Advertisment

ଚାଷୀ ଆନ୍ଦୋଳନକୁ ନେଇ ତାତିଲେ ସିଂଘୁ ଗ୍ରାମବାସୀ; ରାଜପଥ ଖାଲି କରିବାକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ନାଁରେ ହୋଇଥିବା ହିଂସାକାଣ୍ଡ ଘଟଣା ପରେ ଏବେ ପୁଣି ସିଂଘୁ ସୀମାରେ ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଲୋକେ ଏବଂ ଚାଷୀ ସାମ୍ନାସାମ୍ନି ହୋଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଚାଷୀମାନେ ତୁରନ୍ତ ଆନ୍ଦୋଳନସ୍ଥଳ ଛାଡିବାକୁ ସ୍ଥାନୀୟ ଲୋକମାନେ ଦାବି କରିବା ପରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି । ଗଣତନ୍ତ୍ର ଦିବସରେ ଚାଷୀଙ୍କ ନାଁରେ ଯେଉଁଭଳି ଭାବେ କାଣ୍ଡ […]

ଚାଷୀ ଆନ୍ଦୋଳନକୁ ନେଇ ତାତିଲେ ସିଂଘୁ ଗ୍ରାମବାସୀ; ରାଜପଥ ଖାଲି କରିବାକୁ ଦେଲେ ଚେତାବନୀ

farmer.JPG-1

Advertisment

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ନାଁରେ ହୋଇଥିବା ହିଂସାକାଣ୍ଡ ଘଟଣା ପରେ ଏବେ ପୁଣି ସିଂଘୁ ସୀମାରେ ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଲୋକେ ଏବଂ ଚାଷୀ ସାମ୍ନାସାମ୍ନି ହୋଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଚାଷୀମାନେ ତୁରନ୍ତ ଆନ୍ଦୋଳନସ୍ଥଳ ଛାଡିବାକୁ ସ୍ଥାନୀୟ ଲୋକମାନେ ଦାବି କରିବା ପରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି । ଗଣତନ୍ତ୍ର ଦିବସରେ ଚାଷୀଙ୍କ ନାଁରେ ଯେଉଁଭଳି ଭାବେ କାଣ୍ଡ ଭିଅାଗଲା, ତାକୁ ବିରୋଧ କରି ତାତିଛନ୍ତି ସ୍ଥାନୀୟ ଲୋକେ

Advertisment

ସୂଚନାଥାଉ କି, ଦିଲ୍ଲୀର ସିଙ୍ଘୁ ସୀମାରେ ଦୀର୍ଘ ୨ ମାସ ହେଲା ଚାଷ ଆନ୍ଦୋଳନ କରି ଆସୁଛନ୍ତି। ଗଣତନ୍ତ୍ର ଦିବସ ପରି ପବିତ୍ର ଦିନରେ ଚାଷୀମାନେ ଏପରି ହିଂସାକାଣ୍ଡ ଘଟାଇଥିବାରୁ ସିଂଘୁ ଗାଁର ଲୋକେ ସେମାନଙ୍କୁ ଜାତୀୟ ରାଜପଥରୁ ହଟିଯିବା ପାଇଁ କହିଛନ୍ତି। ଏହି ଦାବିରେ ଆଜି ଗାଁ ଲୋକେ ଚାଷୀ ମୁହାଁମୁହି ହୋଇଛନ୍ତି।

ଏ ନେଇ ଆଜି ଗାଁ ଲୋକେ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ଜାତୀୟ ରାଜପଥରେ ବିକ୍ଷୋଭ କରିବା ସହ ଚାଷୀ ଆନ୍ଦୋଳନକୁ ବିରୋଧ କରିଥିଲେ। ଚାଷୀମାନେ ତୁରନ୍ତ ସିଂଘୁସୀମା ଖାଲି କରନ୍ତୁ ବୋଲି ସେମାନେ ନାରାବାଜି ଦେଇଥିଲେ।

Advertisment

ଗୁରୁବାର ମଧ୍ୟାହ୍ନରେ ସିଙ୍ଘୁ ଗାଁର କିଛି ଲୋକ ଚାଷୀଙ୍କ ବିରୋଧରେ ଶୋଭାଯାତ୍ରା ଆରମ୍ଭ କରିଥିଲେ। ସେମାନେ ଜାତୀୟ ରାଜପଥରେ ବିକ୍ଷୋଭ କରିଥିଲେ। ନିଜକୁ ସ୍ଥାନୀୟ ଅଞ୍ଚଳର ଅଧିବାସୀ କହୁଥିବା ଏହି ଲୋକମାନେ ହାତରେ ତ୍ରିରଙ୍ଗା ଧରି ଚାଷୀ ମାନଙ୍କୁ ବିରୋଧ କରିଥିଲେ। ଚାଷୀମାନେ ତୁରନ୍ତ ସିଙ୍ଘୁ ସୀମା ଖାଲି କରନ୍ତୁ ବୋଲି ସେମାନେ ନାରାବାଜୀ କରିଥିଲେ।

Farmer Protest In Republic Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ