Advertisment

ବିଜେପି କର୍ମୀ ଓ ଚାଷୀଙ୍କ ମଧ୍ୟରେ ହାତାହାତି; ଏକାଧିକ ଆହତ

ମୁଜାଫରନଗର: ବିଜେପି କର୍ମୀ ଓ କୃଷକଙ୍କ ମଧ୍ୟରେ ମାର୍‌ପିଟ ହୋଇ ଏକାଧିକ ଲୋକ ଆହତ ହୋଇଛନ୍ତି। ସୋମବାର ଉତ୍ତରପ୍ରଦେଶ ମୁଜାଫରନଗର ଜିଲ୍ଲାରେ ଏପରି ଘଟଣା ସାମ୍ନାକୁ ଆସିଛି। ମିଳିଥିବା ରିପୋର୍ଟ ଅନୁସାରେ, ଉଭୟପକ୍ଷରୁ ନାରାବାଜୀ ହୋଇଛି ମାର୍‌ପିଟ ହୋଇଥିଲା। ଏନେଇ ରାଷ୍ଟ୍ରୀୟ ଲୋକ ଦଳ(RDL) ନେତା ଜୟନ୍ତ ଚୌଧୁରୀ ଟ୍ୱିଟ୍ କରି ସୂଚନା ଦେଇଛ‌ନ୍ତି। ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି “ ବିଜେପି କର୍ମୀ ଓ କୃଷକଙ୍କ ମଧ୍ୟରେ ସାରୋମ ଗାଁରେ ଏକ ବିବାଦ ଉପୁଜିବାରୁ […]

ବିଜେପି କର୍ମୀ ଓ ଚାଷୀଙ୍କ ମଧ୍ୟରେ ହାତାହାତି; ଏକାଧିକ ଆହତ

farrmer

Advertisment

ମୁଜାଫରନଗର: ବିଜେପି କର୍ମୀ ଓ କୃଷକଙ୍କ ମଧ୍ୟରେ ମାର୍‌ପିଟ ହୋଇ ଏକାଧିକ ଲୋକ ଆହତ ହୋଇଛନ୍ତି। ସୋମବାର ଉତ୍ତରପ୍ରଦେଶ ମୁଜାଫରନଗର ଜିଲ୍ଲାରେ ଏପରି ଘଟଣା ସାମ୍ନାକୁ ଆସିଛି। ମିଳିଥିବା ରିପୋର୍ଟ ଅନୁସାରେ, ଉଭୟପକ୍ଷରୁ ନାରାବାଜୀ ହୋଇଛି ମାର୍‌ପିଟ ହୋଇଥିଲା। ଏନେଇ ରାଷ୍ଟ୍ରୀୟ ଲୋକ ଦଳ(RDL) ନେତା ଜୟନ୍ତ ଚୌଧୁରୀ ଟ୍ୱିଟ୍ କରି ସୂଚନା ଦେଇଛ‌ନ୍ତି।

Advertisment

ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି “ ବିଜେପି କର୍ମୀ ଓ କୃଷକଙ୍କ ମଧ୍ୟରେ ସାରୋମ ଗାଁରେ ଏକ ବିବାଦ ଉପୁଜିବାରୁ ଅନେକ ଗ୍ରାମବାସୀ ଆହତ ହୋଇଛନ୍ତି। ଯଦି କୃଷକମାନଙ୍କ ପାଇଁ ସେମାନେ କିଛି କହିପାରିବେ ନାହିଁ ତେବେ ଅନ୍ତତଃ ଭଲ ବ୍ୟବହାର କରନ୍ତୁ। କୃଷକଙ୍କୁ ସମ୍ମାନ ଦିଅନ୍ତୁ। ଯେଉଁ ସରକାରୀ ପ୍ରତିନିଧୀମାନେ ନୂଆ କୃଷି ଆଇନ୍‌ର ଲାଭ ବିଷୟରେ ବୁଝାଉଛନ୍ତି ସେମାନଙ୍କର ଏପରି ଉପଦ୍ରବକୁ ଗ୍ରାମବାସୀ ସହିବେ ତ ?”

Advertisment

ଉତ୍ତରପ୍ରଦେଶ ମୁଜାଫରନଗର ଶାହପୁର ପୋଲିସ୍ ଷ୍ଟେସନ୍ ଅନ୍ତର୍ଗତ ସୋରାମ ଗ୍ରାମରେ ଆଜି ବିଜେପି କର୍ମୀ ଓ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏଥିରେ ଉଭୟ ପକ୍ଷରୁ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ଫେବ୍ରୁଆରୀ ୨୦ ତାରିଖରେ ମୁଜାଫରନଗର ଆନ୍ଦୋଳରତ ଚାଷୀଙ୍କୁ ସମ୍ବୋଧନ କରିଥିସେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି।

ନୂଆ କୃଷି ଆଇନ୍‌କୁ ବିରୋଧ କରି ଗତବର୍ଷ ଶେଷରୁ ଏପର୍ଯ୍ୟନ୍ତ ଦିଲ୍ଲୀ ବୋର୍ଡରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନ ଉତ୍ତରପ୍ରଦେଶରେ ମଧ୍ୟ ଅନ୍ୟ କେତେକ ଜିଲ୍ଲାକୁ ବ୍ୟାପିଛି। ରାଜ୍ୟରେ ମୁଜାଫରନଗର, ଶାମଲୀ ଆଦିରେ କୃଷି ଆଇନ୍‌କୁ ବିରୋଧ କରାଯାଇଛି। ଏମିତିକି ଶାମିଲୀରେ ମହାପଞ୍ଚାୟତ ଡକାଯାଇ ନୂଆ ଆଇନ୍‌କୁ ବିରୋଧ କରାଯାଇଛି।

Advertisment

ଅନ୍ୟପଟେ ଟୁଲ୍‌କିଟ୍ ମାମଲାରେ ଅଭିଯୁକ୍ତ ଦିଶା ରବିଙ୍କୁ କଷ୍ଟୁଡିରେ ନେଇଛି ଦିଲ୍ଲୀ ପୋଲିସ୍। ଘଟଣା ସମ୍ପର୍କରେ ପଚରାଉଚରା କରିବା ସହିତ ଏଥିରେ ଆଉ କିସବୁ ଜଡ଼ିତ ଏସମ୍ପର୍କରେ ବୁଝିବା ପାଇଁ ଦିଲ୍ଲୀ ପୋଲିସ ଦିଶାଙ୍କୁ ଗୋଟିଏ ଦିନ ପାଇଁ କଷ୍ଟୁଡିରେ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ