/odishatv-khabar/media/post_attachments/uploadimage/library/16_9/16_9_0/susanta-6_1626697493.jpg)
susanta
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ଙ୍କ ବିୟୋଗରେ ତାଙ୍କ ପରିବାର ସଦସ୍ୟ ସ୍ତବ୍ଧ ହୋଇଯାଇଛନ୍ତି। ସହଜରେ ସୁଶାନ୍ତଙ୍କ ବିୟୋଗକୁ ଗ୍ରହଣ କରିପାରୁନାହାନ୍ତି। ସୁଶାନ୍ତଙ୍କ ନିଷ୍ଠାପର କାର୍ଯ୍ୟ ଓ ନିଆରା ଷ୍ଟାଇଲ୍ ଯୋଗୁ ଲୋକଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ସୁଶାନ୍ତଙ୍କ ପ୍ରଶଂସକମାନେ ସର୍ବଦା ସୋସିଆଲ ମିଡିଆରେ ସିବିଆଇ ତଦନ୍ତ ପାଇଁ ଦାବି କରୁଛନ୍ତି। ଏହି ସମୟରେ ସୁଶାନ୍ତଙ୍କ ପ୍ରାର୍ଥନା ସଭା ସହ ଜଡ଼ିତ ଏକ ଫଟୋ ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସୁଶାନ୍ତଙ୍କ ଫଟୋ ପାଖରେ ତାଙ୍କ ବାପା ବସିଥିବା ଦେଖିବାକୁ ମିଳୁଛି।
This pic is heartbreaking ??#justiceforSushantforumpic.twitter.com/5jdpjSS0dX
— ?? (@S1rajput4) June 24, 2020
ସୁଶାନ୍ତଙ୍କ ସିଂହ ରାଜପୁତଙ୍କ ଏହି ଫଟୋକୁ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ସହିତ ତାଙ୍କ ଫ୍ୟାନପେଜ୍ରେ ଶେୟାର କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ସୁଶାନ୍ତଙ୍କ ବାପା କୃଷ୍ଣ କୁମାର ସିଂହ ତାଙ୍କ ଫଟୋ ପାଖରେ ବସିଛନ୍ତି। ସୁଶାନ୍ତଙ୍କ ଫଟୋ ଚାରିପାଖ ଧଳା ଫୁଲରେ ସଜ୍ଜା ହୋଇଛି। ତାଙ୍କ ବାପା ମନଦୁଃଖରେ ଫଟୋ ପାଖରେ ବସିଛନ୍ତି।
ସୂଚନାଥାଉକି, ‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ବାୟୋପିକ୍ ‘ଏମ୍.ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍ ଚମତ୍କାର ଥିଲେ। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍ରେ ହିଟ୍ କରିଥିଲା। କ୍ରିକେଟର ଏମ୍.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ତିଆରି ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)