congress
ନୂଆଦିଲ୍ଲୀ: ହାତ ଧରିଲେ ବିଜେପିର ବିଦ୍ରୋହୀ ନେତା ଶତ୍ରୁଘ୍ନ ସିହ୍ନା। କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆଜି ସେ କଂଗ୍ରେସ ଶିବିରରେ ଯୋଗ ଦେଇଛନ୍ତି।
କଂଗ୍ରେସରେ ସାମିଲ ହେବା ପରେ ଶତ୍ରୁଘ୍ନଙ୍କୁ ଦଳ ବିହାରର ପାଟନା ସାହିବ ଲୋକସଭା ଆସନ ପାଇଁ ଟିକେଟ୍ ଦେଇପାରେ।
ସୂଚନାଯୋଗ୍ୟ, ଗତ ମାସ ୨୮ ତାରିଖରେ ରାହୁଲ ଗାନ୍ଧିଙ୍କୁ ଭେଟି ଶତ୍ରୁଘ୍ନ ଆଲୋଚନା କରିଥିଲେ। ବହୁ ଦିନ ଧରି ବିଦ୍ରୋହୀ ସାଜିଥିବା ଶତ୍ରୁଘ୍ନଙ୍କୁ ଚଳିତବର୍ଷ ବିଜେପି ଟିକେଟ ମିଳି ନଥିଲା। ପାଟନା ସାହିବ ଆସନ ପାଇଁ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ବିଜେପି ଟିକେଟ୍ ଦେଇଥିଲା। ବିହାରର ପାଟନାସାହିବରୁ ୨ ଥର ସାଂସଦ ଥିବା ଶତ୍ରୁଘ୍ନ ୨୦୧୪ ନିର୍ବାଚନ ପରଠାରୁ ବିଜେପି ନେତୃତ୍ୱଙ୍କୁ ବିରୋଧ କରି ଆସୁଥିଲେ। ଏପରିକି ଦଳ ସଭାପତି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିଷୋଦଗାର କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/congress2311_1626760095.jpg)