/odishatv-khabar/media/post_attachments/uploadimage/library/16_9/16_9_0/stone-1_1626339327.jpg)
stone
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ସହିତ ଆଗକୁ ବିଶ୍ୱରେ ଉତ୍କଟ ଜଳ ସମସ୍ୟା ଦେଖାଦେବ। ତେଣୁ ଏହାର ସମାଧାନ ପାଇଁ ଜମ୍ମୁ କଶ୍ମୀରର ଲେହ ଅଞ୍ଚଳରେ ଏକ ଛୋଟିଆ ପ୍ରୟାସ କରାଯାଇଛି। ବରଫ ସ୍ତୁପ ଜରିଆରେ ପାଣି ସଞ୍ଚୟ କରାଯାଇଛି। ଯାହାକୁ ବରଫ ସ୍ତୁପ କୁହାଯାଉଛି। ଆଗକୁ ଆସୁଥିବା ଉତ୍କଟ ଜଳ ସମସ୍ୟାର ସମାଧାନ ପାଇଁ ଏହି ନିଆରା ପ୍ରୟାସ କରାଯାଇଛି।
ଖରାଦିନେ ବହୁ ସମସ୍ୟା ହୁଏ। ଏହାର ସମାଧାନ ପାଇଁ ବରଫ ସ୍ତୁପ ଜରିଆରେ ସଞ୍ଚୟ କରାଯାଇ ରଖା ଯାଉଛି ପାଣି। ଏଥିପାଇଁ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ମାର୍ଚ୍ଚ ୨୨ରେ ବିଶ୍ୱ ଜଳ ଦିବସ ପାଳନ କରିବା ଅବସରରେ ବରଫ ସ୍ତୁପ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା। ସେଥିରେ ପ୍ରଥମ ପୁରସ୍କାର ପାଇଛି ସାରା ଫୁକ୍ସି ଗାଁ। ଏହି ଗାଁକୁ ମିଳିଛି ୫ ଲକ୍ଷ ଟଙ୍କାର ପୁରସ୍କାର।
ସାରା ଫୁକ୍ସି ଗାଁର ଏହି ବରଫ ସ୍ତୁପର ଉଚ୍ଚତା ହେଉଛି ୧୧୦ ଫୁଟ୍। ଏଥିପାଇଁ ଲାଗିଥିଲା ୭୦ ଲକ୍ଷ ଲିଟର ପାଣି। ଖରାଦିନେ ପୁଣି ଏହାର ବରଫକୁ ତରଳାଇ ପାଣିକୁ ବ୍ୟବହାର କରାଯାଇପାରିବ। କୃତ୍ରିମ ହିମବାହ ଟେକ୍ନୋଲୋଜି ଓ ପାହାଡ଼ି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଜଳ ସମସ୍ୟା ସଂପର୍କରେ ସଚେତନ କରିବାକୁ ବରଫ ସ୍ତୁପ ପ୍ରତିଯୋଗିତା ଆୟୋଜନ କରିଥିଲେ ‘ହିମାଳୟନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଅଲ୍ଟରନେଟିଭି ଲଦାଖ’ ବା HIAL ଏବଂ ଷ୍ଟୁଟେଣ୍ଟ ଏଜୁକେଶନାଲ ଆଣ୍ଡ୍ କଲଚରାଲ ମୁଭମେଣ୍ଟ ଅଫ୍ ଲଦାଖ୍, SECMOL।
ସୋନମ୍ ଓ୍ୱାଙ୍ଗଚୁକ୍ଙ୍କୁ ନେଇ ବଲିଉଡ୍ ବ୍ଲକ୍ ବଷ୍ଟର ‘ଥ୍ରୀ ଇଡିଅଟସ୍’ ନିର୍ମିତ ହୋଇଥିଲା। ଅମୀର ଖାନଙ୍କୁ ମିଳିଥିଲା ଓ୍ୱାଙ୍ଗଚୁକ୍ଙ୍କୁ ଭୂମିକା। ବିଶ୍ୱ ଜଳ ଦିବସ ଅବସରରେ ବରଫ ସ୍ତୁପ ପ୍ରତିଯୋଗିତା ସହିତ ସରଳ ଜୀବନ ଯାପନ କରିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)