Advertisment

କେମିତି ଅଛି ଇଣ୍ଡିଆ-ଚାଇନା ସୀମା ବିବାଦର ସ୍ଥିତି ?

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଭାରତ ଓ ଚାଇନା ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି। ଏହି ସୂଚନା ଦେଇଛନ୍ତି ଭାରତର ସ୍ଥଳ ସେନା ମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରଭଣେ। ଏବଂ ଯାହା ସମସ୍ୟା ଅଛି ସେଥିପାଇଁ ଅତି ଗୁରୁତ୍ୱର ସହ କଥାବାର୍ତ୍ତା ଚାଲିଛି ବୋଲି ନରଭଣେ କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ନରଭଣେ କହିଛନ୍ତି, “ ମୁଁ ସମସ୍ତଙ୍କୁ ଶୁନିଶ୍ଚିତ କରିବାକୁ ଚାହେଁ ଯେ ଚାଇନା ସହିତ ଥିବା ଆମର […]

କେମିତି ଅଛି ଇଣ୍ଡିଆ-ଚାଇନା ସୀମା ବିବାଦର ସ୍ଥିତି ?

mm-narvane

Advertisment

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଭାରତ ଓ ଚାଇନା ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି। ଏହି ସୂଚନା ଦେଇଛନ୍ତି ଭାରତର ସ୍ଥଳ ସେନା ମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରଭଣେ। ଏବଂ ଯାହା ସମସ୍ୟା ଅଛି ସେଥିପାଇଁ ଅତି ଗୁରୁତ୍ୱର ସହ କଥାବାର୍ତ୍ତା ଚାଲିଛି ବୋଲି ନରଭଣେ କହିଛନ୍ତି।

Advertisment

ଏ ସମ୍ପର୍କରେ ସୂଚନା ଦେଇ ନରଭଣେ କହିଛନ୍ତି, “ ମୁଁ ସମସ୍ତଙ୍କୁ ଶୁନିଶ୍ଚିତ କରିବାକୁ ଚାହେଁ ଯେ ଚାଇନା ସହିତ ଥିବା ଆମର ସୀମା ବିବାଦ ଏବେ ନିୟନ୍ତ୍ରଣାଧୀନ ରହିଛି। ଏସମ୍ପର୍କରେ କମାଣ୍ଡର ଲେବଲ୍‌ରେ ଗୁରୁତ୍ୱର ସହ ଆଲୋଚନା ଚାଲିଛି। ଏହି ଆଲୋଚନା ମାଧ୍ୟମରେ ସମସ୍ତ ବିବାଦର ସମାଧାନ ହୋଇପାରିବ ବୋଲି ଆଶା ଅଛି। ” ଦେହରାଡୁନ୍‌ ମିଲିଟାରୀ ଆକାଡେମୀରେ ଆର୍‌ମୀ ପରେଡ୍‌ ଚାଲିଥିବା ବେଳେ ଏହି ସୂଚନା ଦେଇଛନ୍ତି ସେନାମୁଖ୍ୟ।

ମାସେରୁ ଅଧିକ ସମୟ ଧରି ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ଓ ଚାଇନା ସେନା ମଧ୍ୟରେ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଏଭଳି ସୂଚନା ଦେଇଛନ୍ତି ସେନା ମୁଖ୍ୟ।

Advertisment

ଏହାଛଡ଼ା ନିକଟରେ ଉତ୍ତରଖାଣ୍ଡର କଳାପାଣୀ ଏରିଆକୁ ନେଇ ନେପାଳ ସହିତ ଚାଲିଥିବା ସୀମା ବିବାଦ ଉପରେ ମଧ୍ୟ ସୂଚନା ଦେଇଛନ୍ତି ନରଭଣେ।  ସେ କହିଛନ୍ତି, ନେପାଳ ସହିତ ଆମର ମଜଭୁତ ସମ୍ପର୍କ ରହିଛି। ଭାରତ ସହିତ ନେପାଳର ଭୌଗଳିକ, ସାଂସ୍କୃତିକ, ଐତିହାସିକ ଓ ଧାର୍ମିକ ସମ୍ପର୍କ ମଧ୍ୟ ରହିଛି।  ଆମ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ବି ଭଲ ରହିଛି। ନେପାଳ ସହିତ ଆମ ସମ୍ପର୍କ ଭଲ ଅଛି ଓ ଏହା ଭବିଷ୍ୟତକୁ ମଧ୍ୟ ରହିବ ବୋଲି ସେନା ମୁଖ୍ୟ କହିଛନ୍ତି।

Indian Army Chief Line Of Actual Control Disputes With Nepal LAC India China Conflict
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ