Advertisment

ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ରାଜସ୍ଥାନ ବାଚସ୍ପତି

ଜୟପୁର: ରାଜସ୍ଥାନ ରାଜନୈତିକ ସଙ୍କଟରେ ନୂଆ ଟୁଇଷ୍ଟ। ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି ବାଚସ୍ପତି ସିପି ଯୋଶୀ। ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ବାଚସ୍ପତି ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଆଜି ସେ ନିଜର ଅପିଲକୁ ପ୍ରତ୍ୟାହାର କରିଛନ୍ତି। ଏବେ ଏହି ମାମଲାରେ ଶୁଣାଣି ଜୟପୁର ହାଇକୋର୍ଟରେ ଜାରି ରହିବ। ବାଚସ୍ପତିଙ୍କ ତରଫରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି, ଯେହେତୁ ହାଇକୋର୍ଟ ନିଷ୍ପତ୍ତି ଶୁଣାଇ ସାରିଛନ୍ତି, ତେଣୁ ଆମେ ଆବେଦନ ପ୍ରତ୍ୟାହାର କରିବାକୁ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ରାଜସ୍ଥାନ ବାଚସ୍ପତି

cp-joshi

ଜୟପୁର: ରାଜସ୍ଥାନ ରାଜନୈତିକ ସଙ୍କଟରେ ନୂଆ ଟୁଇଷ୍ଟ। ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି ବାଚସ୍ପତି ସିପି ଯୋଶୀ। ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ବାଚସ୍ପତି ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଆଜି ସେ ନିଜର ଅପିଲକୁ ପ୍ରତ୍ୟାହାର କରିଛନ୍ତି। ଏବେ ଏହି ମାମଲାରେ ଶୁଣାଣି ଜୟପୁର ହାଇକୋର୍ଟରେ ଜାରି ରହିବ।

Advertisment

ବାଚସ୍ପତିଙ୍କ ତରଫରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି, ଯେହେତୁ ହାଇକୋର୍ଟ ନିଷ୍ପତ୍ତି ଶୁଣାଇ ସାରିଛନ୍ତି, ତେଣୁ ଆମେ ଆବେଦନ ପ୍ରତ୍ୟାହାର କରିବାକୁ ଚାହୁଁଛୁ।

ସେପଟେ ୩୧ ତାରିଖରେ ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରିଥିବା ଆବେଦନକୁ ଆଜି ରାଜ୍ୟପାଳ ପୁଣିଥରେ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଜି ଦ୍ୱିତୀୟଥର ପାଇଁ ରାଜ୍ୟପାଳ କଲରାଜ ମିଶ୍ର ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ଅଶୋକ ଗେହଲଟଙ୍କୁ ଆଜି ସକାଳେ ଏ ସମ୍ପର୍କିତ ଫାଇଲ୍ ଫେରାଇ ଦେଇଛନ୍ତି।

Advertisment

ଆଉଏକ ଘଟଣାକ୍ରମରେ ଆସ୍ଥା ଭୋଟରେ କଂଗ୍ରେସ ବିରୋଧରେ ଭୋଟ୍ କରିବା ପାଇଁ ବହୁଜନ ସମାଜ ପାର୍ଟି ହ୍ୱିପ୍ ଜାରି କରିଛି। ନିଜର ୬ ଜଣ ବିଧାୟକଙ୍କୁ ସରକାର ବିରୋଧରେ ଭୋଟ୍ ଦେବାକୁ ବିଏସପି ମହାସଚିବ ସତିଶ ମିଶ୍ର ହ୍ୱିପ୍ ଜାରି କରିଛନ୍ତି। ୨୦୧୯ରେ ରାଜସ୍ଥାନର ୬ ଜଣ ବିଏସପି ବିଧାୟକ କଂଗ୍ରେସରେ ସାମିଲ ହୋଇଥିଲେ।

Advertisment
Advertisment