/odishatv-khabar/media/post_attachments/uploadimage/library/16_9/16_9_0/police_1620309739.jpg)
police
ଚଣ୍ଡୀଗଡ: ମହଙ୍ଗା ପଡ଼ିଲା ପରିବା ଦୋକାନୀଙ୍କ ଠେଲା ଗାଡ଼ିକୁ ଗୋଇଠା ମାରିବା। ପରିବା ଦୋକାନୀଙ୍କ ଠେଲା ଗାଡ଼ିକୁ ଗୋଇଠା ମାରି ଜଣେ ପୋଲିସ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ପରିବା ଦୋକାନୀଙ୍କ ଠେଲା ଗାଡ଼ିକୁ ଗୋଇଠା ମାରି ଫଗୱାରା ଷ୍ଟେସନ ହାଉସ ଅଫିସର(SHO) ନଭଦୀପ ସିଂ ନିଲମ୍ବିତ ହୋଇଛନ୍ତି. ଯାହାର ଭିଡିଓ ସୋସିଆଲ ମିଡିଆ ଭାଇରାଲ ହୋଇଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଫଗୱାରାର SHO ନଭଦୀପ ସିଂ ପୋଲିସ ଗାଡ଼ିରୁ ଓହ୍ଲାଇ ରାସ୍ତାକଡ଼ରେ ରଖା ଯାଇଥିବା ଜଣେ ପରିବା ଦୋକାନୀଙ୍କ ଠେଲା ଗାଡ଼ି ହଠାତ ଗୋଇଠା ମାରିଥିଲେ। ଏହି ସମୟରେ କିଛି ପୋଲିସ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Absolutely shameful and unacceptable. I have suspended SHO Phagwara. Such misbehaviour will not be tolerated at any cost and those who indulge in it will have to face serious consequences. https://t.co/terAynz6ao
— DGP Punjab Police (@DGPPunjabPolice) May 5, 2021
ଘଟଣାକୁ ନେଇ ପଞ୍ଜାବ ପୋଲିସ ଡିଜିପି କହିଛନ୍ତି, ଏହି ଘଟଣା ସମ୍ପୂର୍ଣ୍ଣ ଭାବେ ଲଜ୍ଜାଜନକ ଓ ଗ୍ରହଣ ଯୋଗ୍ୟ ନୁହେଁ। ଘଟଣାକୁ ନେଇ ଫଗୱାରା SHOଙ୍କୁ ନିଲମ୍ବିତ କରାଯାଇଛି। କୌଣସି ସ୍ଥିତିରେ ଏଭଳି ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ. ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
SHO ନଭଦୀପ ସିଂଙ୍କୁ ନିଲମ୍ବିତ କରାଯିବା ସହ ଘଟଣାକୁ ନେଇ ବିଭାଗୀୟ ଯାଞ୍ଚ ଆରମ୍ଭ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)