kali-pyuja
କୋଲକାତା: କାଳିପୂଜାରେ ଯୋଗଦେଇ ମୃତ୍ୟୁ ଧମକ ପାଇବା ପରେ କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍ ଟିମ୍ କ୍ୟାପ୍ଟେନ୍ ଶାକିବ ଅଲ ହସନ। ଏ ନେଇ ସେ ଏକ ଭିଡିଓ ଜାରି କରି କ୍ଷମାପ୍ରାର୍ଥନା କରିଛନ୍ତି।
ଭିଡିଓରେ ଶାକିବ କହିଛନ୍ତି “ ମୁଁ ଜଣେ ମୁସ୍ଲିମ ଭାବରେ ସବୁବେଳେ ଗର୍ବ ଅନୁଭବ କରେ। ତାହା ପାଳନ କରିବା ପାଇଁ ଚେଷ୍ଟା କରେ। ତେବେ ଯଦି ମୁଁ ଆପଣଙ୍କ ଭାବନାକୁ ଆଘାତ ଦେଇଛି ତେବେ ମୁଁ କ୍ଷମା ମାଗୁଛି।”
ସୂଚନା ଅନୁସାରେ, ନଭେମ୍ବର ୧୨ ତାରିଖରେ ଶାକିବ କାଳିପୂଜା ଉଦ୍ଘାଟନ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ କୋଲକାତାର କାକୁରଗାଚି ଯାଇଥିଲେ। ସେଠାରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଏହି ଘଟଣାରେ ପରେ ବାଂଲାଦେଶ ସିଲହେଟ୍ର ମହସିନ ତଲୁକଦର ନାମକ ଜଣେ ଯୁବକ ରବିବାର ଫେସବୁକ୍ରେ ଭିଡିଓ ପୋଷ୍ଟ କରି ଶାକିବଙ୍କୁ ହତ୍ୟା ଧମକ ଦେଇଥିଲା। ତେବେ ପୋଲିସ ଯୁବକକୁ ଗିରଫ କରିଛି।
ତେବେ ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ଉପରେ ଶାକିବ କହିଛନ୍ତି, ସେ ପୂଜା ଉଦ୍ଘାଟନ କରିନଥିଲେ। ସେ କେବଳ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ଆମନ୍ତ୍ରଣ ପତ୍ର ଦେଖିଲେ ଆପଣ ଜାଣିପାରିବେ ଯେ ମୋତେ ମୋତେ ଉଦ୍ଘାଟନ ପାଇଁ ଡକାଯାଇ ନାହିଁ। ମୋ ଆସିବା ପୂର୍ବରୁ ଉଦ୍ଘାଟନ ସରିଥିଲା। ପଶ୍ଚିମବଙ୍ଗ ମନ୍ତ୍ରୀ ଫିରହାଦ ହକିମ ଏହାକୁ ଉଦ୍ଘାଟନ କରିଥିଲେ। କିନ୍ତୁ ଲୋକେ ଭାବୁଛନ୍ତି କି ମୁଁ ଉଦ୍ଘାଟନ କରିଛି। ଜଣେ ସଚେତନ ମୁସଲମାନ ହିସାବରେ ମୁଁ ଏହା କେବେ ବି କରିବି ନାହିଁ। ସେଠି ଯିବାଟା ଯଦି ଠିକ୍ ହୋଇନାହିଁ ବୋଲି ଭାବୁଛନ୍ତି ତେବେ ମୁଁ କ୍ଷମା ଚାହୁଁଛି ବୋଲି ସାକିବ କହିଛନ୍ତି।
ସେ ଆହୁରି କଣ କହିଛନ୍ତି ଦେଖନ୍ତୁ ଭିଡିଓ-
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kali-pyuja_1625109498.jpg)