Advertisment

ବସ୍‌କୁ ପିଟିଦେଲା ଡମ୍ପର, ୩ ପ୍ରବାସୀ ଶ୍ରମିକଙ୍କ ସମେତ ୪ ମୃତ

ସୋଲାପୁର: ଦେଶରେ କରୋନା ଭାଇରସ ସ୍ଥିତିକୁ ଦୃଷ୍ଟିରେ ରଖି ସବୁଠି ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଉଛି। ଫଳରେ  ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜକୁ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ କିଛି ଦିନ ହେବ ସଡ଼କ ଦୁର୍ଘଟଣାରେ ପ୍ରବାସୀ ଶ୍ରମିକମାନେ ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ମହାରାଷ୍ଟ୍ରର ସୋଲାପୁରରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ପୁଣି ଏକ ବସ ଦୁର୍ଘଟଣାର ଶିକାର ହୋଇଛି। ବସ୍‌ଟିରେ ଝାଡ଼ଖଣ୍ଡର […]

author-image
Mahasweta Baral
ବସ୍‌କୁ ପିଟିଦେଲା ଡମ୍ପର, ୩ ପ୍ରବାସୀ ଶ୍ରମିକଙ୍କ ସମେତ ୪ ମୃତ

bus

ସୋଲାପୁର: ଦେଶରେ କରୋନା ଭାଇରସ ସ୍ଥିତିକୁ ଦୃଷ୍ଟିରେ ରଖି ସବୁଠି ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଉଛି। ଫଳରେ  ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜକୁ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ କିଛି ଦିନ ହେବ ସଡ଼କ ଦୁର୍ଘଟଣାରେ ପ୍ରବାସୀ ଶ୍ରମିକମାନେ ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ମହାରାଷ୍ଟ୍ରର ସୋଲାପୁରରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ପୁଣି ଏକ ବସ ଦୁର୍ଘଟଣାର ଶିକାର ହୋଇଛି।

Advertisment

ବସ୍‌ଟିରେ ଝାଡ଼ଖଣ୍ଡର ପ୍ରବାସୀ ଶ୍ରମିକମାନେ ଥିଲେ। ଏହି ଦୁର୍ଘଟଣାରେ ୩ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ବସ୍‌ ଡ୍ରାଇଭର ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହାରଇଛି। ଆହତ ଶ୍ରମିକମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ବସ୍‌ଟି ପ୍ରବାସୀ ଶ୍ରମିକମାନଙ୍କୁ ନେଇ ମହାରାଷ୍ଟ୍ରର ସୋଲାପୁରରୁ ଝାଡଖଣ୍ଡ ଅଭିମୁଖେ ଯାଉଥିଲା। ଏହି ସମୟରେ ୟବତମାଲଠାରେ ବସ୍‌କୁ ପଛପଟୁ ଏକ ଡମ୍ପର ଧକ୍କା ଦେଇଥିଲା।  ଏତେ ଜୋରରେ ଧକ୍କା ଦେଇଥିଲା ଯେ ବସ୍‌ଟିର ପ୍ରମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଏହି ଦୁର୍ଘଟଣାରେ ୧୫ଜଣ ଆହାତ ହୋଇଥିବା କୁହାଯାଉଛି।

Advertisment

ପ୍ରବାସୀ ଶ୍ରମିକମାନେ ଦୁର୍ଘଟଣାରେ କ୍ରମାଗତ ଭାବରେ ଜୀବନ ହରାଉଛନ୍ତି। ମହାରାଷ୍ଟ୍ରର ଔରଙ୍ଗାବାଦରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ଟ୍ରକ ଯାଉଥିବାବେଳେ ମାଲବାହୀ ଟ୍ରେନ୍ ସହ ଧକ୍କା ହୋଇ ୧୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ଏଥି ସହିତ ୟୁପିର ମୁଜାଫରନଗର ରାଜପଥରେ ଏକ ରୋଡୱେ ବସ୍‌ ପ୍ରବାସୀ ଶ୍ରମିକମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାର ଶିକାର ହୋଇ ୬ଜଣ ଶ୍ରମିକ ପ୍ରାଣ ହରାଇଥିଲେ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନେ ପଞ୍ଜାବରୁ ବିହାରକୁ ଚାଲିଚାଲି ଯାଉଥିଲେ।

Advertisment
Advertisment