Advertisment

ଫୌଜଦାରୀ ଆଇନ ଆକ୍ରୋଶ ପାଇଁ ଅସ୍ତ୍ର ନ ପାଲଟୁ

ନୂଆଦିଲ୍ଲୀ: ଟାର୍ଗେଟ କରି କରାଯାଉଥିବା ଆକ୍ରୋଶ ପାଇଁ ଅସ୍ତ୍ର ନ ପାଲଟୁ ଫୌଜଦାରୀ ଆଇନ। ଏହା ଯେଭଳି ଅସ୍ତ୍ର ନ ପାଲଟିବ ତାହା ନିଶ୍ଚିତ କରିବାର ଦାୟିତ୍ୱ ହେଉଛି ନ୍ୟାୟିକ ବ୍ୟବସ୍ଥାର। ଆଜି ରିପବ୍ଲିକ ଟିଭିର ଚିଫ୍ ଏଡିଟର୍ ଅର୍ଣ୍ଣବ ଗୋସ୍ୱାମୀଙ୍କ ମାମଲାର ଶୁଣାଣି ବେଳେ ଏହା କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଡି.ଓ୍ୱାଇ. ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ମାମଲାର ଶୁଣାଣି କରି କହିଛନ୍ତି, ରାଜ୍ୟ ସରକାର ଦ୍ୱାରା ଯେଭଳି ଅପରାଧିକ ଆଇନର ଅପବ୍ୟବହାର କରା ନ […]

ଫୌଜଦାରୀ ଆଇନ ଆକ୍ରୋଶ ପାଇଁ ଅସ୍ତ୍ର ନ ପାଲଟୁ

SC

Advertisment

ନୂଆଦିଲ୍ଲୀ: ଟାର୍ଗେଟ କରି କରାଯାଉଥିବା ଆକ୍ରୋଶ ପାଇଁ ଅସ୍ତ୍ର ନ ପାଲଟୁ ଫୌଜଦାରୀ ଆଇନ। ଏହା ଯେଭଳି ଅସ୍ତ୍ର ନ ପାଲଟିବ ତାହା ନିଶ୍ଚିତ କରିବାର ଦାୟିତ୍ୱ ହେଉଛି ନ୍ୟାୟିକ ବ୍ୟବସ୍ଥାର। ଆଜି ରିପବ୍ଲିକ ଟିଭିର ଚିଫ୍ ଏଡିଟର୍ ଅର୍ଣ୍ଣବ ଗୋସ୍ୱାମୀଙ୍କ ମାମଲାର ଶୁଣାଣି ବେଳେ ଏହା କହିଛନ୍ତି ସୁପ୍ରିମକୋର୍ଟ।

Advertisment

ଜଷ୍ଟିସ ଡି.ଓ୍ୱାଇ. ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ମାମଲାର ଶୁଣାଣି କରି କହିଛନ୍ତି, ରାଜ୍ୟ ସରକାର ଦ୍ୱାରା ଯେଭଳି ଅପରାଧିକ ଆଇନର ଅପବ୍ୟବହାର କରା ନ ଯାଏ ସେଥିପ୍ରତି ସୁପ୍ରିମକୋର୍ଟ, ହାଇକୋର୍ଟ ସହ ଅନ୍ୟ ନିମ୍ନ ଅଦାଲତଗୁଡିକ ଦୃଷ୍ଟି ଦେବା ଦରକାର । ଫୌଜଦାରୀ ଆଇନ ଯେଭଳି ନାଗରିକଙ୍କୁ ହଇରାଣ କରିବା ପାଇଁ ଅସ୍ତ୍ର ପାଲଟିବ ନାହିଁ ତାହାକୁ ଅଦାଲତଗୁଡିକ ହିଁ ସୁନିଶ୍ଚିତ କରିପାରିବେ ।

ଯଦି ରାଜ୍ୟ ସରକାର ନିଜର କ୍ଷମତାର ଅପବ୍ୟବାହର କରୁଛନ୍ତି ବୋଲି କୌଣସି ନାଗରିକ ପ୍ରମାଣ ଦିଅନ୍ତି,  ତେବେ ଅଦାଲତଙ୍କ ଦ୍ୱାର ବନ୍ଦ ହୋଇପାରିବ ନାହିଁ । ଦିନକ ପାଇଁ ମଧ୍ୟ କୌଣସି ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ସ୍ୱାଧୀନତାରୁ ବଞ୍ଚିତ କରାଯାଇପାରିବ ନାହିଁ ।ଏଥିସହ ସୁପ୍ରିମକୋର୍ଟ ଆଜି ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ଅବଧିକୁ ବଢାଇ ଦେଇଛନ୍ତି । ଯେ ପର୍ଯ୍ୟନ୍ତ ମୁମ୍ବାଇ ହାଇକୋର୍ଟରେ ଅର୍ଣ୍ଣବଙ୍କ ବିରୋଧରେ ଆସିଥିବା ମାମଲାର ବିଚାର ନ ସରିଛି ସେ ପର୍ଯ୍ୟନ୍ତ ତାଙ୍କ ଅନ୍ତରୀଣ ଜାମିନ୍ କାଏମ୍ ରହିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ