Advertisment

୪୫ ବର୍ଷ ପରେ ଭାରତ-ଚୀନ୍ ସୀମାରେ ଗୁଳିମାଡ଼!

ନୂଆଦିଲ୍ଲୀ: ଏଲ୍ଏସିରେ ଭାରତ ଓ ଚୀନ୍ ମଧ୍ୟ ଲଗାତର ସ୍ଥିତି ଖରାପ ହେବାରେ ଲାଗିଛି। ପ୍ରାୟ ତିନିମାସ ଧରି ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ଉତ୍ତେଚନା ଥମିବାର ନାଁ ନେଉନାହିଁ। ସୋମବାର ବିଳମ୍ବିତ ରାତିରେ ପାଙ୍ଗଙ୍ଗ ଅଞ୍ଚଳରେ ଏଲଏସି ନିକଟରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ ପାଙ୍ଗଙ୍ଗ ଅଂଚଳରେ ଚୀନ ସେନା ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ଭାରତ ସେନା ଏହାର କଡ଼ା ଜବାବ ଦେଇଥିଲା। ଭାରତୀୟ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
୪୫ ବର୍ଷ ପରେ ଭାରତ-ଚୀନ୍ ସୀମାରେ ଗୁଳିମାଡ଼!

border

ନୂଆଦିଲ୍ଲୀ: ଏଲ୍ଏସିରେ ଭାରତ ଓ ଚୀନ୍ ମଧ୍ୟ ଲଗାତର ସ୍ଥିତି ଖରାପ ହେବାରେ ଲାଗିଛି। ପ୍ରାୟ ତିନିମାସ ଧରି ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ଉତ୍ତେଚନା ଥମିବାର ନାଁ ନେଉନାହିଁ। ସୋମବାର ବିଳମ୍ବିତ ରାତିରେ ପାଙ୍ଗଙ୍ଗ ଅଞ୍ଚଳରେ ଏଲଏସି ନିକଟରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ ପାଙ୍ଗଙ୍ଗ ଅଂଚଳରେ ଚୀନ ସେନା ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ଭାରତ ସେନା ଏହାର କଡ଼ା ଜବାବ ଦେଇଥିଲା।

Advertisment

ଭାରତୀୟ ସେନା ପକ୍ଷରୁ ୱାର୍ଣ୍ଣିଂ ଫାୟାର କରାଯାଇଥିବା ଚୀନ ସେନା ଦାବି କରିଛି। ତେବେ ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚୀନ୍ ପକ୍ଷରୁ ପ୍ରଥେମ ଗୁଳିମାଡ଼ କରାଯାଇଥିଲ, ଯାହା ପରେ ଭାରତ ମଧ୍ୟ ଗୁଳିମାଡ଼ କରି ଏହାର ଜବାବ ଦେଇଥିଲା। ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା ସୂଚନା ଦେଇଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ତେବେ ବଡ଼ କଥା ହେଉଛି, ୧୯୭୫ ମସିହା ପରେ ଭାରତ-ଚୀନ୍ ସୀମାରେ ଉଭୟ ଦେଶର ସେନା ମଧ୍ୟରେ ଏହିଭଳି ଗୁଳିମାଡ଼ ହୋଇଥିବା କୁହାଯାଉଛି।

ସେପ୍ଟେମ୍ବର ୧୦ରେ ଭାରତ-ଚୀନ୍ ମଧ୍ୟରେ ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା ହେବାକୁ ଥିବା ବେଳେ ଏଲ୍ଏସିରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏଲ୍ଏସିରେ ଚୀନ୍ ସେନାର ଅନୁପ୍ରବେଶ ନେଇ ଗତ ୩ ମାସ ହେବ ଲଦାଖରେ ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ସ୍ଥିତି ଲାଗି ରହିଛି। ପୂର୍ବରୁ ଅନେକ ଥର କମାଣ୍ଡର ସ୍ତରୀୟ ବୈଠକ ବସିଥିଲେ ମଧ୍ୟ ଏଥିରେ କୌଣସି ସମାଧାନ ହୋଇପାରିନାହିଁ।

Advertisment
Advertisment
Advertisment