Advertisment

ସୁଶାନ୍ତଙ୍କ ଡାକ୍ତର ଦେଲେ ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରଠାରୁ ନୂଆ ନୂଆ କଥା ଖୁଲାସା ହେବାରେ ଲାଗିଛି। ପୋଲିସ ମଧ୍ୟ ଘଟଣାକୁ ଗୁରୁତର ଭାବେ ନେଇ ଅନୁସନ୍ଧାନ ଜାରି ରଖିଛି। ସୁଶାନ୍ତଙ୍କର ପାଖ ଲୋକମାନଙ୍କର ବୟାନ ମଧ୍ୟ ରେକର୍ଡ଼ କରୁଛି ପୋଲିସ। ସୁଶାନ୍ତଙ୍କ ବନ୍ଧୁ ରିୟା ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିବା ସହ ପୋଲିସ ସୁଶାନ୍ତଙ୍କ ମନସ୍ତତ୍ତ୍ୱବିତ୍‌ ଡାକ୍ତର କିର୍ସି ଚାୱାଲଙ୍କର ମଧ୍ୟ ବୟାନ ରେକର୍ଡ କରିଛି। ସୁଶାନ୍ତଙ୍କ ଡାକ୍ତର ପୋଲିସକୁ ଏକ ଚାଞ୍ଚଲ୍ୟକର ତଥ୍ୟ […]

author-image
Mahasweta Baral
ସୁଶାନ୍ତଙ୍କ ଡାକ୍ତର ଦେଲେ ଚାଞ୍ଚଲ୍ୟକର ତଥ୍ୟ

susata555

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରଠାରୁ ନୂଆ ନୂଆ କଥା ଖୁଲାସା ହେବାରେ ଲାଗିଛି। ପୋଲିସ ମଧ୍ୟ ଘଟଣାକୁ ଗୁରୁତର ଭାବେ ନେଇ ଅନୁସନ୍ଧାନ ଜାରି ରଖିଛି। ସୁଶାନ୍ତଙ୍କର ପାଖ ଲୋକମାନଙ୍କର ବୟାନ ମଧ୍ୟ ରେକର୍ଡ଼ କରୁଛି ପୋଲିସ। ସୁଶାନ୍ତଙ୍କ ବନ୍ଧୁ ରିୟା ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିବା ସହ ପୋଲିସ ସୁଶାନ୍ତଙ୍କ ମନସ୍ତତ୍ତ୍ୱବିତ୍‌ ଡାକ୍ତର କିର୍ସି ଚାୱାଲଙ୍କର ମଧ୍ୟ ବୟାନ ରେକର୍ଡ କରିଛି। ସୁଶାନ୍ତଙ୍କ ଡାକ୍ତର ପୋଲିସକୁ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଥିବା ଜଣାପଡିଛି।

Advertisment

Sushant Singh Rajput Suicide:

ସୁଶାନ୍ତଙ୍କ ଡାକ୍ତରଙ୍କ କହିବା ଅନୁଯାୟୀ, 'ସୁଶାନ୍ତ ଗତ ଛଅ ମାସ ତଳେ ମୋ ସହିତ ଦେଖା ହୋଇଥିଲେ। ସୁଶାନ୍ତ ଡାକ୍ତରଙ୍କୁ କହିଥିଲେ ଯେ ମୋତେ ରାତିସାରା ଠିକ୍‌ ସେ ନିଦ ହେଉନାହିଁ। ମନକୁ ଅଜବ କଥା ସବୁ ଆସୁଛି। ମୋତେ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟବହାର କିଛି ଠିକ୍‌ ଲାଗୁନି। ମୁଁ ଅଙ୍କିତା ଲୋଖଣ୍ଡେଙ୍କୁ ବହୁତ୍‌ ମିସ୍‌ କରୁଛି। ମୁଁ ଏବେ ଅନୁତାପ କରୁଛି ଯେ ଅଙ୍କିତା ସହ ବ୍ରେକ୍‌ଅପ୍‌ କରି ବହୁତ ବଡ ଭୁଲ୍‌ କରିଛି। ମୁଁ ଅଙ୍କିତାଙ୍କୁ କେବେ ବି ଭୁଲି ପାରୁନି। ଅଙ୍କିତା ଗୋଟାଏ କଥାକୁ ନେଇ ବିଭିନ୍ନ କଥା ଚିନ୍ତା କରନ୍ତି ବୋଲି ସୁଶାନ୍ତ କହିଥିଲେ। ସୁଶାନ୍ତ ପ୍ରାୟ ୧‍ବର୍ଷ ଧରି ଡିପ୍ରେସନରେ ଥିଲେ। ସୁଶାନ୍ତ ନିଜ ସମ୍ପର୍କକୁ ନେଇ ଖୁସି ନଥିଲେ।'

Sushant Singh Rajput's real reason for break-up with Ankita ...

ସୂଚନାଥାଉକି, ‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ।

Advertisment

ବାୟୋପିକ୍‌ ‘ଏମ୍.ଏସ୍ ଧୋନି: ଦ ଅନ୍‌ଟୋଲ୍ଡ‌ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍‌ ଚମତ୍କାର ଥିଲେ। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍‌ରେ ହିଟ୍‌ କରିଥିଲା। କ୍ରିକେଟର ଏମ୍‌.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ତିଆରି ହୋଇଥିଲା।

Bollywood Depression Sushant Singh Rajput Death
Advertisment
Advertisment