Advertisment

୨ ଟଙ୍କାର ଖବରକାଗଜ ସହ ମାସ୍କ ଫ୍ରି'

ଶ୍ରୀନଗର: କରୋନାଭାଇରସରୁ ରକ୍ଷା ପାଇବା ପାଇଁ କେବଳ ସଚେତନତା ହିଁ ଏକମାତ୍ର ଚାବିକାଠି। ତା’ଛଡ଼ା ଦୁଇ ଗଜର ଦୂରତା ଓ ମାସ୍କ ଏହି ଭାଇରସରୁ ବଞ୍ଚିବା ପାଇଁ ନିହାତି ଜରୁରୀ। ତେବେ ଏହି ମହାମାରୀରୁ ଲୋକଙ୍କୁ ସଚେତନ କରାଇବା ଲାଗି ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ନିଆରା ଉପାୟ କଶ୍ମୀରର ଉର୍ଦ୍ଧୁ ଖବରକାଗଜ ବାହାର କରିଛି, ଯାହାକୁ ଖୁବ୍ ପ୍ରଶଂସା କରାଯାଉଛି। ଏହି ଲୋକାଲ ଉର୍ଦ୍ଧୁ ଖବରକାଗଜର ନାଁ ହେଉଛି ‘ରୋଶନୀ’। […]

author-image
Ranjeet Kumar Jena
୨ ଟଙ୍କାର ଖବରକାଗଜ ସହ ମାସ୍କ ଫ୍ରି'

NEWS

ଶ୍ରୀନଗର: କରୋନାଭାଇରସରୁ ରକ୍ଷା ପାଇବା ପାଇଁ କେବଳ ସଚେତନତା ହିଁ ଏକମାତ୍ର ଚାବିକାଠି। ତା'ଛଡ଼ା ଦୁଇ ଗଜର ଦୂରତା ଓ ମାସ୍କ ଏହି ଭାଇରସରୁ ବଞ୍ଚିବା ପାଇଁ ନିହାତି ଜରୁରୀ। ତେବେ ଏହି ମହାମାରୀରୁ ଲୋକଙ୍କୁ ସଚେତନ କରାଇବା ଲାଗି ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ନିଆରା ଉପାୟ କଶ୍ମୀରର ଉର୍ଦ୍ଧୁ ଖବରକାଗଜ ବାହାର କରିଛି, ଯାହାକୁ ଖୁବ୍ ପ୍ରଶଂସା କରାଯାଉଛି।

Advertisment

publive-imageଏହି ଲୋକାଲ ଉର୍ଦ୍ଧୁ ଖବରକାଗଜର ନାଁ ହେଉଛି 'ରୋଶନୀ'। ଏହି ଉର୍ଦ୍ଧୁ ଖବରକାଗଜ ତା'ର ପାଠକଙ୍କୁ ମାସ୍କ ପିନ୍ଧିବା ପାଇଁ ପ୍ରୋତ୍ସାହନ କରିବାର ନୂଆ ଉପାୟ ଆପଣାଇଛି। କରୋନା ଭଳି ମହାମାରୀ ସମୟରେ ଲୋକଙ୍କ ପାଖରେ ଖବରକାଗଜ ପହଞ୍ଚାଇବା କଷ୍ଟକର ହୋଇପଡ଼ିଥିଲା। ଏପରିକି ଲୋକେ ମଧ୍ୟ ଖବରକାଗଜ କିଣିବା ବନ୍ଦ କରିଦେଇଥିଲେ। ତେବେ ଏଭଳି ସ୍ଥିତିରେ ରୋଶନୀ ଖବରକାଗଜ ଦ୍ୱାରା ଲୋକଙ୍କୁ ମାସ୍କ ପିନ୍ଧିବା ନେଇ ଅପିଲ୍ କରିଥିଲେ। ଏହାଛଡ଼ା ଉକ୍ତ ଖବରକାଗଜ ଖବରକାଗଜ ସହ ମାସ୍କ ଲଗାଇ ଲୋକଙ୍କ ନିକଟରେ ପହଞ୍ଚାଇଛି।

ମଙ୍ଗଳବାର ଯେତେବେଳେ ଏହି ଖବରକାଗଜ ଲୋକଙ୍କ ପାଖରେ ପହଞ୍ଚିଲା, ଲୋକେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ପେଜ୍‌ର ଡାହାଣ ସାଇଡ୍‌ରେ ଉର୍ଦ୍ଧୁରେ ଲେଖାଯାଇଛି, 'ମାସ୍କର ବ୍ୟବହାର ଜରୁରୀ'। ଏହି ବାର୍ତ୍ତା ସହ ଏକ ଆରୋ ମାର୍କ ଦିଆଯାଇଛି, ଯାହା ପେଜର ବାମପଟେ ପ୍ଲାଷ୍ଟିକ୍ ପଲିଥିନରେ ରଖାଯାଇଥିବା ମାସ୍କ ଆଡ଼କୁ ଇସାରା କରୁଛୁ।

Advertisment

publive-imageଏହି ଦୈନିକ ଖବରକାଗଜର ଏଡିଟର୍ ଜହୁରା ଶୋରା କହିଛନ୍ତି, 'ଆମେ ଭାବିଲୁ ଯେ ବର୍ତ୍ତମାନ ସମୟରେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା ମହତ୍ତ୍ୱପୂର୍ଣ୍ଣ ଏବଂ ସେମାନଙ୍କୁ ମାସ୍କ ପିନ୍ଧିବା ପାଇଁ ବୁଝାଇବାର ଏହା ସବୁଠାରୁ ଭଲ ଉପାୟ।

ଖବରକାଗଜ ସହ ମାସ୍କ ଦେଖି ଲୋକେ ଏହାର ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି। ସୋସିଆଲ୍‌ ମିଡିଆରେ ମଧ୍ୟ ଖବରକାଗଜର ଏହି ପ୍ରୟାସକୁ ଜୋରଦାର ପ୍ରଶଂସା କରାଯାଉଛି। ଶ୍ରୀନଗରର ଜଣେ ନିବାସୀ କହିଛନ୍ତି, ଦୁଇ ଟଙ୍କାର ଖବରକାଗଜ ସହ ମାସ୍କ ଦେବାର ପଦକ୍ଷେପ ବହୁତ ଭଲ୍। ଏହା ଦର୍ଶାଉଛି ଯେ ଖବରକାଗଜ ଲୋକଙ୍କୁ ସଚେତନ କରାଇବାକୁ ଚାହୁଁଛି ଏବଂ ଏଥିପାଇଁ ଏହାର ପ୍ରଶଂସା କରାଯିବା ଦରକାର।

Advertisment
Advertisment