Advertisment

ଶଶୀ ଥରୁରଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ :  ଚଳିତ ବର୍ଷର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଗାଳ୍ପିକ ତଥା କେରଳ ଥିରୁବନନ୍ତପୁରମର ସାଂସଦ ଶଶୀ ଥରୁର। ୨୦୧୬ରେ ପ୍ରକାଶିତ ପୁସ୍ତକ ଆନ୍ ଏରା ଅଫ୍ ଡାର୍କନେସ୍: ଦି ବ୍ରିଟିଶ ଏମ୍ପାୟର ଇନ୍ ଇଣ୍ଡିଆ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆଜି ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ବ୍ରିଟିଶ ଶାସନ ଓ ଉପନିବେଶବାଦ କିପରି ଭାରତକୁ ଧ୍ୱଂସ କରିଥିଲା, ତାହା ଏହି ପୁସ୍ତକରେ […]

author-image
Pradesh Pratyush
ଶଶୀ ଥରୁରଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

sashi

ନୂଆଦିଲ୍ଲୀ :  ଚଳିତ ବର୍ଷର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଗାଳ୍ପିକ ତଥା କେରଳ ଥିରୁବନନ୍ତପୁରମର ସାଂସଦ ଶଶୀ ଥରୁର। ୨୦୧୬ରେ ପ୍ରକାଶିତ ପୁସ୍ତକ ଆନ୍ ଏରା ଅଫ୍ ଡାର୍କନେସ୍: ଦି ବ୍ରିଟିଶ ଏମ୍ପାୟର ଇନ୍ ଇଣ୍ଡିଆ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

Advertisment

ଆଜି ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ବ୍ରିଟିଶ ଶାସନ ଓ ଉପନିବେଶବାଦ କିପରି ଭାରତକୁ ଧ୍ୱଂସ କରିଥିଲା, ତାହା ଏହି ପୁସ୍ତକରେ ଉପସ୍ଥାପନ କରିଛନ୍ତି ଥରୁର । ଲଣ୍ଡନରେ ଜନ୍ମିତ ଥରୁର ଦିଲ୍ଲୀରେ ଶିକ୍ଷା ଗ୍ରହଣ କରିଥିଲେ। ଏହାସହ ସେ ମିଳିତ ଜାତିସଂଘରେ ନିମ୍ନ ସଚିବ ଭାବେ କାର୍ଯ୍ୟ ତୁଲାଇଛନ୍ତି। ପରେ ୟୁପିଏ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି।

Advertisment
Advertisment