Advertisment

ମଦ ପିଇବାରୁ ଝଗଡ଼ା : ରାଗରେ ବାପଘର ଚାଲିଗଲା ସ୍ତ୍ରୀ, ବିଷ ପିଇଦେଲା ସ୍ୱାମୀ

ଜ୍ୱାଲାମୁଖୀ : ପାରିବାରିକ କଳହର କରୁଣ ପରିଣତି । ମଦ ପିଇବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ଦ୍ୱାରା ମହିଳା ଜଣକ ରାଗରେ ବାପ ଘରକୁ ଚାଲିଯାଇଥିଲେ । ସ୍ତ୍ରୀ ଚାଲିଯିବା ପରେ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ…

author-image
Prangyan Parimita
ଅଦ୍ୟତନ ହୋଇଛି
ମଦ ପିଇବାରୁ ଝଗଡ଼ା : ରାଗରେ ବାପଘର ଚାଲିଗଲା ସ୍ତ୍ରୀ, ବିଷ ପିଇଦେଲା ସ୍ୱାମୀ

posion

ଜ୍ୱାଲାମୁଖୀ : ପାରିବାରିକ କଳହର କରୁଣ ପରିଣତି । ମଦ ପିଇବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ଦ୍ୱାରା ମହିଳା ଜଣକ ରାଗରେ ବାପ ଘରକୁ ଚାଲିଯାଇଥିଲେ । ସ୍ତ୍ରୀ ଚାଲିଯିବା ପରେ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ହିମାଚଳ ପ୍ରଦେଶର କାଗଡ଼ା ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଘଟିଛି ।

Advertisment

କାଗଡ଼ା ଜିଲ୍ଲା ଜ୍ୱାଲାମୁଖୀର ଲଗତି ପଞ୍ଚାୟତରେ ୩୧ ବର୍ଷୀୟ ବ୍ୟକ୍ତି ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏବେ ତାଙ୍କ ସ୍ଥିତି ଗମ୍ଭୀର ଥିବା ଯାଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବ୍ୟକ୍ତି ଜଣକ ସରକାରୀ ବିଭାଗରେ ଚାକିରି କରନ୍ତି, ଯେଉଁଠି ପ୍ରତିଦିନ ତାଙ୍କୁ ନାଇଟ୍ ଡ୍ୟୁଟି କରିବାକୁ ପଡ଼େ । ଫଳରେ ଯୁବକ ଜଣକ ନାଇଟ୍ ଡ୍ୟୁଟି ସାରି ପ୍ରତିଦିନ ମଦ ପଇ ଘରକୁ ଫେରୁଥିଲେ, ଆଉ ସେଥିପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ।

ଘଟଣା ଦିନ ମଧ୍ୟ ଯୁବକ ଜଣକ ମଦ ପିଇ ଘରକୁ ଫେରିଥିଲେ ଓ ସ୍ତ୍ରୀଙ୍କ ସହ ଇ ଝଗଡ଼ା ହୋଇଥିଲା । ମଦ୍ୟପ ସ୍ୱାମୀର ଏପରି କାମରେ ଅତିଷ୍ଠ ହୋଇ ସ୍ତ୍ରୀ ନିଜ ପରିବାର ଲୋକଙ୍କୁ ଏସମ୍ପର୍କରେ ସୁୂଚନା ଦେଇଥିଲେ । ଫଳରେ ପରିବାର ଲୋକ ଆସି ମହିଳାଙ୍କୁ ଘରକୁ ନେଇଯାଇଥିଲେ । ତେବେ ଯୁବକ ଜଣକ ଏସବୁ ଜାଣିବା ପରେ ବିଷ ଖାଇ ଦେଇଥିଲେ । ପଡ଼େଶୀ ଘର ଲୋକ ଜାଣିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତ କରିଛନ୍ତି । ଏବେ ଯୁବକଙ୍କ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ବଡ଼ ମେଡିକାଲକୁ ରେଫର କରାଯାଇଛି । ପୋଲିସ ମାମଲାର ଛାନଭିନ୍ ଆରମ୍ଭ କରିଛି ।

Advertisment
Advertisment
Advertisment