Advertisment

ପାକ୍‌ ଅଲ୍‌ରାଉଣ୍ଡର ଶାହିଦ ଆଫ୍ରିଦିଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନ ଅଲ୍‌ରାଉଣ୍ଡର ତଥା ପୂର୍ବତନ କ୍ୟାପ୍ଟେନ୍‌ କ୍ରିକେଟର୍ ଶାହିଦ ଆଫ୍ରିଦିଙ୍କୁ କରୋନା। ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏନେଇ ଶନିବାର ସେ ସୂଚନା ଦେଇ ଟ୍ୱିଟର୍‌ରେ ଲେଖିଛନ୍ତି, “ ମୁଁ ଗୁରବାର ଠାରୁ ଅସୁସ୍ଥ ଅନୁଭବ କରୁଥିଲି। ମୋ ଶରୀରରେ ଅସମ୍ଭବ ଯନ୍ତ୍ରଣା ହେଉଥିଲା। ଏଥିପାଇଁ କରୋନା ଟେଷ୍ଟ କରାଇଥିଲି। ଏବେ ଦୁର୍ଭାଗ୍ୟବଶତଃ ମୁଁ କରୋନାରେ ଆକ୍ରାନ୍ତ ହୋଇଛି। ତୁରନ୍ତ ସୁସ୍ଥ ହେବା ପାଇଁ ଆପଣଙ୍କ ଆଶୀର୍ବାଦ ଦରକାର। ଇନ୍‌ଶା ଆଲ୍ଲାହ।” […]

ପାକ୍‌ ଅଲ୍‌ରାଉଣ୍ଡର ଶାହିଦ ଆଫ୍ରିଦିଙ୍କୁ କରୋନା

sfridi

Advertisment

ଇସଲାମାବାଦ: ପାକିସ୍ତାନ ଅଲ୍‌ରାଉଣ୍ଡର ତଥା ପୂର୍ବତନ କ୍ୟାପ୍ଟେନ୍‌ କ୍ରିକେଟର୍ ଶାହିଦ ଆଫ୍ରିଦିଙ୍କୁ କରୋନା। ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

Advertisment

ଏନେଇ ଶନିବାର ସେ ସୂଚନା ଦେଇ ଟ୍ୱିଟର୍‌ରେ ଲେଖିଛନ୍ତି, “ ମୁଁ ଗୁରବାର ଠାରୁ ଅସୁସ୍ଥ ଅନୁଭବ କରୁଥିଲି। ମୋ ଶରୀରରେ ଅସମ୍ଭବ ଯନ୍ତ୍ରଣା ହେଉଥିଲା। ଏଥିପାଇଁ କରୋନା ଟେଷ୍ଟ କରାଇଥିଲି। ଏବେ ଦୁର୍ଭାଗ୍ୟବଶତଃ ମୁଁ କରୋନାରେ ଆକ୍ରାନ୍ତ ହୋଇଛି। ତୁରନ୍ତ ସୁସ୍ଥ ହେବା ପାଇଁ ଆପଣଙ୍କ ଆଶୀର୍ବାଦ ଦରକାର। ଇନ୍‌ଶା ଆଲ୍ଲାହ।”
ଆଫ୍ରିଦିଙ୍କର ଏହି ଟ୍ୱିଟ୍‌ ପରେ ତାଙ୍କ ଫ୍ୟାନ୍‌ ନିରାଶ ହୋଇଛନ୍ତି।

ଆଫ୍ରିଦି ପାକିସ୍ତାନ ପକ୍ଷରୁ ୨୭ଟି ଟେଷ୍ଟ, ୩୯୮ ଅନ୍ତର୍ଜାତୀୟ ଏକ ଦିବସୀୟ ମ୍ୟାଚ୍ ଏବଂ ୯୯ ଟ୍ୱି-ଟ୍ୱେଣ୍ଟି ଇଣ୍ଟରନ୍ୟାସ୍‌ନ୍ୟାଲ୍ ମ୍ୟାଚ୍ ଖେଳିଛନ୍ତି।

Advertisment

ତେବେ ଆଫ୍ରିଦି ପ୍ରଥମ ପାକିସ୍ତାନ କ୍ରିକେଟର୍‌ ନୁହଁନ୍ତି, ଏହାପୂର୍ବରୁ ମେ ମାସରେ ପୂର୍ବତନ ପାକିସ୍ତାନ ଓପନର୍‌ ତୈଫିକ୍‌ ଉମର କରୋନା ଭାଈରସ୍‌ରେ ଆକ୍ରାନ୍ତ ହୋଇଥିଲେ। ସେହିଭଳି ଏପ୍ରିଲ୍‌ମାସରେ ପାକିସ୍ତାନର ପୂର୍ବତନ ଫାଷ୍ଟ କ୍ଲାସ୍‌ କ୍ରିକେଟର୍‌ ଜାଫର ସରଫରାଜ ଏପ୍ରିଲ୍‌ରେ କରୋନା ପଜିଟିବ୍ ଚିହ୍ନଟ ହୋଇଥିଲେ। କିନ୍ତୁ ଦୁର୍ଭାଗ୍ୟବସତଃ କରୋନାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅନ୍ୟ ଦେଶଗୁଡ଼ିକ ଭଳି ପାକିସ୍ତାନରେ ମଧ୍ୟ କରୋନା ମହାମାରୀ ଭୟଙ୍କର ରୂପ ନେଇଛି। ଏଠାରେ ଜୁନ୍‌ ୧୩ ସୁଦ୍ଧା ଏକ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ ଅଢ଼େଇ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି।

Advertisment
Coronavirus Shahid Afridi Pakistan Cricketer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ