Advertisment

ହଠାତ୍‌ ମାଟିତଳୁ ବାହାରିବାକୁ ଲାଗିଲେ ହଳଦିଆ ବେଙ୍ଗ

ଭୋପାଳ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଚକିତ କଲା ଭଳି ଭିଡିଓ ଦେଖିବାକୁ ମିଳିଛି। ଏମ୍‌ପିର ନରସିଂହପୁର ଜିଲ୍ଲାର ଏକ ପୋଖରୀରୁ ବିରଳ ପ୍ରଜାତିର ଶହ ଶହ ବେଙ୍ଗ ବାହାରୁଛନ୍ତି। ବେଙ୍ଗଗୁଡ଼ିକ ଦେଖିବାକୁ ହଳଦିଆ ରଙ୍ଗର। ଏଭଳି ବେଙ୍ଗକୁ ସମସ୍ତେ ଦେଖି ଅବାକ୍‌ ହେଉଛନ୍ତି। ଖବର ଅନୁଯାୟୀ, ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ଆମଗାଓଁ ବଡ଼ା ଠାରେ ବିରଳ ପ୍ରଜାତିର ହଳଦିଆ ବେଙ୍ଗ ଦେଖିବାକୁ ମିଳିଥିଲା। ଏତେ ସଂଖ୍ୟକ ହଳଦିଆ ବେଙ୍ଗକୁ ଦେଖି ଲୋକେ ଭୟଭୀତ ହୋଇ ସେଠାରୁ ଦୌଡ଼ିବାକୁ ଲାଗିଥିଲେ। […]

author-image
Mahasweta Baral
ହଠାତ୍‌ ମାଟିତଳୁ ବାହାରିବାକୁ ଲାଗିଲେ ହଳଦିଆ ବେଙ୍ଗ

frog

ଭୋପାଳ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଚକିତ କଲା ଭଳି ଭିଡିଓ ଦେଖିବାକୁ ମିଳିଛି। ଏମ୍‌ପିର ନରସିଂହପୁର ଜିଲ୍ଲାର ଏକ ପୋଖରୀରୁ ବିରଳ ପ୍ରଜାତିର ଶହ ଶହ ବେଙ୍ଗ ବାହାରୁଛନ୍ତି। ବେଙ୍ଗଗୁଡ଼ିକ ଦେଖିବାକୁ ହଳଦିଆ ରଙ୍ଗର। ଏଭଳି ବେଙ୍ଗକୁ ସମସ୍ତେ ଦେଖି ଅବାକ୍‌ ହେଉଛନ୍ତି।

Advertisment

ଅନୁଯାୟୀ, ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ଆମଗାଓଁ ବଡ଼ା ଠାରେ ବିରଳ ପ୍ରଜାତିର ହଳଦିଆ ବେଙ୍ଗ ଦେଖିବାକୁ ମିଳିଥିଲା। ଏତେ ସଂଖ୍ୟକ ହଳଦିଆ ବେଙ୍ଗକୁ ଦେଖି ଲୋକେ ଭୟଭୀତ ହୋଇ ସେଠାରୁ ଦୌଡ଼ିବାକୁ ଲାଗିଥିଲେ। ଏପରିକି ବେଙ୍ଗଗୁଡିକୁ ମାରିବା ପାଇଁ ମଧ୍ୟ ଉଦ୍ୟମ କରାଯାଇଥିଲା।जमीन से अचानक निकलने लगे पीले मेढक, क्या होते हैं शुभ ?

ଲୋକମାନଙ୍କ ମନରେ ଡର ଥିଲା ଯେ ଏହି ବିରଳ ପ୍ରଜାତିର ବେଙ୍ଗ ହେଉଛନ୍ତି ବିଷାକ୍ତ। କିନ୍ତୁ ପରିବେଶବିତ୍‌ ଆଲୋକ ତିୱାରୀଙ୍କ କହିବା ଅନୁଯାୟୀ, ଏଭଳି ବେଙ୍ଗ କୃଷକମାନଙ୍କ ପାଇଁ ଲାଭଦାୟକ ଓ ପରିବେଷ ପାଇଁ ଅନୁକୂଳ ଅଟେ। ତେବେ ବିରଳ ପ୍ରଜାତିର ବେଙ୍ଗମାନଙ୍କୁ ଡରିବା ଆବଶ୍ୟକ ନାହିଁ। ଏହି ପ୍ରଜାତିର ବେଙ୍ଗକୁ ଆମେମାନେ ବଞ୍ଚଇବା ପାଇଁ ଚେଷ୍ଟା କରିବା ଉଚିତ୍‌।

Advertisment

ଏ ବିଷୟରେ ଅଧିକ ସୂଚନା ଦେଇ ଆଲୋକ ତିୱାରୀ କହିଛନ୍ତି ଯେ ସୂଚନା ଅଭାବ ଏବଂ ଅଜ୍ଞତା ହେତୁ ଲୋକମାନେ ପ୍ରକୃତିର ଏପରି ବନ୍ଧୁମାନଙ୍କୁ ଠିକ୍‌ ସେ ଚିହ୍ନି ନପାରି ସେମାନଙ୍କୁ ମାରିବା ପାଇଁ ଚେଷ୍ଟା କରୁଛନ୍ତି। ହଳଦିଆ ପ୍ରଜାତିର ବେଙ୍ଗଗୁଡ଼ିକ ଆମ ପାଇଁ ଲାଭଦାୟକ ଅଟେ। ବୁଲ୍‌ ଫ୍ରଗ୍‌ ପରି ବିରଳ ପ୍ରାଣୀମାନଙ୍କୁ ଆମେ ଭୟ କରିବା ଉଚିତ୍ ନୁହେଁ। ଏଭଳି ବିରଳ ପ୍ରଜାତିର ବେଙ୍ଗମାନଙ୍କ ବିଷୟରେ ଲୋକମାନଙ୍କ ପାଖରେ ସୂଚନା ପହଞ୍ଚାଇବା ଆବଶ୍ୟକ।

Advertisment
Advertisment