Advertisment

ବଢୁଛି କରୋନା; ୪ ରାଜ୍ୟକୁ ରିପୋର୍ଟ ତଲବ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ସ୍ଥିତି ନେଇ ୪ ରାଜ୍ୟକୁ ରିପୋର୍ଟ ତଲବ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର ଓ ଆସାମକୁ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଠାରେ ବର୍ତ୍ତମାନର କରୋନା ସ୍ଥିତି, ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପରିଚାଳନା ସହ ସ୍ଥିତି ନିୟନ୍ତ୍ରଣ ଲାଗି କଣ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି ଏ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ଦେଶରେ ଚଳିତ ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ […]

ବଢୁଛି କରୋନା; ୪ ରାଜ୍ୟକୁ ରିପୋର୍ଟ ତଲବ କଲେ ସୁପ୍ରିମକୋର୍ଟ

odisha

Advertisment

ନୂଆଦିଲ୍ଲୀ: କରୋନା ସ୍ଥିତି ନେଇ ୪ ରାଜ୍ୟକୁ ରିପୋର୍ଟ ତଲବ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର ଓ ଆସାମକୁ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଠାରେ ବର୍ତ୍ତମାନର କରୋନା ସ୍ଥିତି, ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପରିଚାଳନା ସହ ସ୍ଥିତି ନିୟନ୍ତ୍ରଣ ଲାଗି କଣ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି ଏ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି।

Advertisment

ଦେଶରେ ଚଳିତ ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ ଦୁଇ ଦିନ ମଧ୍ୟରେ ଏଠାରେ କରୋନା ଆକ୍ରାନ୍ତ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି। ତେଣୁ ଏହି ସବୁ ରାଜ୍ୟଗୁଡିକୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। କୋଭିଡ୍ ପରିଚାଳନା ନେଇ ଏବେଠାରୁ ପ୍ରସ୍ତୁତ ନହେଲେ ଡିସେମ୍ବରରେ ସ୍ଥିତି ବିଗିଡି ଯାଇପାରେ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ସୁପ୍ରିମକୋର୍ଟର ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର. ସୁବାସ ରେଡ୍ଡୀ ଏବଂ ଜଷ୍ଟିସ ଏମ.ପି ଶାହାକୁ ନେଇ ୩ ଜଣିଆ ବେଂଚ୍ ମାମଲାକୁ ନିଜ ଆଡ଼ୁ ଗ୍ରହଣ କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ