Advertisment

ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା?

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇର ଘନଘନ ଜେରା ରହିଛି। ତେବେ ସୁଶାନ୍ତଙ୍କ ମୃତ୍ୟୁରେ ଏବେ ନୂଆ ମୋଡ଼ ଦେଖା ଦେଇଛି। ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି, ତା’ର ପର୍ଦ୍ଦାଫାସ ହୋଇପାରିନାହିଁ। କିନ୍ତୁ ତାଙ୍କ ମାମଲାକୁ ଆତ୍ମହତ୍ୟା ବଦଳରେ ହତ୍ୟା ଦୃଷ୍ଟି କୋଣରୁ ତଦନ୍ତ କରାଯାଉ ବୋଲି ଏମ୍ସର ଫରେନ୍ସିକ ଟିମ୍ ସିବିଆଇକୁ ପରାମର୍ଶ ଦେଇଛି। ସୁଶାନ୍ତ ସିଂଙ୍କ ପୋଷ୍ଟ ମର୍ଟମ ରିପୋର୍ଟର ଅନୁଧ୍ୟାନ ପରେ ୧୨ଟି […]

author-image
Ranjeet Kumar Jena
ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା?

ushant

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇର ଘନଘନ ଜେରା ରହିଛି। ତେବେ ସୁଶାନ୍ତଙ୍କ ମୃତ୍ୟୁରେ ଏବେ ନୂଆ ମୋଡ଼ ଦେଖା ଦେଇଛି। ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି, ତା'ର ପର୍ଦ୍ଦାଫାସ ହୋଇପାରିନାହିଁ। କିନ୍ତୁ ତାଙ୍କ ମାମଲାକୁ ଆତ୍ମହତ୍ୟା ବଦଳରେ ହତ୍ୟା ଦୃଷ୍ଟି କୋଣରୁ ତଦନ୍ତ କରାଯାଉ ବୋଲି ଏମ୍ସର ଫରେନ୍ସିକ ଟିମ୍ ସିବିଆଇକୁ ପରାମର୍ଶ ଦେଇଛି। ସୁଶାନ୍ତ ସିଂଙ୍କ ପୋଷ୍ଟ ମର୍ଟମ ରିପୋର୍ଟର ଅନୁଧ୍ୟାନ ପରେ ୧୨ଟି ଲିଡ୍ ମିଳିବା ପରେ ସିବିଆଇକୁ ଏହି ପରାମର୍ଶ ଦେଇଛି ଫରେନ୍ସିକ ଟିମ୍। ଏଣୁ ସିବିଆଇ ଏବେ ତଦନ୍ତ ପ୍ରକ୍ରିୟାକୁ କେଉଁ ଆଡ଼କୁ ନେଉଛି, ତାହା ଦେଖିବାର କଥା।

Advertisment

ଅନ୍ୟପକ୍ଷରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କ ନେଇ ସାଙ୍ଘାତିକ ତଥ୍ୟ ପାଇଛି ସିବିଆଇ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସିବିଆଇକୁ ଦିଆଯାଇଥିବା ଇନପୁଟରୁ ଜଣାପଡ଼ିଛି ଯେ, ରିୟା ଡ୍ରଗ୍ସ ନେଉଥିଲେ ଏବଂ ଡ୍ରଗ୍ସ ଡିଲରଙ୍କ ସହ ତାଙ୍କର ଲିଙ୍କ ରହିଛି। ରିୟା ଡିଲିଟ୍ କରିଦେଇଥିବା କିଛି ହ୍ୱାଟ୍ସଅପ୍ ଚାଟରୁ ଏହି ତଥ୍ୟ ପାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଯାହାକୁ ସେ ସିବିଆଇକୁ ପ୍ରଦାନ କରିଛି। ଏଣୁ ଏବେ ସିବିଆଇ ସ୍କାନରରେ ସମୁଏଲ ମିରଣ୍ଡୁଆ, ସ୍ମୃତି ମୋଦି, ଜୟା ଶାହ।

ସମୁଏଲ ମିରଣ୍ଡୁଆ, ସ୍ମୃତି ମୋଦି, ଜୟା ଶାହଙ୍କ ସହ ରିୟାଙ୍କ ସନ୍ଦେହଜନକ ଚାଟ୍ ଇଡି ହାତରେ ଲାଗିବା ପରେ ଏହାର ତଦନ୍ତ ପାଇଁ ନାର୍କୋଟେକ ବ୍ୟୁରୋକୁ ଆବେଦନ କରାଯାଇଛି। ରିୟାଙ୍କ ଓକିଲ କିନ୍ତୁ ଡ୍ରଗ୍ସ ଲିଙ୍କକୁ ଖଣ୍ଡନ କରିବା ସହ ସେ କେବେ ନିଶା ନେଇ ନାହାନ୍ତି, ଆବଶ୍ୟକ ପଡ଼ିଲେ ସେ ରକ୍ତ ପରୀକ୍ଷା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ତାଙ୍କ ଓକିଲ। ସେପଟେ ଆଜି ଷଷ୍ଠ ଦିନରେ ପୁଣି ଥରେ ସୁଶାନ୍ତଙ୍କ ଫ୍ଲାଟମେଟ୍ ସିଦ୍ଧାର୍ଥ ପିଠାନୀ, ରୋଷେୟା ନିରଜ, ଦିପେଶଙ୍କୁ ଜେରା ଜାରି ରଖିଛି ସିବିଆଇ।

Advertisment
Advertisment
Advertisment