/odishatv-khabar/media/post_attachments/uploadimage/library/16_9/16_9_0/lockdown-1_1620897981.jpg)
lockdown
ମୁମ୍ବାଇ : ମହାରାଷ୍ଟ୍ରରେ ପାଇଁ ବଢ଼ିଲା ଲକଡାଉନ୍ । ଜୁନ୍ ୧ ପର୍ଯ୍ୟନ୍ତ କଡ଼ା କଟକଣା ଲାଗୁ କରାଯାଇଛି । କରୋନା ନେଗେଟିଭ ରିପୋର୍ଟ ନଆଣିଲେ ରାଜ୍ୟରେ ପ୍ରବେଶ ନିଷିିଦ୍ଧ । କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଆଗାମୀ ଜୁନ୍ ୧ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ସରକାରଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି । ସଂକ୍ରମଣରେ କାବୁ ପାଇବାକୁ ପୁରୁଣା ନିୟମ ସହ କିଛି ନୂଆ ନିୟମ ମଧ୍ୟ ଲାଗୁ କରାଯାଇଛି ।
Maharashtra Government extends the current COVID19 restrictions in the state till 7am on 1st June, to fight COVID19; negative RT-PCR report mandatory for those entering the state pic.twitter.com/jjccnpP6KV
— ANI (@ANI) May 13, 2021
ମହାରାଷ୍ଟ୍ରକୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ rt-pcr ନେଗେଟିଭ୍ ରିପୋର୍ଟ ଆଣିବା ବାଧ୍ୟତାମୂଳକ କରାଯାଇଛି । ରାଜ୍ୟରେ ପ୍ରବେଶ କରିବାର ୪୮ ଘଣ୍ଟା ପୂର୍ବରୁ ହୋଇଥିବା ଆବାଶ୍ୟକ ଏହି ରିପୋର୍ଟ । ପୂର୍ବରୁ ସର୍ବାଧିକ କରୋନା ପ୍ରଭାବିତ ଅଞ୍ଚଳରୁ ଆସୁଥିବା ଲୋକଙ୍କ ପାଇଁ ଥିଲା ଏହି ନିୟମ । କିନ୍ତୁ ବର୍ତ୍ତମାନ ଦେଶର ଯେକୌଣସି ସ୍ଥାନରୁ ଆସୁଥିବା ନାଗରିକଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି।
ତେବେ ଲକଡାଉନ୍ ସମୟରେ କାର୍ଗୋ ବିମାନ ଚଳାଳଚରେ କୌଣସି କଟକଣା ରହିବ ନାହିଁ । ହେଲେ ଗାଡ଼ିରେ କେବଳ ଦୁଇ ଜଣଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି । ସେହିପରି କ୍ଷୀର ସଂଗ୍ରହ ଏବଂ ପରିବହନ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଦୋକାନରେ କ୍ଷୀର ବିକ୍ରି ପାଇଁ ସ୍ଥାନୀୟ ପ୍ରଶାସନ ନିକଟରୁ ଅନୁମତି ଆଣିବାକୁ ପଡ଼ିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)