Advertisment

ଆଜି ରିୟାଙ୍କୁ ଏହିସବୁ ପ୍ରଶ୍ନ ପଚାରୁଛି ସିବିଆଇ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସିବିଆଇ ଦ୍ୱିତୀୟ ଦିନ ପାଇଁ ଜେରା କରୁଛି। ଏଥିପାଇଁ ଆଜି ସକାଳୁ ରିୟାଙ୍କୁ ନୋଟିସ କିରଥିଲା ସିବିଆଇ। ନୋଟିସ ପାଇବା ପରେ ରିୟା ଜେରା ପାଇଁ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଥିଲେ। ଆଜି ରିୟାଙ୍କୁ ସୁଶାନ୍ତଙ୍କ ମାନସିକ ରୋଗ ସମ୍ପର୍କରେ ପଚାରାଯାଉଛି। ତା ସହିତ ସୁଶାନ୍ତଙ୍କ ବାପା ଆଣିଥିବା ଅଭିଯୋଗ ଓ ଡ୍ରଗ୍ସ କାରବାର ସମ୍ପର୍କରେ ମଧ୍ୟ ପଚରାଉଚରା ଚାଲିଛି। ତେବେ […]

ଆଜି ରିୟାଙ୍କୁ ଏହିସବୁ ପ୍ରଶ୍ନ ପଚାରୁଛି ସିବିଆଇ

rhea-chokribarty

Advertisment

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସିବିଆଇ ଦ୍ୱିତୀୟ ଦିନ ପାଇଁ ଜେରା କରୁଛି। ଏଥିପାଇଁ ଆଜି ସକାଳୁ ରିୟାଙ୍କୁ ନୋଟିସ କିରଥିଲା ସିବିଆଇ। ନୋଟିସ ପାଇବା ପରେ ରିୟା ଜେରା ପାଇଁ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଥିଲେ।

Advertisment

ଆଜି ରିୟାଙ୍କୁ ସୁଶାନ୍ତଙ୍କ ମାନସିକ ରୋଗ ସମ୍ପର୍କରେ ପଚାରାଯାଉଛି। ତା ସହିତ ସୁଶାନ୍ତଙ୍କ ବାପା ଆଣିଥିବା ଅଭିଯୋଗ ଓ ଡ୍ରଗ୍ସ କାରବାର ସମ୍ପର୍କରେ ମଧ୍ୟ ପଚରାଉଚରା ଚାଲିଛି। ତେବେ ଗତକାଲି ରିୟାଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ଜେରାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଆଜି ଦ୍ୱିତୀୟ ଦିନ ଜେରାରେ ରିୟାଙ୍କୁ ଏହିସବୁ ପ୍ରଶ୍ନ ପଚାରୁଛି ସିବିଆଇ...

୧-କ’ଣ ସୁଶାନ୍ତଙ୍କର କିଛି ମାନସିକ ରୋଗରେ ପୀଡ଼ିତ ଥିଲେ କି?

୨-ଆପଣ କେତେବେଳେ ଜାଣିଲେ ଯେ ସେ ମାନସିକ ରୋଗରେ ଆକ୍ରାନ୍ତ ଅଛନ୍ତି?

୩-ଏହି ରୋଗର ଚିକିତ୍ସା ପାଇଁ ଆପଣ କେବେ ତାଙ୍କ ସହ କେଉଁ ଡାକ୍ତରଙ୍କ ପାଖକୁ ଯାଇଥିଲେ?

Advertisment

୪-କେଉଁ ସବୁ ମାନସିକ ରୋଗରେ ସେ ସମ୍ମୁଖୀନ ହେଉଥିଲେ?

୫-ତାଙ୍କ ମାନସିକ ରୋଗ ପାଇଁ ଆପଣ କେବେ ଜରୁରୀକାଳୀନ ସ୍ଥିତିର ସମ୍ମୁଖୀନ ହୋଇ ଡାକ୍ତରଙ୍କୁ ଫୋନ କରିଛନ୍ତି କି?

୬-ଆପଣ ସୁଶାନ୍ତଙ୍କ ପାଇଁ କୌଣସି ଡାକ୍ତର ବାଛିଥିଲେ କି?

୭-ସୁଶାନ୍ତଙ୍କ ପାଇଁ ମେଡିସିନ କିଏ କିଣୁଥିଲା?

୮-ତାଙ୍କୁ କିଏ ମେଡିସିନ ଦେଉଥିଲା?

୯-ଆପଣ ତାଙ୍କୁ କେବେ ହେଲେ ଆବଶ୍ୟକଠାରୁ ଅଧିକ ମେଡିସିନ ସୁଶାନ୍ତଙ୍କୁ ଦେଇଛନ୍ତି କି?

Advertisment

୧୦-ଆପଣ ଜୁନ ୮ରେ ଡାକ୍ତରଙ୍କୁ ଫୋନ କରିଥିଲେ କି?

୧୧-ଆପଣ ତାଙ୍କୁ ଛାଡ଼ିକି ଆସିବା ପରେ ଡାକ୍ତରଙ୍କୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ କହିଥିଲେ କି?

ସୁଶାନ୍ତଙ୍କ ଆର୍ଥିକ କାରବାର

୧-ଆପଣଙ୍କ ଶପିଂ ଓ ମେକଅପ ପାଇଁ ସୁଶାନ୍ତ କାହିଁକି ଟଙ୍କା ଦେଉଥିଲେ?

୨-କ’ଣ ଆପଣ ତାଙ୍କୁ ଟଙ୍କା ଦେବାକୁ ବାଧ୍ୟ କରୁଥିଲେ?

୩-କ’ଣ ପାଇଁ ସୁଶାନ୍ତ ଆପଣଙ୍କ ଭାଇଙ୍କ ପାଇଁ ଟଙ୍କା ଖର୍ଚ୍ଚ କରୁଥିଲେ?

୪-ସୁଶାନ୍ତଙ୍କ ଠାରୁ ଆପଣ ନଗଦ ଟଙ୍କା କେବେ ନେଇଛନ୍ତି କି?

୫-କାହିଁକି ଆପଣ ଓ ଆପଣଙ୍କ ଭାଇ ସୁଶାନ୍ତଙ୍କ ସହ ଫାର୍ମ ଷ୍ଟାର୍ଟ କରିଥିଲେ?

୬-ଆପଣ କେବେ ସୁଶାନ୍ତଙ୍କ ଆର୍ଥିକ କାରବାର ଉପରେ ନିଷ୍ପତ୍ତି ନେଇଛନ୍ତି କି?

୭-ସୁଶାନ୍ତ ନିଜ ଇଚ୍ଛାରେ ଫାର୍ମ କରିଥିଲେ ନା ତାଙ୍କୁ ଆପଣ ବାଧ୍ୟ କରିଥିଲେ?

୮-ଆପଣ କିଣିଥିବା ସମ୍ପତ୍ତି ପାଇଁ ସୁଶାନ୍ତ ଟଙ୍କା ଦେଉଥିଲେ କି?

୯-୨୦୧୯ରୁ ୨୦୨୦ ଭିତରେ ଆପଣ କ’ଣ ସବୁ କିଣିଛନ୍ତି, ତା’ର ତଥ୍ୟ ଦିଅନ୍ତୁ।

୧୦-ରୁମି ଜାଫ୍ରୀ ଓ ବାସୁ ଭଗନାନୀଙ୍କ ଫିଲ୍ମ ପାଇଁ ଆପଣ ଓ ସୁଶାନ୍ତ କେତେ ଟଙ୍କା ନେଇଥିଲେ?

୧୧-କେତେ ଟଙ୍କାରେ ଫିଲ୍ମ ପାଇଁ ଡିଲ ହୋଇଥିଲା? ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି କି?

୧୨-ଆପଣ ସୁଶାନ୍ତଙ୍କ ଠାରୁ ୧୫ କୋଟି ଟଙ୍କା ନେଇଥିଲେ କି?

୧୩-ଆପଣଙ୍କ ପରିବାର ଲୋକ କେବେ ସୁଶାନ୍ତଙ୍କ ଠାରୁ ଟଙ୍କା ନେଇଛନ୍ତି କି?

ନାର୍କୋଟିକ୍ସ ସମ୍ପର୍କରେ-

୧-କ’ଣ ସୁଶାନ୍ତ ଡ୍ରଗ୍ସ ନେଉଥିଲେ?

୨-ଆପଣ ବି ଡ୍ରଗ୍ସ ନେଉଥିଲେ କି?

୩-ଆପଣଙ୍କୁ କିଏ ଡ୍ରଗ୍ସ ଦେଉଥିଲା?

୪-ଆପଣ ନିଶା ଦ୍ରବ୍ୟ ସେବନ କରୁଥିଲେ କି?

୫-୨୦୧୭ରେ କାହିଁକି ଓ କାହା ପାଇଁ ଆପଣ ଡ୍ରଗ୍ସ ବିଷୟରେ କଥା ହେଉଥିଲେ?

୬-ନିଶା ବେପାରୀଙ୍କ ପାଖକୁ କିଏ ଯାଉଥିଲା ଓ କିଏ ଡ୍ରଗ୍ସ ଆଣୁଥିଲା?

୭-ଆପଣ କେବେ ସୁଶାନ୍ତଙ୍କୁ ଡ୍ରଗ୍ସ ଖାଇବାକୁ ବାଧ୍ୟ କରିଛନ୍ତି କି?

୮-ସୁଶାନ୍ତ ଡ୍ରଗ୍ସ ନେଉଥିବା କଥା ଆପଣ କେବେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ କି?

୯-ଗୌରବ ଆରିୟା କିଏ? ସେ କେବେ ହେଲେ ଆପଣଙ୍କୁ କିମ୍ବା ସୁଶାନ୍ତଙ୍କୁ ଡ୍ରଗ୍ସ ପଠାଇଛନ୍ତି କି?

୧୦-ଜୟା ଶାହ, ଶ୍ରୁତି ମୋଦି, ଆୟୁଷ, ସାମ୍ୟୁଏଲ, ଦିପେଶ ଓ ସିଦ୍ଧାର୍ଥଙ୍କ ସହ ଡ୍ରଗ୍ସର ସମ୍ପର୍କ କ’ଣ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ