Advertisment

ଆଇଏଏସ୍ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ସୋନୁଙ୍କ ଉପହାର, ମାଗଣାରେ କୋଚିଂ ବ୍ୟବସ୍ଥା କରିବେ ଅଭିନେତା

ନୂଆଦିଲ୍ଲୀ : ଟଙ୍କା ଅଭାବରୁ ମେଧାବୀ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେବେ ନାହିଁ । ଶିକ୍ଷାର ଆଲୋକ ଜଳାଇବେ ବଲିଉଡ଼୍ ଅଭିନେତା, ଆରମ୍ଭ କରିବେ ସମ୍ଭବମ୍ ଯୋଜନା । କରୋନା ମହାମାରୀରେ ଗରିବଙ୍କ ଦେବଦୂତ ସାଜିଥିବା ସୋନୁ ସୁଦ୍ ଆଇଏଏସ୍ ପରୀକ୍ଷା…

author-image
Prangyan Parimita
ଆଇଏଏସ୍ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ସୋନୁଙ୍କ ଉପହାର, ମାଗଣାରେ କୋଚିଂ ବ୍ୟବସ୍ଥା କରିବେ ଅଭିନେତା

sonu sood

ନୂଆଦିଲ୍ଲୀ : ଟଙ୍କା ଅଭାବରୁ ମେଧାବୀ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେବେ ନାହିଁ । ଶିକ୍ଷାର ଆଲୋକ ଜଳାଇବେ ବଲିଉଡ଼୍ ଅଭିନେତା, ଆରମ୍ଭ କରିବେ ସମ୍ଭବମ୍ ଯୋଜନା । କରୋନା ମହାମାରୀରେ ଗରିବଙ୍କ ଦେବଦୂତ ସାଜିଥିବା ସୋନୁ ସୁଦ୍ ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ଏହି ଯୋଜନା ଅନୁସାରେ ମାଗଣାରେ କୋଚିଂ ଯୋଗାଇଦେବେ । ଦେଶରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ସୋନୁ ସୁଦ୍ ଏବେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ଧ୍ୟାନ ଦେଉଛନ୍ତି । ଏହାପୂର୍ବରୁ ଗରିବ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ ମଧ୍ୟ୍ୟ କରିଛନ୍ତି ।

Advertisment

ସମ୍ଭବମ୍ ଜରିଆରେ ବଡ଼ ଅଫିସର ହୋଇପାରିବେ ଗରିବ ଛାତ୍ରଛାତ୍ରୀ । ଆଉ ଏହାକୁ ସମ୍ଭବ କରିବେ ଅଭିନେତା ସୋନୁ ସୁଦ୍ । ସିଭିଲ ସର୍ଭିସ ପରୀକ୍ଷା (ୟୁପିଏସସି) ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରମାନଙ୍କ ପାଇଁ ଛାତ୍ରବୃତ୍ତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସୋନୁ ସୁଦ୍‌। ଅଭିନେତା ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି, ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନଙ୍କୁ ସାହାଯ୍ୟ କରିବାକୁ ଏକ ନୂତନ ପଦକ୍ଷେପ ‘ ସମ୍ଭବମ୍ ‘ ଯୋଜନା ଆରମ୍ଭ ହୋଇଛି ।

Advertisment

ମାଗଣା କୋଚିଂ ବିଷୟରେ ସୂଚନା ଦେଇ ଅଭିନେତା ଟ୍ୱିଟରେ ଲେଖିଛନ୍ତି, ‘ କରନି ହେ ଆଇଏଏସ୍ କି ତେୟାରୀ, ହମ୍ ଲେଙ୍ଗେ ଆପକି ଜିମ୍ମେଦାରୀ । ‘ ସମ୍ଭବମ୍‌’ ର ଶୁଭାରମ୍ଭ ଘୋଷଣା କରିଥିବାରୁ ମୁଁ ଖୁବ ଉତ୍ସାହିତ ବୋଲି ସେ କହିଛନ୍ତି । ଏହି ଛାତ୍ରବୃତ୍ତି ପାଇଁ ୩୦ ଜୁନ୍ ସୁଦ୍ଧା www.soodcharityfoundation.org ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।

କରୋନା ମହାମାରୀ ସମୟରେ ଗତ ବର୍ଷ ଠାରୁ ଯଦି କେହି ଜଣେ ହିରୋ ହୋଇ ପ୍ରକୃତରେ ଲୋକଙ୍କ ସାମ୍ନାକୁ ଆସିଛନ୍ତି, ତେବେ ସେ ହେଉଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିବା ସୋନୁ ଗତ ବର୍ଷଠାରୁ କ୍ରମାଗତ ଭାବରେ ଲୋକଙ୍କ ପାଇଁ ଈଶ୍ଵର ହୋଇ ଠିଆ ହୋଇଛନ୍ତି। କରୋନା ଲହର ଦେଶରେ ହାହାକାର ସୃଷ୍ଟି କରିଥିବା ବେଳେ ସୋନୁ ସୁଦ ଏହି ସମୟରେ ଲୋକଙ୍କ ସାହାରା ହୋଇଛନ୍ତି । କେବେ ଲୋକଙ୍କୁ ଏୟାରଲିଫ୍ଟ କରାଉଛନ୍ତି, ଆଉ କେବେ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ ପ୍ଲାଣ୍ଟ୍ ମଗାଇଛନ୍ତି, ଆଉ ଏବେ ଶିକ୍ଷା କ୍ଷେତ୍ରରେ ଆଉ ଏକ ମୋହାନ କାମ କରିବାକୁ ଯାଉଛନ୍ତି ସୋନୁ ସୁଦ ।

Advertisment
Advertisment