Advertisment

ଭାଇ ଭଉଣୀଙ୍କ ସର୍ମ୍ପକକୁ ଭାଙ୍ଗିବାକୁ ଚାହୁଁଥିଲେ ରିୟା

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ପିତାଙ୍କ ଓକିଲ ବିକାଶ ସିଂ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ସଙ୍ଗୀନ ଅଭିଯୋଗ କରିଥିଲେ। ଓକିଲ କହିଥିଲେ ରିୟା ସୁଶାନ୍ତଙ୍କୁ ତାଙ୍କ ପରିବାର ଠାରୁ ଅଲଗା ରଖିବାକୁ ଚାହୁଁଥିଲେ। ରିୟା ସୁଶାନ୍ତ ଓ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ସହ ପ୍ରଥମ ସାକ୍ଷାତ ହେବାର ମାତ୍ର ଗୋଟିଏ ସପ୍ତାହ ପରେ ଦୁଇ ଭାଇଭଉଣୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିଥିଲେ। ଗତ ବର୍ଷ ଏପ୍ରିଲ ମାସରେ ରିୟା ଓ ସୁଶାନ୍ତଙ୍କର ପ୍ରଥମ ଦେଖା […]

author-image
Mahasweta Baral
ଅଦ୍ୟତନ ହୋଇଛି
ଭାଇ ଭଉଣୀଙ୍କ ସର୍ମ୍ପକକୁ ଭାଙ୍ଗିବାକୁ ଚାହୁଁଥିଲେ ରିୟା

susanta

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ପିତାଙ୍କ ଓକିଲ ବିକାଶ ସିଂ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ସଙ୍ଗୀନ ଅଭିଯୋଗ କରିଥିଲେ। ଓକିଲ କହିଥିଲେ ରିୟା ସୁଶାନ୍ତଙ୍କୁ ତାଙ୍କ ପରିବାର ଠାରୁ ଅଲଗା ରଖିବାକୁ ଚାହୁଁଥିଲେ। ରିୟା ସୁଶାନ୍ତ ଓ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ସହ ପ୍ରଥମ ସାକ୍ଷାତ ହେବାର ମାତ୍ର ଗୋଟିଏ ସପ୍ତାହ ପରେ ଦୁଇ ଭାଇଭଉଣୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିଥିଲେ। ଗତ ବର୍ଷ ଏପ୍ରିଲ ମାସରେ ରିୟା ଓ ସୁଶାନ୍ତଙ୍କର ପ୍ରଥମ ଦେଖା ହୋଇଥିଲା। ଏହି ସମୟରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ମଧ୍ୟ ମୁମ୍ୱାଇରେ ଉପସ୍ଥିତ ଥିଲେ। କିଛି ଦିନ ପରେ ଅର୍ଥାତ ରିୟା ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ସୁଶାନ୍ତ ତାଙ୍କ ଭଉଣୀ ପାଖକୁ ଏକ ଚିଠି ଲେଖିଥିଲେ। ସେହି ଚିଠିରେ ସୁଶାନ୍ତ ନିଜ ମନର କଥା ଲେଖିଥିବା ଜଣାପଡ଼ିଛି।

Advertisment


ସେହି ଚିଠିର ଆରମ୍ଭରୁ ଲେଖାଯାଇଥିଲା ଯେ ‘ମୋ ପ୍ରିୟ ସୋନାଚିଡ଼ିଆ। ମୋ ପ୍ରାଣଠୁ ଅଧିକ, ମୋର ଜ୍ଞାନର ଗଭୀରତା ଏବଂ ମୋ ମା’ଙ୍କ ପରି ମତେ ଭଲ ପାଇବା ଦେବା, ମୋର ଯାହା ନିଷ୍ପତ୍ତିରେ ସହଯୋଗ କରିବା, ତୁମେ ମୋର ମାର୍କର୍, ମୋର ସତ୍ୟ ଓ ତୁମେ ମୋର ଚିତ୍ତାକର୍ଷକ ଭଉଣୀ। ତୁମେ ମୋର ସବୁ କିଛି । ଆଉ ଶେଷ ଧାଡ଼ିରେ ସେ ଲେଖିଥିଲେ ପ୍ରେମ ଓ ସମ୍ମାନ ମଧ୍ୟରେ ତୁମର ଦ୍ୱନ୍ଦ୍ୱରେ ଥିବା ଭାଇ।’

Advertisment

NBT

ସୁଶାନ୍ତଙ୍କ ପରିବାର କହିଛନ୍ତି ଯେ ଏହି ଚିଠି ଯୋଗୁ ରିୟା ଭାଇ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କକୁ ଖରାପ କରିବାକୁ ଚାହୁଁଥିଲେ। ପରେ ଭାଇ ଭଉଣୀଙ୍କ ସମ୍ପର୍କକୁ ଭାଙ୍ଗିବାରେ ରିୟା ମଧ୍ୟ ଏଥିରେ ସଫଳ ହୋଇଥିଲେ।

NBT

ନିକଟରେ ସୁଶାନ୍ତଙ୍କ ଅନ୍ୟ ଏକ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ମଧ୍ୟ ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓଟି ସୁଶାନ୍ତଙ୍କର ଏକ ସାକ୍ଷାତକାର ଥିଲା। ସାକ୍ଷାତକାରରେ ତାଙ୍କୁ ପଚରାଗଲା ଯେ ସେ କାହାକୁ ବେଶି ବିଶ୍ୱାସ ଓ ଭଲ ପାଇଥାନ୍ତି। ତା’ ଉତ୍ତରରେ ସୁଶାନ୍ତ କହିଥିଲେ ଯେ ମୋ ଭଉଣୀ ପ୍ରିୟଙ୍କା। କଥା ଏଠି ‘'ପବିତ୍ର ସମ୍ପର୍କ'ର କଥା। ଯାହାକୁ ମୁଁ ବେଶି ଭଲ ପାଇଥାଏ।

Advertisment
Advertisment