରେ ଫ୍ୟାନ୍ଙ୍କ ମନରେ ସୁଶାନ୍ତ ପ୍ରତି ଆହୁରି ଭଲପାଇବା ବଢ଼ିଯାଇଛି। ତାଙ୍କ ଫ୍ୟାନ୍ମାନେ ସୋସିଆଲ୍ ମିଡିଆରେ ବଡ଼ ବଡ଼ ବଲିଉଡ୍ ଷ୍ଟାରଙ୍କୁ ନାନା କଥା କହୁଥିବାର ଶୁଣାଯାଉଛି। କିଛିଦିନ ତଳେ ସଲ୍ମାନଙ୍କ 'ବିଙ୍ଗ୍ ହ୍ୟୁମାନ' ଷ୍ଟୋର୍ରେ ପଶି କିଛି ବ୍ୟକ୍ତି ଭଙ୍ଗାରୁଜା କରୁଥିବାର ଖବର ପ୍ରକାଶ ପାଇଥିଲା।
ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ଅନେକ କଳାକାର ମଧ୍ୟ ଆଗକୁ ଆସି ନୂଆ ନୂଆ କଥା ଖୁଲାସା କରୁଛନ୍ତି। ଦବଙ୍ଗ ନିର୍ଦ୍ଦେଶକ ଅଭିନବ କଶ୍ୟପର ସଲମାନ ଖାନ୍ ଓ ୟଶ୍ ରାଜ ବ୍ୟାନରକୁ ଟାର୍ଗେଟ କରି ଅନେକ କଥା କହିଥିଲେ। ଏନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ସୁଶାନ୍ତଙ୍କ ସହ ଜଡିତ ଲୋକମାନଙ୍କୁ ପୋଲିସ ଜେରା ମଧ୍ୟ କରୁଛି।
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡର ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ୮ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ବିହାରର ମୁଜାଫରପୁରର ଆଡଭୋକେଟ୍ ସୁଧୀର କୁମାର ଏହି ମାମଲା କରିଛନ୍ତି। ଏହି କଳାକାରମାନେ ହେଲେ- କରଣ ଜୋହର, ସଞ୍ଜୟ ଲୀଲା ଭନସାଲୀ, ସଲମାନ ଖାନ ଓ ଏକତା କପୁର ଓ ଅନ୍ୟମାନେ।
/odishatv-khabar/media/post_attachments/wp-content/uploads/2016/03/Sushant-Singh-Rajput-Wearing-White-Shirt.jpg)
ସୂଚନାଥାଉକି, ‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ବାୟୋପିକ୍ ‘ଏମ୍.ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍ ଚମତ୍କାର ଥିଲେ। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍ରେ ହିଟ୍ କରିଥିଲା। କ୍ରିକେଟର ଏମ୍.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ତିଆରି ହୋଇଥିଲା।
/odishatv-khabar/media/post_attachments/multimedia/09_57_2434629112.jpg)
ଆହୁରି ପଢ଼ନ୍ତୁ:ସୁଶାନ୍ତଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଥାନ୍ତେ ଏହି ବାନ୍ଧବୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)