Advertisment

ସାବଧାନ ! LIC ନାଁରେ ଆସୁଛି କି ଫେକ୍‌ କଲ୍‌ ?

ଭୁବନେଶ୍ୱର: ଦେଶର ସର୍ବବୃହତ ଓ ବିଶ୍ୱାସନୀୟ ଜୀବନ ବୀମା କଂପାନୀ ହେଉଛି ଏଲଆଇସିର ଲୋକପ୍ରିୟତାର ଫାଇଦା ନେବାକୁ ଲାଗି ପଡ଼ିଛନ୍ତି କିଛି ଠକ। ଗ୍ରାହକମାନଙ୍କ ପାଖକୁ ବାରମ୍ୱାର ଫୋନ କରି ତାଙ୍କୁ ଫଲାଇ ଲୁଟ୍ କରିବାରେ ଉଦ୍ୟମ ରୁଛନ୍ତି। ବିଭିନ୍ନ ପଲିସି ବିଷୟରେ ବୁଝାଇବା ସହ ଭଲ ରିଟର୍ଣ୍ଣର ଲୋଭ ଦେଖାଇ ପଲିସି ବିଷୟରେ ବୁଝାଇବା ସହ ସରେଣ୍ଡର କରିବାକୁ କହୁଛନ୍ତି। ଏମିତି ଅନେକ ଅଭିଯୋଗ ଆସିବା ପରେ ନିଜର ଗ୍ରାହକମାନଙ୍କୁ ସତର୍କ କରାଇ ଦେଇଛି ଭାରତୀୟ […]

ସାବଧାନ ! LIC ନାଁରେ ଆସୁଛି କି ଫେକ୍‌ କଲ୍‌ ?

lic

Advertisment

ଭୁବନେଶ୍ୱର: ଦେଶର ସର୍ବବୃହତ ଓ ବିଶ୍ୱାସନୀୟ ଜୀବନ ବୀମା କଂପାନୀ ହେଉଛି ଏଲଆଇସିର ଲୋକପ୍ରିୟତାର ଫାଇଦା ନେବାକୁ ଲାଗି ପଡ଼ିଛନ୍ତି କିଛି ଠକ। ଗ୍ରାହକମାନଙ୍କ ପାଖକୁ ବାରମ୍ୱାର ଫୋନ କରି ତାଙ୍କୁ ଫଲାଇ ଲୁଟ୍ କରିବାରେ ଉଦ୍ୟମ ରୁଛନ୍ତି। ବିଭିନ୍ନ ପଲିସି ବିଷୟରେ ବୁଝାଇବା ସହ ଭଲ ରିଟର୍ଣ୍ଣର ଲୋଭ ଦେଖାଇ ପଲିସି ବିଷୟରେ ବୁଝାଇବା ସହ ସରେଣ୍ଡର କରିବାକୁ କହୁଛନ୍ତି। ଏମିତି ଅନେକ ଅଭିଯୋଗ ଆସିବା ପରେ ନିଜର ଗ୍ରାହକମାନଙ୍କୁ ସତର୍କ କରାଇ ଦେଇଛି ଭାରତୀୟ ଜୀବନ ବୀମା ନିଗମ ବା LIC।

Advertisment

ଏମିତିକା ବହୁ ଅଭିଯୋଗ ଆସିବା ପରେ ନିଜ ଗ୍ରାହକମାନଙ୍କୁ ଠକାମିରୁ ରକ୍ଷା କରିବା ପାଇଁ ସତର୍କ ସୂଚନା ଜାରି କରିଛି ଦେଶର ସର୍ବ ବୃହତ ଅର୍ଥ ଲଗାଣକାରୀ ସଂସ୍ଥା ଏଲଆଇସି। ବିଭିନ୍ନ ସମୟରେ ଗ୍ରାହକଙ୍କ ମୋବାଇଲ ଫୋନ କିମ୍ୱା ଲ୍ୟାଣ୍ଡଲାଇନକୁ ଫେକ କଲ କରି ହଇରାଣ ହରକତ କରାଯାଉଛି। ବେଳେ ବେଳେ କିଛି ଠକ ନିଜକୁ ଆଇଆରଡ଼ିଏ ଅଧିକାରୀ କହି ଗ୍ରାହକଙ୍କୁ ମାରାଥନ କଲ କରୁଛନ୍ତି। ଏହି କଲରେ ସେମାନେ ବୀମା ପଲିସି ସହ ଜଡିତ ଲାଭକୁ ବଢ଼ାଇ ଚଢ଼ାଇ କହିଥାନ୍ତି। ଶେଷରେ ଏମିତି କଲେ ଏମିତି ହେବ କହି ଗ୍ରାହକଙ୍କ ମନ ଜିଣିବାକୁ ଚେଷ୍ଟା କରିଥାନ୍ତି। ପରେ ପଲିସି ସରେଣ୍ଡର କରିବାକୁ ଗ୍ରାହକଙ୍କୁ ପ୍ରବର୍ତ୍ତାଉ ଥିବା ଅନେକ ଅଭିଯୋଗ ହୋଇଛି।

ପଲିସି ସରେଣ୍ଡର କରାଇ ଭଲ ରିଟର୍ଣ୍ଣ ପାଇବାର ଲୋଭ ଦେଖାଇ କିଛି ଗ୍ରାହକଙ୍କଠାରୁ ଭଲ ରାଶି ମଧ୍ୟ ଆଦାୟ କରାଯାଇଛି। ବେଳେ ବେଳେ କିଛି ଗ୍ରାହକଙ୍କ ଦ୍ୱାରା ସରେଣ୍ଡର କରାଯାଇଥିବା ଅର୍ଥକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଅନ୍ୟତ୍ର ନିବେଶ କରାଇ ଦିଆଯାଇଛି। ଏହିପରି ଭାବେ ପଲିସି ହୋଲ୍ଡର୍ସଙ୍କୁ ବିଭିନ୍ନ ଠକ କମ୍ପାନୀର ପ୍ରତିନିଧି ବିଭ୍ରାନ୍ତି କରୁଥିବା ଏଲଆଇସି ନଜରକୁ ଆସିଛି।

Advertisment

କୌଣସି ପଲିସି ସରେଣ୍ଡର କରିବାକୁ କମ୍ପାନୀ ପରାମର୍ଶ ଦେଉନଥିବା ଗ୍ରାହକମାନଙ୍କୁ ଏଲଆଇସି ଜାରି କରିଥିବା ଆଲର୍ଟରେ ସ୍ପଷ୍ଟ ଭାବରେ କୁହାଯାଇଛି। ଅଜଣା ନମ୍ବରରୁ ଆସୁଥିବା ଫୋନ କଲକୁ ନ ଉଠାଇବା ପାଇଁ ଏଲଆଇସି ନିଜ ଗ୍ରାହକଙ୍କୁ ନିବେଦନ କରିଛି। ଏଲଆଇସିର ଅଫିସିଆଲ ୱେବସାଇଟରେ ଗ୍ରାହକମାନେ ସେମାନଙ୍କର ପଲିସି ପଞ୍ଜିକରଣ କରାଇବାକୁ କୁହାଯାଇଛି। ଫଳରେ ସଠିକ ସୂଚନା ଗ୍ରାହକମାନେ ପାଇ ପାରିବେ। ଏହା ସହ ଏଲଆଇସି ନିଜର ଗ୍ରାହକମାନଙ୍କୁ ଏସବୁ ବିଷୟ ଉପରେ ଧ୍ୟାନ ଦେବାକୁ ଅନୁରୋଧ ମଧ୍ୟ କରିଛି।

କେବଳ ଏଜେଣ୍ଟମାନଙ୍କଠାରୁ ପଲିସି କିଣିବାକୁ ପରାମର୍ଶ ଦେଇଛି ଏଲଆଇସି। ଏପରିକି ଯାହାର ଆଇଆରଡିଏ ଲାଇସେନ୍ସ ଥିବ କିମ୍ବା ଏଲଆଇସି ଦ୍ୱାରା ଦିଆଯାଇଥିବା ଆଇଡି କାର୍ଡ ଥିବ ତାହା ପାଖରେ ହିଁ ପଲିସି ବିଷୟରେ କଥାବାର୍ତ୍ତା ହେବାକୁ କୁହାଯାଇଛି।

Advertisment

ଦ୍ୱିତୀୟରେ ଯଦି କୌଣସି ଗ୍ରାହକଙ୍କୁ କିଛି ବିଭ୍ରାନ୍ତିକର କଲ ଆସୁଛି, ତେବେ ସେମାନେ co_crm_fb@licindiaକୁ ଇମେଲ କରି ଅଭିଯୋଗ ଦାଖଲ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି।

କୌଣସି ବି ପରିସ୍ଥିତିରେ ଗ୍ରାହକ ବାରମ୍ୱାର ଫେକ କଲ ଯୋଗୁ ହଇରାଣ ହେଲେ ଏଲଆଇସି ୱେବସାଇଟକୁ ଯାଇ ଗ୍ରୀଭେନ୍ସ ରେଡ୍ରେସାଲ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଏଲଆଇସି କଂପାନୀ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ