/odishatv-khabar/media/post_attachments/uploadimage/library/16_9/16_9_0/priya-prakash-up_1626760324.jpg)
priya-prakash-up
ନୂଆଦିଲ୍ଲୀ : ମାଲାୟଲମ୍ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କୁ ଅାଶ୍ୱସ୍ତି । ନିଜ ଅାଖିମରା ଭିଡିଓକୁ ନେଇ ଚର୍ଚ୍ଚାରେ ଥିବା ପ୍ରିୟାଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଅାଶ୍ୱସ୍ତି । ପ୍ରିୟାଙ୍କ ଅାଖିମରା ଗୀତକୁ ନେଇ ହୋଇଥିବା ସମସ୍ତ ମାମଲାକୁ ଖାରଜ କରିଛନ୍ତି ସବୋର୍ଚ୍ଚ ଅଦାଲତ।
Advertisment
ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବେଞ୍ଚ ମାମଲାର ଶୁଣାଣି କରି ଅାବେଦନକାରୀଙ୍କୁ କଡା ଭର୍ତ୍ସନା କରିଛନ୍ତି। କେଉଁ ଅାଧାରରେ ଏପରି ମାମଲା ରୁଜୁ ହୋଇଥିଲା ସେ ନେଇ ପ୍ରଶ୍ନ କରିଛନ୍ତି ଜଷ୍ଟିସ ମିଶ୍ର।
ଅାବେଦନକାରୀଙ୍କ ଅାଉ କିଛି କାମ ନାହିଁ କି ବୋଲି ସେ ପଚାରିଛନ୍ତି। ପ୍ରିୟାଙ୍କ ଫିଲ୍ମ ଓରୁ ଅାଦାର ଲଭ୍’ର ଏକ ଗୀତରେ ପ୍ରିୟା ଅାଖି ମାରିବା ଦୃଶ୍ୟ ରହିଥିଲା। ଏହା ଲୋକଙ୍କ ଭାବନାକୁ କୁଠାରାଘାତ କରିବା ସହ ଅସଭ୍ୟ ବ୍ୟବହାର ଦର୍ଶାଇ ହାଇଦ୍ରାବାଦରେ ମାମଲା ରୁଜୁ ହୋଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)