Advertisment

ହାତରେ ସାନିଟାଇଜର୍ ବ୍ୟବହାର କରୁଥିଲେ ସାବଧାନ ! ଭୋଗିବାକୁ ପଡ଼ିପାରେ ଏମିତି ସମସ୍ୟା

ନୂଆଦିଲ୍ଲୀ: କରୋନା ମହାମାରୀ ଠାରୁ ଦୂରେଇ ରହିବା ପାଇଁ ଯେତେସବୁ ସାବଧାନତା ଅବଲମ୍ବନ କରାଯାଉଛି, ସେଥିରୁ ହାତ ସାନିଟାଇଜ୍ କରିବା ସବୁଠାରୁ ଉତ୍ତମ ବାଟ। ଏଥିପାଇଁ ସରକାର ମଧ୍ୟ ବାରମ୍ବାର ସଚେତନ କରୁଛନ୍ତି। ତେଣୁ ଘରେ ହେଉ କି ଅଫିସ୍‌ରେ ଅବା ସର୍ବସାଧାରଣ ସ୍ଥାନ କିମ୍ବା ସ୍କୁଲ୍, କଲେଜ ସବୁଠି ସମସ୍ତେ ହ୍ୟାଣ୍ଡ ସାନିଟାଇଜର୍‌ ବ୍ୟବହାର କରୁଛନ୍ତି। କିନ୍ତୁ ଏଇ ହ୍ୟାଣ୍ଡ ସାନିଟାଇଜର ଯେ ଆପଣଙ୍କ ପିଲାଙ୍କ ପାଇଁ କ୍ଷତିକାରକ ହୋଇପାରେ, ତାହା ହୁଏତ ଆପଣ ଜାଣିନଥିବେ। […]

ହାତରେ ସାନିଟାଇଜର୍ ବ୍ୟବହାର କରୁଥିଲେ ସାବଧାନ ! ଭୋଗିବାକୁ ପଡ଼ିପାରେ ଏମିତି ସମସ୍ୟା

hand-sanitizer

Advertisment

ନୂଆଦିଲ୍ଲୀ: କରୋନା ମହାମାରୀ ଠାରୁ ଦୂରେଇ ରହିବା ପାଇଁ ଯେତେସବୁ ସାବଧାନତା ଅବଲମ୍ବନ କରାଯାଉଛି, ସେଥିରୁ ହାତ ସାନିଟାଇଜ୍ କରିବା ସବୁଠାରୁ ଉତ୍ତମ ବାଟ। ଏଥିପାଇଁ ସରକାର ମଧ୍ୟ ବାରମ୍ବାର ସଚେତନ କରୁଛନ୍ତି। ତେଣୁ ଘରେ ହେଉ କି ଅଫିସ୍‌ରେ ଅବା ସର୍ବସାଧାରଣ ସ୍ଥାନ କିମ୍ବା ସ୍କୁଲ୍, କଲେଜ ସବୁଠି ସମସ୍ତେ ହ୍ୟାଣ୍ଡ ସାନିଟାଇଜର୍‌ ବ୍ୟବହାର କରୁଛନ୍ତି। କିନ୍ତୁ ଏଇ ହ୍ୟାଣ୍ଡ ସାନିଟାଇଜର ଯେ ଆପଣଙ୍କ ପିଲାଙ୍କ ପାଇଁ କ୍ଷତିକାରକ ହୋଇପାରେ, ତାହା ହୁଏତ ଆପଣ ଜାଣିନଥିବେ। ହ୍ୟାଣ୍ଡ ସାଇନିଟାଇଜର ଉପରେ ସଦ୍ୟ ପ୍ରକାଶିତ ଏକ ଗବେଷଣାରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ହ୍ୟାଣ୍ଡ ସାନିଟାଜର ପିଲାମାନଙ୍କ ଆଖି ଉପରେ କୁ ପ୍ରଭାବ ପକାଇଥାଏ ବୋଲି ଏହି ଗବେଷଣାରୁ ଜଣାପଡ଼ିଛି।

Advertisment

Prepare for the coronavirus in New York with DIY hand sanitizer | amNewYork

ଚକ୍ଷ୍ୟୁ ଚିକିତ୍ସା ବିଜ୍ଞାନ ସମ୍ପର୍କିତ ଗବେଷଣା ରିପୋର୍ଟ ଥିବା ଜାମା ଅପ୍‌ଥାଲମୋଲୋଜି(JAMA Ophthalmology) ନାମକ ଏକ ପତ୍ରିକାରେ ଏହି ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ଜାନୁଆରୀ ୨୧ ତାରିଖରେ ପ୍ରକାଶ ପାଇଥିବା ରିପୋର୍ଟରେ ହ୍ୟାଣ୍ଡ ସାନିଟାଇଜରର ଏପରି କୁପରିଣାମ ସମ୍ପର୍କରେ ବିସ୍ତାର ଭାବରେ କୁହାଯାଇଛି।

ଯେଉଁ ପିଲାମାନେ ହ୍ୟାଣ୍ଡ ସାନିଟାଇଜରକୁ ଭୁଲ୍ ବଶତଃ ଆଖି ସଂସ୍ପର୍ଶରେ ଆଣିଥିଲେ, ସେମାନଙ୍କ ଆଖିରେ ସମସ୍ୟା ଦେଖାଇ ଦେଇଛି। ଏଥିରେ ଥିବା ରାସାୟନିକ ପଦାର୍ଥ ସେମାନଙ୍କ ଆଖିକୁ ଭୟଙ୍କର ଭାବେ କ୍ଷତି ପହଞ୍ଚାଇଛି।

Advertisment

What to do if your preschooler won't stop crying at drop-off - Today's  Parent

ଫ୍ରେଞ୍ଚ୍ ପୋଏଜନ କଣ୍ଟ୍ରୋଲ ସେଣ୍ଟରର ତଥ୍ୟ ଅନୁସାରେ, ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ଦ୍ୱାରା ଏପ୍ରିଲ ୧ ତାରିଖରୁ ଠାରୁ ଅଗଷ୍ଟ ୨୪ ତାରିଖ ୨୦୨୦ ମଧ୍ୟରେ ସର୍ବାଧିକ ଥର ପିଲାମାନଙ୍କ ଆଖିକୁ ଆଘାତ ପହଞ୍ଚିଛି। ପୂର୍ବ ବର୍ଷ ତୁଳନାରେ ଏବର୍ଷ ଏହି ମାମଲା ୭ ଗୁଣ ଅଧିକ ହୋଇଛି।

ଗବେଷଣାରେ କୁହାଯାଇଛି “୨୦୧୯ରେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ଯୋଗୁ ୧.୩ ପ୍ରତିଶତ ପିଲାମାନଙ୍କ ଆଖି ପ୍ରଭାବିତ ହୋଇଥିଲା। ହେଲେ ୨୦୨୦ ବର୍ଷ ଶେଷ ବେଳକୁ ଏହି ସଂଖ୍ୟା ବଢ଼ି ୯.୯ ପ୍ରତିଶତ ହୋଇଛି। ୨୦୧୯ରେ ଜଣେ କୁନି ପିଲାକୁ ଏଥିପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ୨୦୨୦ରେ ୧୬ ଜଣ ପିଲାକୁ ଏଥିପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।”

Advertisment

ଏହା ପୂର୍ବରୁ ସାନିଟାଇଜରର ବହୁଳ ବ୍ୟବହାର ଶରୀର ପାଇଁ କ୍ଷତିକାର ବୋଲି ୱର୍ଲଡ୍ ଜର୍ନାଲ୍‌ରେ ଅଫ୍‌ କରେଣ୍ଟ ମେଡିକାଲ ଆଣ୍ଡ ଫାର୍ମାସୁଟାକଲ ରିସର୍ଚରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ରିପୋର୍ଟରେ କୁହାଯାଇଥିଲା “ ମାଇକ୍ରୋବାୟଲ ଫ୍ଲୋରା ମଣିଷ ଶରୀର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଅତ୍ୟଧିକ ପରିମାଣରେ ସାନିଟାଇଜର ବ୍ୟବହାର କରିବା ଦ୍ୱାରା ଏହା ଆମ ହଜମ ପ୍ରକ୍ରିୟାରେ ଭଲ ବ୍ୟକ୍ଟେରିଆ ଓ ଖରାପ ବ୍ୟାକ୍ଟେରିଆ ମଧ୍ୟରେ ଅସନ୍ତୁଳନ ପରିସ୍ଥିତି ସୃଷ୍ଟି କରିଥାଏ। ଯାହା ଅନ୍ତନଳୀ ପ୍ରଦାହ ଜନିତ ରୋଗ ସୃଷ୍ଟି କରିଥାଏ। ତା ସହିତ ମେଦବହୁଳତା, ଅଟିସିମ୍ ଭଳି ରୋଗ ମଧ୍ୟ ସୃଷ୍ଟି କରିଥାଏ।”

Portraits of children from an Indian village

ତେବେ ଏକଥାକୁ ମଧ୍ୟ ଧ୍ୟାନ ରଖିବାକୁ ହେବ ଯେ ୨୦୧୯ ଶେଷ ଆଡ଼କୁ କରୋନା ଭାଇରସର ପ୍ରଭାବ ଦେଖିବାକୁ ମିଳିଥିଲ। ଏହାପରେ ସାନିଟାଇଜର୍‌ ବ୍ୟବହାରର ପରିମାଣ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇଥିଲା. ଯାହା ୨୦୧୯ରେ ହୋଇନଥିଲା। ତେଣୁ ସେହି ଦିଗରେ ଦେଖିଲେ ସାନିଟାଇଜରରେ ପ୍ରଭାବିତ ମାମଲା ନିଶ୍ଚିତ ଅଧିକ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ