Advertisment

ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବେ ସୋନିଆ! କ'ଣ କହିଲା କଂଗ୍ରେସ ?

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବେ ସୋନିଆ ଗାନ୍ଧି। ଦଳର ଜଣେ ସଦସ୍ୟ ଚିଠିର ଉତ୍ତର ଦେଇ ସୋନିଆ ଏପରି କହିଥିବା ଚର୍ଚ୍ଚା ହେଉଛି। ଦଳର ପରିବର୍ତ୍ତନ ପାଇଁ ସଦସ୍ୟ ଜଣଙ୍କ ସୋନିଆଙ୍କ ପାଖକୁ ଚିଠି ଲେଖିଥିଲେ। ଯାହାର ଉତ୍ତରରେ ସୋନିଆ କହିଛନ୍ତି, ସମସ୍ତେ ଏକାଠି ହୋଇ ଦଳର ନୂଆ ମୁଖିଆ ଖୋଜିବା ଉଚିତ୍। ସେ ଆଉ ଦାୟିତ୍ୱ ନେବାକୁ ଚାହୁଁ ନାହାଁନ୍ତି। ତେବେ ଏନେ କଂଗ୍ରେସ ପକ୍ଷରୁ କିନ୍ତୁ କିଛି ସୂଚନା ମିଳି ନାହିଁ। […]

ଅଦ୍ୟତନ ହୋଇଛି
ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବେ ସୋନିଆ! କ'ଣ କହିଲା କଂଗ୍ରେସ ?

congress

Advertisment

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବେ ସୋନିଆ ଗାନ୍ଧି। ଦଳର ଜଣେ ସଦସ୍ୟ ଚିଠିର ଉତ୍ତର ଦେଇ ସୋନିଆ ଏପରି କହିଥିବା ଚର୍ଚ୍ଚା ହେଉଛି। ଦଳର ପରିବର୍ତ୍ତନ ପାଇଁ ସଦସ୍ୟ ଜଣଙ୍କ ସୋନିଆଙ୍କ ପାଖକୁ ଚିଠି ଲେଖିଥିଲେ। ଯାହାର ଉତ୍ତରରେ ସୋନିଆ କହିଛନ୍ତି, ସମସ୍ତେ ଏକାଠି ହୋଇ ଦଳର ନୂଆ ମୁଖିଆ ଖୋଜିବା ଉଚିତ୍। ସେ ଆଉ ଦାୟିତ୍ୱ ନେବାକୁ ଚାହୁଁ ନାହାଁନ୍ତି। ତେବେ ଏନେ କଂଗ୍ରେସ ପକ୍ଷରୁ କିନ୍ତୁ କିଛି ସୂଚନା ମିଳି ନାହିଁ।

Advertisment

ତେବେ ଆଜି କଂଗ୍ରେସ ୱାର୍କିଂ କମିଟିର ଏକ ବୈଠକ ବସିବାକୁ ଯାଉଛି। ଯେଉଁଥିରେ ଦଳର ସମସ୍ୟା ଓ ପୁନର୍ଗଠନ ବିଷୟରେ ଆଲୋଚନା ହୋଇପାରେ। ବୈଠକରେ ଦଳ ପାଇଁ ନୂଆ ମୁଖ୍ୟ ଖୋଜିବାକୁ ସୋନିଆ କହିପାରନ୍ତି।

ତେବେ ସୋନିଆଙ୍କ ପଦ ଛାଡ଼ିବା ନେଇ ହେଉଥିବା ଚର୍ଚ୍ଚା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି ମୁଖ୍ୟ ରଣଦୀପ ସୂର୍ଯ୍ୟେୱାଲା। ସୋନିଆ ଏ ସମ୍ପର୍କରେ କାହାକୁ କିଛି କହି ନାହାଁନ୍ତି କି କାହାକୁ ଚିଠି ଲେଖି ନାହାଁନ୍ତି। ଏହା ଏହି ଖବର ଆମେ ସମ୍ପୂର୍ଣ୍ଣ ଖଣ୍ଡନ କରୁଛି ବୋଲି ସୂର୍ଯ୍ୟେୱାଲା କହିଛନ୍ତି।

Advertisment

ଅନ୍ୟ ଏକ ସୂଚନା ଅନୁସାରେ, ଅଗଷ୍ଟ ୧୦ ତାରିଖରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ତାଙ୍କୁ ପୁନର୍ବାର ସଂଗଠନର ଦାୟିତ୍ୱ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେ ଦଳର ନେତୃତ୍ୱ ନେବାକୁ ଆଗ୍ରହୀ ନୁହଁନ୍ତି ବୋଲି ମନା କରିଦେଇଥିବା ସୂଚନା ମିଳିଛି।

ହଠାତ୍ ଦଳର ମୁଖ୍ୟ ପଦ ପାଇଁ କେହି ନ ମିଳିବାରୁ ସୋନିଆ ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ। ରାହୁଲ ଗାନ୍ଧି ମୁଖ୍ୟ ପଦକୁ ଫେରିଆସିବାକୁ ସଦସ୍ୟଙ୍କ ଆବେଦନକୁ ଖାରଜ କରିବା ପରେ ଦଳ ସୋନିଆଙ୍କୁ ଆପାତତଃ ଦାୟିତ୍ୱ ତୁଲାଇବାକୁ କହିଥିଲା ବୋଲି ଚର୍ଚ୍ଚା ହେଉଛି। ତେବେ ପଦ ଗ୍ରହଣ କରିବା ପୂର୍ବରୁ କଂଗ୍ରେସର ନୂଆ ମୁଖ୍ୟ ଗାନ୍ଧି ପରିବାରରୁ ନ ହୋଇ ଅନ୍ୟ କେହି ହେବା ଦରକାର ବୋଲି ସୋନିଆ କହିଥିବା ଚର୍ଚ୍ଚା ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ