Advertisment

ପରଲୋକରେ ସ୍ୱାମୀ ଅଗ୍ନିବେଶ

ନୂଆଦିଲ୍ଲୀ: ବିଶିଷ୍ଟ ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କ ପରଲୋକ ହୋଇଛି। ନୂଆଦିଲ୍ଲୀରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଲିଭର ସୋରିଆସିସ୍ ରୋଗରେ ପୀଡ଼ିତ ହେବା ପରେ ଗତ ସପ୍ତାହରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ଗତ ମଙ୍ଗଳବାର ତାଙ୍କୁ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ବିଲାଇ ସାଇନ୍ସରେ ଭର୍ତ୍ତି କରାଯାଇଥିଲା ସେଠାରେ ସେ ଭେଣ୍ଟିଲେଟରରେ ରହି ଚିକିତ୍ସାଧୀନ ଥିଲେ। […]

author-image
Ranjeet Kumar Jena
ପରଲୋକରେ ସ୍ୱାମୀ ଅଗ୍ନିବେଶ

SWAMI

ନୂଆଦିଲ୍ଲୀ: ବିଶିଷ୍ଟ ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କ ପରଲୋକ ହୋଇଛି। ନୂଆଦିଲ୍ଲୀରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଲିଭର ସୋରିଆସିସ୍ ରୋଗରେ ପୀଡ଼ିତ ହେବା ପରେ ଗତ ସପ୍ତାହରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ।

Advertisment

ଅବସ୍ଥା ଗୁରୁତର ହେବାରୁ ଗତ ମଙ୍ଗଳବାର ତାଙ୍କୁ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ବିଲାଇ ସାଇନ୍ସରେ ଭର୍ତ୍ତି କରାଯାଇଥିଲା ସେଠାରେ ସେ ଭେଣ୍ଟିଲେଟରରେ ରହି ଚିକିତ୍ସାଧୀନ ଥିଲେ। ତେବେ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥାର ଦ୍ରୁତ ଅବନତି ଘଟିବା ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।

ହରିୟାଣାରୁ ପୂର୍ବତନ ବିଧାୟକ ଥିବା ସ୍ୱାମୀ ଅଗ୍ନିବେଶ ଆର୍ଯ୍ୟ ସମାଜ ଆଦର୍ଶରେ ଗଠିତ ଆର୍ଯ୍ୟସଭା ଦଳର ପ୍ରତିଷ୍ଠାତା ଥିଲେ। ଶ୍ରମିକ ଚାଲାଣ ଓ ଶୋଷଣ ବିରୋଧରେ ସେ ସ୍ୱର ଉତ୍ତୋଳନ କରୁଥିଲେ ତାଙ୍କ ବିୟୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବହୁ ସାମାଜିକ କର୍ମୀ ଶୋକ ପ୍ରକାଶ କରିଛନ୍ତି।

Advertisment
Advertisment
Advertisment