/odishatv-khabar/media/post_attachments/uploadimage/library/16_9/16_9_0/new-sansad_1626246113.jpg)
sc
ନୂଆଦିଲ୍ଲୀ: ନୂଆ ସଂସଦ ଭବନ ନିର୍ମାଣକୁ ଗ୍ରୀନ ସିଗନାଲ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। ଜଷ୍ଟିସ ଏ.ଏମ ଖାନୱିଲକରଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଏପରି ରାୟ ଶୁଣାଇଛନ୍ତି। କିନ୍ତୁ ଏହି ଭବ୍ୟ ଭବନ ତିଆରି କରିବା ଲାଗି ଅନୁମତି ଦେବା ପରେ ବି କୋର୍ଟ ଅନେକ ସର୍ତ୍ତ ରଖିଛନ୍ତି। ଜମିକୁ ନେଇ ବିବାଦ ଥିବାରୁ ନୂଆ ସଂସଦ ଭବନର ନିର୍ମାଣ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ।
Supreme Court gives a go-ahead to the redevelopment plan of the Central Vista project https://t.co/8xRfwkqppNpic.twitter.com/SFmgAatQpi
— ANI (@ANI) January 5, 2021
ତେବେ ଗତ ୧୦ ତାରିଖରେ ବହୁ ପ୍ରତୀକ୍ଷିତ ସଂସଦର ନୂଆ ଭବନର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୬୪ ହଜାର ୫୦୦ ବର୍ଗମିଟର ବିଶିଷ୍ଟ ନୂତନ ଭବନର ନିର୍ମାଣ ପାଇଁ ବ୍ୟୟବରାଦ ରହିଛି ପ୍ରାୟ ୯୭୧ କୋଟି ।
ନୂଆ ଭବନ ନିର୍ମାଣ ନେଇ ଘୋଷଣା ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ, ଗଣତନ୍ତ୍ରର ମନ୍ଦିରକୁ ଏବେ ୧୦୦ ବର୍ଷ ପୂରିଲା। ଆମେ ଗର୍ବ ଅନୁଭବ କରିବା ଯେ ଆମ ଲୋକମାନଙ୍କ ପରିଶ୍ରମରେ ଏହି ଭବନ ନିର୍ମାଣ ହେବ, ଯାହାକି ‘ଆତ୍ମନିର୍ଭର ଭାରତ ଯୋଜନା’ର ଏକ ବଡ଼ ଉଦାହରଣ ସାଜିବ । ନୂଆ ଭବନଟି ସଂସ୍କୃତିର ସୋ କେସ୍ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଓମ୍ ବିର୍ଲା।
କିପରି ହେବ ନୂଆ ଭବନର ରୂପରେଖ ?
ଓମ୍ ବିର୍ଲା ଆହୁରି କହିଛନ୍ତି, ନୂଆ ଭବନଟି ଭୂମିକମ୍ପ ପ୍ରତିରୋଧ ହେବ ଏବଂ ଏହି କାମରେ ସିଧାସଳଖ ୨ ହଜାର ଲୋକ ସାମିଲ ହେବେ ଓ ପରୋକ୍ଷ ଭାବେ ନିର୍ମାଣରେ ସହଯୋଗ କରିବେ ୯୦୦୦ ଲୋକ । ନିର୍ମାଣ ହେବାକୁ ଥିବା ଭବନରେ ଏକକାଳୀନ ୧୨୨୪ ସାଂସଦ ବସିପାରିବେ । ସଂସଦର ଉଭୟ ସଦନ ଶ୍ରମ ଶକ୍ତି ଭବନ ନିକଟରେ ସ୍ଥାପନ ହେବ ବୋଲି ସୂଚନା ଦେଇଛନ୍ତି ଓମ୍ ବିର୍ଲା। ଏପରିକି ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ରହିବ। ନିର୍ମାଣ ବେଳେ ଯେଭଳି ବାୟୁ ଓ ଶବ୍ଦ ପ୍ରଦୂଷଣ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ।
ସମସ୍ତ ସାଂସଦଙ୍କ ଅଫିସ୍ ଏବଂ ଡିଜିଟାଲ ଇଣ୍ଡିଆକୁ ପ୍ରାଧାନ୍ୟ ଦେଇ ପେପରଲେସ ଅଫିସ୍ ପାଇଁ ପୃଥକ ପୃଥକ ଘର ହେବ। ନୂତନ ଭବନରେ ଏକ ଗ୍ରାଣ୍ଡ କନଷ୍ଟିଚ୍ୟୁଏସନ୍ ହଲ୍ ତିଆରି ହେବ। ଯେଉଁଥିରେ ଭାରତର ଗଣତାନ୍ତ୍ରିକ ସଂସ୍କୃତିର ପ୍ରତିଫଳିତ ହେବ। ଏବେ ଲୋକସଭାରେ ୫୪୩ ସଦସ୍ୟ ଥିବାବେଳେ ରାଜ୍ୟସଭାରେ ୨୪୫ ସଦସ୍ୟ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)