shah
କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ହୋଇଥିବା ମାନହାନୀ ମକଦ୍ଦମାକୁ ନେଇ ଶାହଙ୍କୁ ନୋଟିସ୍ କଲେ କୋର୍ଟ। ବିଧାୟକ ଓ ସାଂସଦଙ୍କ ମାମଲା ସମ୍ପର୍କିତ ଶୁଣାଣି କରୁଥିବା ଏକ ସ୍ୱତନ୍ତ୍ର କୋର୍ଟ ଶାହାଙ୍କୁ ନୋଟିସ୍ ଜାରି କରିଛନ୍ତି।
ଟିଏମ୍ସି ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବେନାର୍ଜୀ ଶାହଙ୍କ ବିରୋଧରେ ଏହି ମାନହାନୀ ମକଦ୍ଦମା କରିଛନ୍ତି। ଫଳରେ କୋର୍ଟ ଶାହଙ୍କୁ ନୋଟିସ୍ କରି ବ୍ୟକ୍ତିଗତ ଭାବେ କିମ୍ବା ନିଜ ଓକିଲଙ୍କ ଜରିଆରେ ଫେବ୍ରୁଆରୀ ୨୨ ତାରିଖ ସକାଳେ ହାଜର ହେବାକୁ ନୋଟିସ୍ କରିଛନ୍ତି।
ସୂଚନା ଅନୁସାରେ, ୨୦୧୮ ଅଗଷ୍ଟ ମାସରେ ଅମିତ ଶାହ ଏକ ରାଲିରେ ମମତା ସରକାରଙ୍କୁ ଟାର୍ଗେଟ୍ କରି ଦେଇଥିବା ମନ୍ତବ୍ୟକୁ ଅପମାନଜନକ ଦର୍ଶାଇ ମାନହାନୀ ମକଦ୍ଦମା କରିଛନ୍ତି ଅଭିଷେକ। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ୨୦୧୮ ଅଗଷ୍ଟ ୧୧ ତାରିଖରେ ବିଜେପି ଆୟୋଜନ କରିଥିବା ବିଜେପି ଯୁବ ସ୍ୱାଭିମାନ ସମାବେଶ ରାଲିରେ ଅଭିଷେକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ଶାହ। ଏଥିରେ ଶାହ ଅଭିଷେକଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଥିଲେ।
ସେ କହିଥିଲେ “ ନାରାଦା, ଶାରାଦା, ରୋଜ୍ ଭେଲି, ସିଣ୍ଡିକେଟ୍ କରପସନ୍, ପୁତୁରାବାଦ ଭ୍ରାଷ୍ଟାଚାର ଭଳି ସିରିଜ୍ ଭ୍ରଷ୍ଟାଚାର ହୋଇ ମମତା ଜୀଙ୍କ ଦ୍ୱାରା ଅନେକ ଦୁର୍ନୀତି ହୋଇଛି।” ଅଭିଷେକ ଦାଖଲ କରିଥିବା ମାନହାନୀ ମକଦ୍ଦମାରେ ଏହି ଘଟଣା ସମ୍ପର୍କରେ କୁହାଯାଇଛି।
ଏହି ରାଲିରେ ଅବିଷେକ ଓ ମମତାଙ୍କୁ ଟର୍ଗେଟ୍ କରି ଶାହ ଆଉ ଏକ ବୟାନ ମଧ୍ୟ ଦେଇଥିଲେ। ସେ କହିଥିଲେ “ ମୋଦି ସରକାର ପଠାଇଥିବା ୩,୫୮,୦୦୦ କୋଟି ଟଙ୍କା କୁଆଡ଼େ ଗଲା ? ବେଙ୍ଗଲର ଗ୍ରାମବାସୀଙ୍କୁ ଟଙ୍କା ମିଳିଲା କି ? ଟଙ୍କା ତୁମ ଗାଁରେ ପହଞ୍ଚିଲା କି ? ଏଗୁଡ଼ିକ ସବୁ କୁଆଡ଼େ ଗଲା ? କୁଆଡ଼େ ଗଲା ? ଏସବୁକୁ ପୁତୁରା ଓ ସିଣ୍ଡିକେଟ୍ ବ୍ୟାଙ୍କକୁ ଉପହାର ଦିଆଯାଇଛି। ତୃଣମୃଳ କଂଗ୍ରେସର ଦୁର୍ନୀତି ଯଜ୍ଞରେ ଏହାକୁ ଆହୁତି ଦିଆଯାଇଛି।”
ଶାହଙ୍କର ଏହି ଦୁଇଟି ମନ୍ତବ୍ୟ ଉପରେ ଆପତ୍ତି ଉଠାଇ ୨୮ ଅଗଷ୍ଟ ୨୦୧୮ରେ ଅପରାଧିକ ମାନହାନୀ ମକଦ୍ଦମା ରୁଜୁ କରିଥିଲେ ଅଭିଷେକ ବାନାର୍ଜୀ। ଗୁରୁବାର ଏହି ମାମଲାରେ ଶାହଙ୍କୁ ନୋଟିସ୍ କରିଛନ୍ତି କୋର୍ଟ। ଫେବ୍ରୁଆରୀ ୨୨ ତାରିଖ ସକାଳେ ଶାହଙ୍କୁ ବ୍ୟକ୍ତିଗତ ହେଉ କିମ୍ବା କୌଣସି ଓକିଲଙ୍କ ଦ୍ୱାର ହେଉ ହାଜର ହେବାକୁ ନୋଟିସ୍ କରାଯାଇଛି। ଭାରତୀୟ ପିଙ୍ଗଳ କୋର୍ଟର ଧାରା ୫୦୦ ଅନୁସାରେ ଏହ ଘଟଣାରେ ଉପସ୍ଥିତ ରହି ଯବାବ ରଖିବା ଅବଶ୍ୟକ ବୋଲି କୋର୍ଟର ବିଚାରପତି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/shah_1627367483.jpg)