/odishatv-khabar/media/post_attachments/uploadimage/library/16_9/16_9_0/sonia-1_1625397453.jpg)
sonia
ନୂଆଦିଲ୍ଲୀ: ପ୍ରାୟ ୭ ଘଣ୍ଟା ଧରି ଚାଲିଥିବା କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ (ସିଡବ୍ଲୁସି) ଶେଷ ହୋଇଛି। କିନ୍ତୁ ଏହି ବୈଠକରେ କଂଗ୍ରେସର ନୂଆ ଅଧ୍ୟକ୍ଷ କିଏ ହେବ? ତାହା ଉପରେ ମୋହର ଲାଗିପାରି ନାହିଁ। ଫଳରେ ସୋନିଆ ଗାନ୍ଧି ପୁଣିଥରେ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ରହିବେ ବୋଲି ସୂଚନା ମିଳିଛି। ଆଜି ଦିନସାରା ସିଡବ୍ଲୁସି ବୈଠକରେ ବେଶ୍ ମାନସମନ୍ଥନ ହୋଇଥିଲା।
ଦଳରେ ଦୃଢ଼ ନେତୃତ୍ୱର ଆବଶ୍ୟକତା ରହିଥିବା ଦାବି କରି ୨୦ରୁ ଅଧିକ ବରିଷ୍ଠ ନେତା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ। ଚିଠି ପାଇଁ ପୂରା କଂଗ୍ରେସରେ କମ୍ପନ ଦେଖିବାକୁ ମିଳିଥିଲା। ବୈଠକ ଆରମ୍ଭରେ ସୋନିଆ ମଧ୍ୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଏହାକୁ ମନମୋହନ ସିଂହ ଓ କେସି ଭେନୁଗୋପାଲଙ୍କ ସମେତ ଏକାଧିକ ବରିଷ୍ଠ ନେତା ବିରୋଧ କରିଥିଲେ। ବର୍ତ୍ତମାନ ସ୍ଥିତିରେ ସୋନିଆ ହିଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ରହିବା ଉଚିତ ବୋଲି ସେମାନେ କହିଥିଲେ।
ତଥାପି ସୋନିଆ ନିଜ ଜିଦ୍ରେ ଅଟଳ ରହିବା ସହ ନୂଆ ଅଧ୍ୟକ୍ଷ ପ୍ରାର୍ଥୀ ଖୋଜିବାକୁ ସିଡବ୍ଲୁସିକୁ କହିଥିଲେ। ଏହାକୁ ନେଇ ଦିନ ତମାମ ଆଲୋଚନା ହୋଇଥିଲା। କିଛି ନେତା ରାହୁଲ ଗାନ୍ଧିଙ୍କୁ ଅଧ୍ୟକ୍ଷ କରିବାକୁ ମଧ୍ୟ ମତ ଦେଇଥିଲେ। ହେଲେ ସେ ପୁଣି କଂଗ୍ରେସର ମଙ୍ଗ ସମ୍ଭାଳିବାକୁ ସେ ନାରାଜ ଥିବା କହିଥିଲେ। ରାହୁଲ ମନା କରିବାରୁ ବରିଷ୍ଠ ନେତାମାନେ ସୋନିଆ ଏହି ପଦରେ ରହିବା ଦଳ ପାଇଁ ମଙ୍ଗଳ ବୋଲି ମତ ଦେଇଥିଲେ। ତେଣୁ ସୋନିଆ ପରବର୍ତ୍ତୀ ନିଷ୍ପତ୍ତି ଯାଏ ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)