Advertisment

କରୋନା ପାଇଁ କମ୍ପାନୀ କାଟିବ ୫୦ ପ୍ରତିଶତ ଦରମା !!

ଚିନ୍ତା ବଢାଉଛି କରୋନା। ସ୍ଥିତି ଏମିତି ହେଲାଣି ଲୋକମାନେ ଘରୁ ବାହାରକୁ ଆସିବାକୁ ଡ଼ରୁଛନ୍ତି। ତେବେ କରୋନା ସଂକ୍ରମଣକୁ ରୋକିବାକୁ ଅନେକ ରାଜ୍ୟ ଲକଡାଉନ୍‌ ଓ ସଟଡାଉନ୍‌ କଲେଣି। ଅନେକ କମ୍ପାନୀ  ମଧ୍ୟ ନିଜର କର୍ମଚାରୀଙ୍କ ସଂଖ୍ୟା କମାଇ ଦେଇଥିବା ଖବର ସାମ୍ନାକୁ ଆସିଲାଣି

author-image
Sarbeswar
ଅଦ୍ୟତନ ହୋଇଛି
undefined

spicejet

ନୂଆଦିଲ୍ଲୀ: ଚିନ୍ତା ବଢାଉଛି କରୋନା। ସ୍ଥିତି ଏମିତି ହେଲାଣି ଲୋକମାନେ ଘରୁ ବାହାରକୁ ଆସିବାକୁ ଡ଼ରୁଛନ୍ତି। ତେବେ କରୋନା ସଂକ୍ରମଣକୁ ରୋକିବାକୁ ଅନେକ ରାଜ୍ୟ ଲକଡାଉନ୍‌ ଓ ସଟଡାଉନ୍‌ କଲେଣି। ଅନେକ କମ୍ପାନୀ  ମଧ୍ୟ ନିଜର କର୍ମଚାରୀଙ୍କ ସଂଖ୍ୟା କମାଇ ଦେଇଥିବା ଖବର ସାମ୍ନାକୁ ଆସିଲାଣି। ଆଉ ଏହାରି ମଧ୍ୟରେ ସ୍ପାଇସଜେଟ୍ ବିମାନ ତାହାର କର୍ମଚାରୀଙ୍କର ଦରମା ୧୦ରୁ ୫୦ ପ୍ରତିଶତ କାଟିଛି । ସ୍ପାଇସଜେଟ୍ ପକ୍ଷରୁ ବିମାନର କେବିନ୍ କ୍ରୁ ଏବଂ ପାଇଲଟମାନଙ୍କର ଏପ୍ରିଲ ମାସର ଦରମା କଟା ଯାଇଛି। ସ୍ପାଇସଜେଟର ଚେୟାରପର୍ସନ ଏବଂ ମ୍ୟାନେଜିଂ ଡାଇରେକ୍ଟର ଅଜୟ ସିଂହ ଏପ୍ରିଲ ମାସର ଦରମା ନେଇ ନାହାଁନ୍ତି ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି
କରୋନା କାରଣରୁ ଅନ୍ତରାଷ୍ଟ୍ରୀୟ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର। ଘରୋଇ ଉଡାଣ ମଧ୍ୟ ସୀମିତ ହୋଇଯାଇଛି। ତେଣୁ ବିମାନ କମ୍ପାନୀ ଉପରେ ଏହାର ସିଧାସଳଖ ଭାବରେ ପ୍ରଭାବ ପଡ଼ିଛି। ଯାହାଦ୍ୱାରା କମ୍ପାନୀ କର୍ମଚାରୀଙ୍କ ଦରମା କାଟିଥିବା ନେଇ ସୂଚନା ମିଳିଛି। ତେବେ କମ୍ପାନୀର ପ୍ରବକ୍ତା କହିଛନ୍ତି ଯେ, ନିମ୍ନ ପଦସ୍ଥ କର୍ମଚାରୀମାନଙ୍କ ଦରମା କଟାଯିବ ନାହିଁ। ସେମାନଙ୍କୁ ସମ୍ପୂର୍ଣ୍ଣ ଦରମା ମିଳିବ। ସ୍ଥିତି ସୁଧୁରିବା ପରେ କର୍ମଚାରୀମାନେ ତାଙ୍କ କଟା ହୋଇଥିବା ଦରମା ପାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମେ ୩୧ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର। ତେଣୁ ବିଦେଶକୁ କୌଣସି ବିମାନ ଉଡ଼ାଣ ଭରିପାରୁନାହାନ୍ତି। ଏହାସହ ଦେଶ ମଧ୍ୟରେ ଉଡ଼ାଣରେ ମଧ୍ୟ ଅନେକ କଟକଣା  ରହିଛି। ସଂକ୍ରମଣର ହାର ବଢୁଥିବାରୁ ଯାତ୍ରୀମାନେ ମଧ୍ୟ ଯାତ୍ରା କରୁନାହାନ୍ତି। ଯାହାଦ୍ୱାରା ବିଭିନ୍ନ ବିମାନ  କମ୍ପାନୀ ଗୁଡ଼ିକ ଘୋର ଆର୍ଥିକ ସଂକଟର ସମୁଖୀନ ହେଉଛନ୍ତି।

Advertisment

ତେବେ ଆସନ୍ତା ୪ରୁ ଭାରତରୁ ଆମେରିକାକୁ ବିମାନ ଯାତ୍ରା ଉପରେ କଟକଣା ଲାଗିଛି । ହ୍ୱାଇଟ ହାଉସ ତରଫରୁ ବୟାନ ଜାରି କରି ବିମାନ ଯାତ୍ରା ବନ୍ଦ କରିବା ନେଇ ସୂଚନା ଦିଆଯାଇଛି । ହ୍ୱାଇଟ ହାଉସ ମୁଖପାତ୍ର ଜେନ ସାକି ତାଙ୍କ ବୟାନରେ ଏହି ସୂଚନା ଦେଇଛନ୍ତି । ଆମେରିକା ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ କ୍ରମେ ଏହି କଟକଣା ଜାରି କରାଯାଇଛି । ଭାରତରେ କରୋନାର ଦ୍ରୁତ ସଂକ୍ରମଣ ଦୃଷ୍ଟିରୁ ବିମାନ ଯାତ୍ରା ବନ୍ଦ ନେଇ କଟକଣା ଜାରି କରାଯାଇଥିବା କହିଛନ୍ତି ଜେନ ସାକି। ଏହା ପୁର୍ବରୁ ଥାଇଲାଣ୍ଡ ଭାରତରୁ ପାସେଂଜର ଯାତ୍ରାକୁ ନେଇ କଟକଣା ଜାରି କରିଥିଲା।

Advertisment
Advertisment