Advertisment

ତାତିଲେ ସୁଶାନ୍ତଙ୍କ ଫ୍ୟାନ୍, 'ଦି କପିଲ୍‌ ଶର୍ମା ଶୋ'କୁ ବୟକଟ୍ କର

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରଶଂସକଙ୍କ ମନରେ ଆକ୍ରୋଶ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଲୋକେ ଏହି ଦିବଙ୍ଗତ ଅଭିନେତାଙ୍କ ପାଇଁ ନ୍ୟାୟ ଦାବି କରୁଥିବା ବେଳେ ଅନ୍ୟପଟେ ଏହି ମାମଲାରେ ସିବିଆଇ ତଦନ୍ତକୁ ଜୋରଦାର କରିଛି। ଏହା ମଧ୍ୟରେ ସୁଶାନ୍ତଙ୍କ ପ୍ରଶଂସକମାନେ ‘ଦି କପିଲ୍‌ ଶର୍ମା ଶୋ’କୁ ବୟକଟ୍ କରିବା ନେଇ ଦାବି ଉଠାଇଛନ୍ତି। କାରଣ କପିଲ୍ ଶୋ’ର କୋ-ପ୍ରଡ୍ୟୁସର୍ ଆଉ କେହି ନୁହନ୍ତି ବଲିଉଡର ଷ୍ଟାର୍ ଅଭିନେତା ସଲମାନ୍ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ତାତିଲେ ସୁଶାନ୍ତଙ୍କ ଫ୍ୟାନ୍, 'ଦି କପିଲ୍‌ ଶର୍ମା ଶୋ'କୁ ବୟକଟ୍ କର

kapil

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରଶଂସକଙ୍କ ମନରେ ଆକ୍ରୋଶ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଲୋକେ ଏହି ଦିବଙ୍ଗତ ଅଭିନେତାଙ୍କ ପାଇଁ ନ୍ୟାୟ ଦାବି କରୁଥିବା ବେଳେ ଅନ୍ୟପଟେ ଏହି ମାମଲାରେ ସିବିଆଇ ତଦନ୍ତକୁ ଜୋରଦାର କରିଛି। ଏହା ମଧ୍ୟରେ ସୁଶାନ୍ତଙ୍କ ପ୍ରଶଂସକମାନେ 'ଦି କପିଲ୍‌ ଶର୍ମା ଶୋ'କୁ ବୟକଟ୍ କରିବା ନେଇ ଦାବି ଉଠାଇଛନ୍ତି। କାରଣ କପିଲ୍ ଶୋ'ର କୋ-ପ୍ରଡ୍ୟୁସର୍ ଆଉ କେହି ନୁହନ୍ତି ବଲିଉଡର ଷ୍ଟାର୍ ଅଭିନେତା ସଲମାନ୍ ଖାନ୍ ଅଛନ୍ତି।

Advertisment

publive-image

ଜଣେ ୟୁଜର୍ Justice For Sushant Singh Rajput #SSR ନାମରେ ଥିବା ଫେସବୁକ୍ ଗ୍ରୁପରେ ଲେଖିଛନ୍ତି, ପ୍ରିୟ ଫେସବୁକ୍ ସଦସ୍ୟ 'ଦି କପିଲ୍‌ ଶର୍ମା ଶୋ'କୁ ସମ୍ପୂର୍ଣ୍ଣ ଭାବେ ବହିଷ୍କାର କରାଯାଉ। ଡିୟର୍ SSR ଫ୍ୟାମିଲି, ଧ୍ୟାନ ରଖନ୍ତୁ ସଲମାନ୍ ଖାନ୍ 'ଦି କପିଲ୍ ଶର୍ମା ଶୋ'ର କୋ-ପ୍ରଡ୍ୟୁସର୍ ଅଟନ୍ତି ଏବଂ ଆମକୁ ପ୍ରତିଟି ସ୍ଥାନରେ ତାଙ୍କର (ସଲମାନ୍ ଖାନ୍) ବହିଷ୍କାର କରିବାର ଦରକାର।

କେବଳ ଫିଲ୍ମ ନୁହେଁ, ସେ (ସଲମାନ୍) ଯେଉଁଥିରେ ବି ସଂଶ୍ଳିଷ୍ଟ ଅଛନ୍ତି, ସେସବୁକୁ ବହିଷ୍କାର କରାଯିବା ଦରକାର। ତେଣୁ ଆସନ୍ତୁ ଏବେଠାରୁ ସମସ୍ତେ 'ଦି କପିଲ୍ ଶର୍ମା ଶୋ'କୁ ବହିଷ୍କାର କରିବା। ଏବେ ଏହି ଗ୍ରୁପରେ ୯୦ହଜାରୁ ଅଧିକ ସଦସ୍ୟ ହୋଇସାରିଲେଣି। ଏଥିରେ ମଧ୍ୟ ଅନେକ ଲାଇକ୍, ଶେଆର୍ ଏବଂ କମେଣ୍ଟ ମଧ୍ୟ ମିଳିଛି।

Advertisment

https://twitter.com/Shaurya55284122/status/1297659432483004416?s=20

ଏବେ 'ଦି କପିଲ୍ ଶର୍ମା ଶୋ' ବୟକଟ୍ କରିବା ଦାବି ମଧ୍ୟରେ ଖୋଦ୍ କପିଲ୍ ଶର୍ମା ଏହାକୁ କିପରି ହ୍ୟାଣ୍ଡଲ୍ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା। କପିଲ୍ ଶର୍ମା ସଲମାନ୍ ଖାନଙ୍କୁ ବହୁତ ସମ୍ମାନ ଦିଅନ୍ତି। ଯେତେବେଳେ କପିଲ୍ ଶର୍ମା ନିଜ କ୍ୟାରିୟରରେ ଖରାପ ସମୟ ଦେଇ ଗତି କରୁଥିଲେ ଏବଂ 'ଦି କପିଲ୍ ଶର୍ମା ଶୋ'ରେ ମଧ୍ୟ କିଛି ଖାସ୍ କରିପାରୁନଥିଲେ, ସେତେବେଳେ ସଲମାନ୍ ଖାନ୍ ତାଙ୍କୁ ସହାୟତା କରିଥିଲେ ଏବଂ ଶୋ'କୁ ପ୍ରଯୋଜନା କରିଥିଲେ। ଏହା ପରେ ଧୀରେ ଧୀରେ କପିଲ୍ ଶର୍ମା ଫର୍ମକୁ ଫେରିଥିଲେ ଏବଂ ତାଙ୍କର ଏହି ଶୋ' ଏବେବି ଲୋକପ୍ରିୟତାର ଶୀର୍ଷରେ ରହିଛି।

https://twitter.com/mayureshkrishna/status/1297602236038733829?s=20

https://twitter.com/naturalphoton/status/1297218006741729280?s=20

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁପରେ ବଲିଉଡରେ ନେପୋଟିଜମକୁ ନେଇ ଜୋରଦାର ଆଲୋଚନା ଚାଲିଛି। ଅନ୍ୟ ଫିଲ୍ମ ସେଲିବ୍ରିଟୀଙ୍କ ବ୍ୟତୀତ ସଲମାନ୍ ଖାନଙ୍କ ଉପରେ ମଧ୍ୟ ପ୍ରଶଂସକଙ୍କ ରାଗ ଶିଖରରେ ରହିଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ କଥା ସାମ୍ନାକୁ ଆସିଛି, ଯେଉଁଥିରେ ସୁଶାନ୍ତ ନେପୋଟିଜମର ଶିକାର ହୋଇଥିବା ଦାବି କରାଯାଉଛି। ସୁଶାନ୍ତଙ୍କଠାରୁ ଅନେକ ବଡ଼ ବ୍ୟାନରର ଫିଲ୍ମ ଛଡ଼ାଇ ନିଆଯାଇଛି।

କୁହାଯାଉଛି ଯେ ଷ୍ଟାର୍ କିଡ୍ସଙ୍କ ଆଗରେ ଇଣ୍ଡଷ୍ଟ୍ରୀରେ ବାହାର ଲୋକଙ୍କୁ କେହିବି ପଚାରନ୍ତି ନାହିଁ। ଏହି କାରଣରୁ ଭଲ ଭଲ ଟାଲେଣ୍ଟ ପଛରେ ପଡ଼ି ଯାଉଛନ୍ତି। ଏଥିପାଇଁ ଲୋକେ ବଲିଉଡର କିଛି ବର୍ଗକୁ ଦାୟୀ କରିଛନ୍ତି, ଯେଉଁଥିରେ ସଲମାନଙ୍କ ବ୍ୟତୀତ କରଣ ଜୋହର ଏବଂ ଅନ୍ୟ କିଛି ସେଲିବ୍ରିଟୀ ସାମିଲ୍‌ ଅଛନ୍ତି।

Advertisment
Advertisment