/odishatv-khabar/media/post_attachments/uploadimage/library/16_9/16_9_0/instagram_1623227634.jpg)
- ଶିବଙ୍କ ହାତରେ ମଦ ଗ୍ଲାସ ଆଉ ମୋବାଇଲ୍
- ଷ୍ଟିକରରେ ଭୋଲେନାଥଙ୍କୁ ଅପମାନ
- ଇନଷ୍ଟାଗ୍ରାମ ବିରୁଦ୍ଧରେ ଅଭିଯୋଗ କଲେ ବିଜେପି ନେତା
ନୂଆଦିଲ୍ଲୀ : ଭୋଳାନାଥଙ୍କୁ ଅପମାନ । ଭଗବାନ୍ ଶିବଙ୍କ ହାତରେ ମଦ ଗ୍ଲାସ! ସୋସିଆଲ ମିଡିଆକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଇନଷ୍ଟାଗ୍ରାମର ଅଡ଼ୁଆ ବଢ଼ିଛି । ଦିଲ୍ଲୀର ବିଜେପି ନେତା ମନୀଷ ସିଂ ମଙ୍ଗଳବାର ଦିନ ଇନଷ୍ଟାଗ୍ରାମ ବିରୁଦ୍ଧରେ ଏଫ୍ଆଇଆର୍ ଦାଖଲ କରିଛନ୍ତି । ଇନଷ୍ଟାଗ୍ରାମରେ ଭଗବାନ ଶିବଙ୍କର ଅପମାନ କରାଯାଇଥିବା ବେଳେ ହିନ୍ଦୁଙ୍କ ଶ୍ରଦ୍ଧା ଓ ବିଶ୍ୱାସକୁ ଆଘାତ ଦେଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ଏ ସଂକ୍ରାନ୍ତରେ ଦିଲ୍ଲୀର ପାର୍ଲାମେଣ୍ଟ୍ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରେ ଇନଷ୍ଟାଗ୍ରାମର ସିଇଓ ତଥା ଅନ୍ୟ ଅଧିକାରୀଙ୍କ ବିରୋଧରେ ବିଜେପି ନେତା ମନୀଷ ସିଂ ଅଭିଯୋଗ କରିଛନ୍ତି ।
ଇନଷ୍ଟାଗ୍ରାମରେ ପ୍ରଭୁ ଶିବ ଶବ୍ଦ ସର୍ଚ୍ଚ କଲେ ଭୋଲାନାଥଙ୍କ ଫଟୋକୁ ଜାଣିଶୁଣି ଭୁଲ ଢ଼ଙ୍ଗରେ ଚିତ୍ରଣ କରାଯାଇଛି । ଇନଷ୍ଟାଗ୍ରାମରେ ଭଗବାନଙ୍କ ଏକ ଷ୍ଟିକର ଦେଖିବାକୁ ମିଳିଛି, ଯେଉଁଥିରେ ଭଗବାନ୍ ଶିବ ଗୋଟିଏ ହାତରେ ମଦ ଗ୍ଲାସ୍ ଏବଂ ଅନ୍ୟ ହାତରେ ମୋବାଇଲ୍ ଧରିଛନ୍ତି । ଏହି ଜିଆଇଏଫକୁ ନେଇ ଆପତ୍ତି ଉଠାଇବା ସହ ଏହାକୁ ଅସଙ୍ଗତ ଦର୍ଶାଇ ଇନଷ୍ଟାଗ୍ରାମ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଛନ୍ତି ବିଜେପି ନେତା । ତୁରନ୍ତ ଦିଲ୍ଲୀ ପୋଲିସ୍ ଇନଷ୍ଟାଗ୍ରାମ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଲେ ଇନଷ୍ଟାଗ୍ରାମ କାର୍ଯ୍ୟାଳୟକୁ ଯିବେ ବୋଲି କହିଛନ୍ତି ମନୀଷ । ଇନଷ୍ଟାଗ୍ରାମ କାର୍ଯ୍ୟାଳୟକୁ ଯାଇ ସେ ନିଜେ ଷ୍ଟିକର ହଟାଇବା ପାଇଁ ତଥା କ୍ଷମା ମାଗିବା ପାଇଁ ଧାରଣା ଦେବେ ।
ବିଜେପି ନେତା ଟ୍ୱିଟ୍ କରି ଲେଖିଛନ୍ତି, ଇନଷ୍ଟାଗ୍ରାମର ସାହସ ଦେଖନ୍ତୁ । ମହାଦେବଙ୍କ ଚିତ୍ରକୁ କିଭଳି ଭାବେ ଚିତ୍ରିତ କରାଯାଇଛି । ଗୋଟିଏ ହାତରେ ମଦ ଏବଂ ଅନ୍ୟ ପଟେ ମୋବାଇଲ୍ । ଇନଷ୍ଟାଗ୍ରାମକୁ ଏହାର ପରିଣାମ ସାମ୍ନା କରିବାକୁ ପଡିବ । ଦିଲ୍ଲୀ ପୋଲିସରେ ଏନେଇ ଅଭିଯୋଗ କରିଛନ୍ତି, ଆବଶ୍ୟକ ହେଲେ ଇନଷ୍ଟାଗ୍ରାମର କାର୍ଯ୍ୟାଳୟରେ ଧାରଣା ଦିଆଯିବ ।
ଇନଷ୍ଟାଗ୍ରାମ ଏହି ଷ୍ଟିକର ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛି ବୋଲି କହିଛନ୍ତି ବିଜେପି ନେତା ମନୀଷ ସିଂ । ସେ କହିଛନ୍ତି ଯେ ଏହି ଷ୍ଟିକର ଘୃଣା ଏବଂ ଶତ୍ରୁତାକୁ ପ୍ରୋତ୍ସାହିତ କରିବ। ଦିଲ୍ଲୀ ପୋଲିସ୍ ଇନଷ୍ଟାଗ୍ରାମ ସିଇଓ ଏବଂ ଅନ୍ୟ ଅଧିକାରୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଧାରା ୧୫୩ଏ ଏବଂ ୨୯୫ଏ ଅନୁଯାୟୀ ମାମଲା ରୁଜୁ କରିବାକୁ ଅନୁରୋଧ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)