kim jong
ପ୍ୟୋଙ୍ଗୟାଙ୍ଗ: କରୋନା ମହାମାରୀ ଏବଂ ପ୍ରତିବନ୍ଧକ ଯୋଗୁଁ ଉତ୍ତର କୋରିଆର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏଭଳିସ୍ଥିତିରେ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ ପ୍ରାୟ ଏକ ମାସ ପରେ ପ୍ରଥମ ଥର ପାଇଁ ବାହାରକୁ ବାହାରିଛନ୍ତି । ଏହାପରେ ସେ ନିଜ ଶାସକ ଦଳକୁ ଡକାଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହ ସେଥିରେ ସେ ନିଜେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ସେ ଦେଶର ବିପର୍ଯ୍ୟସ୍ତ ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ପ୍ରୟାସ ଉପରେ ଆଲୋଚନା କରିଥିଲେ । ଏଥିପାଇଁ ଏକ ବୃହତ ରାଜନୈତିକ ସମ୍ମିଳନୀର ଆହ୍ୱାନ ମଧ୍ୟ କରିଛନ୍ତି ।
ଉତ୍ତର କୋରିଆର ଅଫିସିଆଲ୍ ନ୍ୟୁଜ୍ କମିଟି, କୋରିଆ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ଶନିବାର କହିଛି ଯେ, ଦଳର ‘ଆଦର୍ଶଗତ ଉତ୍ସାହ’ ଏବଂ ‘ଆତ୍ମ ନିର୍ଭରତା’ ପାଇଁ ସଂଗ୍ରାମ ହେତୁ ଅନେକ କାର୍ଯ୍ୟ କରାଯାଉଛି ବୋଲି କିମ୍ ପ୍ରଶଂସା କରିଛନ୍ତି । ଶୁକ୍ରବାର ପୋଲିତବ୍ୟୁରୋ ବୈଠକକୁ ଆସିଥିବା କିମ୍ ପ୍ରଥମ ଥର ପାଇଁ ମେ’ ୬ ପରେ ସର୍ବସାଧାରଣରେ ନଜର ଆସିଛନ୍ତି । ସେତେବେଳେ ସେ ଉତ୍ତର କୋରିଆର ଯବାନମାନଙ୍କ ପରିବାର ସହିତ ଫଟୋ ଉଠାଇଥିଲେ ।
ମହାମାରୀ ହେତୁ ସୀମା ବନ୍ଦ ହେବା ପରେ ଉତ୍ତର କୋରିଆର ଅସ୍ଥିର ଅର୍ଥନୀତିକୁ ଆହୁରି ଦୁର୍ବଳ ହୋଇଯାଇଛି । ସୀମା ବନ୍ଦ ହେବା କାରଣରୁ ତାର ପ୍ରମୂଖ ସହଯୋଗୀ ଚୀନ୍ ସହିତ ବାଣିଜ୍ୟ କାରବାର ହ୍ରାସ ପାଇଛି । କିମ ଶୁକ୍ରବାର କହିଛନ୍ତି ଯେ, ଉତ୍ତର କୋରିଆକୁ ଏବେ ‘ପ୍ରତିକୂଳ ପରିସ୍ଥିତି ଏବଂ ପରିସ୍ଥିତି ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ତେବେ ଏହି ଖବରରେ ଆମେରିକା କିମ୍ବା ଦକ୍ଷିଣ କୋରିଆ ବିଷୟରେ କିମ କୌଣସି ମନ୍ତବ୍ୟ ଦେଇଥିବା ଉଲ୍ଲେଖ କରାଯାଇ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kim-jong_1622903095.jpg)